ରାତିରେ ବାରମ୍ବାର ନିଦ ଭାଙ୍ଗୁଛି କି ଏବଂ ନିଦ୍ରା ହୀନତାର ଶିକାର ହେଉଛନ୍ତି କି ? ତେବେ ପ୍ରତିଦିନ ଶୋଇବା ପୂର୍ବରୁ ସେବନ କରନ୍ତୁ ଏହି ଗୋଟିଏ ଜିନିଷ
ଦିନସାରା କାମ କରିବା ପରେ ରାତିରେ ସମସ୍ତେ ଟିକିଏ ସୁଖ ନିଦ୍ରାରେ ଶୋଇବାକୁ ଇଛା କରିଥାଆନ୍ତି l ଯଦି କୌଣସି କାରଣ ବଶତଃ ନିଦ ପୁରା ହୋଇନଥାଏ ତେବେ ଦିନସାରା ଟlଏଡ ଲାଗିଥାଏ l ନିଦ ପୁରା ନହେବା ଦ୍ୱାରା ଆମେ ନିଜ କାମ ଉପରେ ମଧ୍ୟ ଠିକ ଭାବରେ ଧ୍ୟାନ ଦେଇ ପାରି ନଥାଉ l ରାତିରେ ବାରମ୍ବାର ନିଦ ନଆସିବା ଓ ବାରମ୍ବାର ନିଦ ଭାଙ୍ଗିବାର ଅନେକ କାରଣ ରହିଥାଏ l
– ଯାହାର ଗୋଟିଏ କାରଣ ହର୍ମୋନ ଅସନ୍ତୁଳନ l
– ଅତ୍ୟଧିକ ଚିନ୍ତା ମଧ୍ୟ ନିଦ୍ରା ହୀନତାର କାରଣ l
– ଲିଭର ଯଦି କୌଣସି ସମସ୍ୟା ଦେଖାଯାଏ ତେବେ ବାରମ୍ବାର ନିଦ ଭାଙ୍ଗି ଥାଏ l
– ଅତ୍ୟଧିକ ମାତ୍ରାରେ ମୋବାଇଲ ଓ ଲାପଟପ ରେ ବ୍ୟସ୍ତ ରହିବl ମଧ୍ୟ ନିଦ୍ରା ହୀନତାର କାରଣ l
– ଗ୍ୟାସ ଏସିଡ଼ିଟି ଯୋଗୁଁ ମଧ୍ୟ ନିଦ ପ୍ରଭାବିତ ହୋଇଥାଏ l
– ସ୍ଲିପିଂ ସାଇକେଲ ଡିଷ୍ଟର୍ବ ହେବାର ଗୋଟିଏ ବଡ଼ କାରଣ ହେଲା ଷ୍ଟ୍ରେସ , ଯାହାକି ବିଭିନ୍ନ ରୋଗର କାରଣ ହୋଇଥାଏ l
– ଉଚ୍ଚ ରକ୍ତଚାପ ସମସ୍ୟା ମଧ୍ୟ ନିଦ୍ରା ହୀନତାର କାରଣ l
ଶୋଇବା ପୂର୍ବରୁ ପ୍ରତିଦିନ ପିଅନ୍ତୁ ଏହି ଗୋଟିଏ ଜିନିଷ –
ପ୍ରତିଦିନ ରାତ୍ରୀ ଭୋଜନ ପରେ କିଛି ସମୟ ଚାଲିବା ଜରୁରୀ ଓ ଏହାପରେ ଗୋଟିଏ ପାତ୍ର ରେ ଗୋଟିଏ କପ ପାଣି ନିଅନ୍ତୁ l ଏହାପରେ ସେଥିରେ ଗୋଟିଏ ଛୋଟ ଟି ସ୍ପୁନ ଶୁଣ୍ଠୀ , ସାମାନ୍ୟ ଡ଼ାଲିଚୀନୀ , କିଛି ମାତ୍ରାରେ ଅଶ୍ଵଗନ୍ଧା ଓ ଟିକିଏ ପିପଳୀ ପକାନ୍ତୁ l ଏହାକୁ ଭଲରେ ଫୁଟାଇ ନିଅନ୍ତୁ l ଏହାପରେ ତାକୁ ଛାଣି ଉଷୁମ ଉଷୁମ ଶୋଇବା ପୂର୍ବରୁ ସେବନ କରନ୍ତୁ l
ଏହାକୁ ପିଇବା ଦ୍ୱାରା କି ଲାଭ ମିଳିଥାଏ –
– ଅଦା ଆଣ୍ଟି ଅକ୍ସିଡେଣ୍ଟ ରେ ଭରପୁର ହୋଇଥାଏ l ଏହା ଅକ୍ସୀଡେଟିବ ଷ୍ଟ୍ରେସ ଦୂର କରିଥାଏ l ଏହାଛଡା ଅଦା ସେବନ କରିବା ଦ୍ୱାରା ସ୍ଲିପ ହର୍ମୋନ ରିଲିଜ ହୋଇଥାଏ l
– ପିପଳୀ ମସ୍ତିଷ୍କ କୁ ଶାନ୍ତ କରିଥାଏ ଓ ମେଲାଟୋନିନ ହର୍ମୋନ ରିଲିଜ କରିବାରେ ସାହାଯ୍ୟ କରିଥାଏ l
– ଡାଲଚିନି ସ୍ଲିପ ସାଇକେଲ କୁ ଠିକ କରିଥାଏ l
– ଅଶ୍ଵଗନ୍ଧା ଚିନ୍ତା ଦୂର କରିଥାଏ ଓ ଶରୀର କୁ ଆରାମ ଦେଇଥାଏ ଏବଂ ସ୍ଲିପ କ୍ୱାଲିଟି କୁ ସୁଧାରି ଥାଏ l