Odisha news

ବିଶ୍ଵ ଜନଜାତି ଦିବସ ଅବସରରେ ଆଦିବାସୀ ଭାରତ ମହାସଭାର ଗଣ ପ୍ରତିବାଦ

0
ଭଞ୍ଜନଗର  ୦୯/୦୮, ବିଶ୍ଵ ଆଦିବାସୀ ଦିବସରେ  ଆଦିବାସୀ ଭାରତ ମହାସଭା ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ  ଭଞ୍ଜନଗର ବସଷ୍ଟାଣ୍ଡ ଠାରୁ ପାରମ୍ପରିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ରଞ୍ଜନଗର, ଜୁଗୁଡା ଓ ଜଗନ୍ନାଥପ୍ରସାଦ ବ୍ଲକର ଆଦିବାସୀମାନେ ଏକ ବିଶାଳ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ଭଞ୍ଜନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଁଚି  ରାଷ୍ଟ୍ରପତି ମହୋଦୟାଙ୍କ ଉଦ୍ଦେଶ୍ୟରେ ଆଦିବାସୀ ଭାରତ ମହାସଭା, କ୍ରାନ୍ତିକାରୀ କୃଷକ ସଭା ପକ୍ଷରୁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ବହୁ ଗ୍ରାମସଭା ପକ୍ଷରୁ ଜଙ୍ଗଲ ସଂଶୋଧନ ବିଧେୟକ ୨୦୨୩ କୁ ପ୍ରତ୍ୟାହାର କରିବା ପାଇଁ ଦାବୀ ଉପସ୍ଥାପନ କରାଯାଇଛି । ଏହି ଆଇନ ଆଦିବାସୀ ଓ ପାରମ୍ପରିକ ବନବାସୀଙ୍କ ବ୍ୟାପକ କ୍ଷତିସାଧନ କରିବା ସହ ଗ୍ରାମସଭାର କୌଣସି ମାନ୍ୟତା ରହିବ ନାହିଁ ବୋଲି ଉଲ୍ଲେଖ କରିଛନ୍ତି । କର୍ପୋରେଟ୍‌ କମ୍ପାନୀ ସ୍ନାର୍ଥରେ ଜଙ୍ଗଲଜମିକୁ ଅଧିଗ୍ରହଣ  ପାଇଁ ଏକ ସୁଚିଖିତ ବ୍ୟବସ୍ଥା । ଏଥିରେ ପରିବେଶ ଧ୍ୱଂସ ହୋଇ ବ୍ୟାପକ ଜଳବାୟୁ ପରିବର୍ତ୍ତନ ହୋଇ ମାନବ ଜଗତ ପାଇଁ ବିପଦ ସୃଷ୍ଟି କରିବ ଏବଂ କୃଷକମାନେ ମଧ୍ୟ କ୍ଷତିର ସାମ୍ନା କରିବେ ବୋଲି ଆଦିବାସୀ ଭାରତ ମହାସଭାର ନେତୃବୃନ୍ଦ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ ।
କର୍ପୋରେଟ୍ ଲୁଟେରା ଲାରତ ଛାଡ, କୃଷି ଛାଡ଼, ଆଦିବାସୀଙ୍କ ଜଙ୍ଗଲ ଜମି ଛାଡ଼  ସ୍ଲୋଗାନରେ ଶୋଭାଯାତ୍ରା ପ୍ରକମ୍ପିତ ହେଉଥିଲା । ବିର୍ସାମୁଣ୍ଡ, ରେଣ୍ଡୋ ମାଝି, ଲକ୍ଷ୍ମଣ ନାୟକ, ଚକରା ବିଷୋଇର ଦାୟଦ ଅମେ ଜଙ୍ଗଲ ସଂଶୋଧନ ଆଇନକୁ ମାନିବୁ ନାହିଁ ବୋଲି ବଜ୍ର ଶପଥ ନେଇଥିଲେ । ବର୍ଷିୟାନ ଆଦିବାସୀ ନେତା ପୂର୍ଣଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ ଗଣ ପ୍ରତିବାଦ ସଭାରେ ସଂଯୁକ୍ତ କୃଷକ ମୋର୍ଚ୍ଚର ୧୦ ଦଫା ଦାବୀ ଉପସ୍ଥାପନ ହୋଇଥିଲା । ନିର୍ମିତ କ୍ରୟ ବ୍ୟବସ୍ଥା ସହ ସମସ୍ତ ଫସଲର (ସି ୨୫୦% ) ହାରରେ ଲାଭଦାୟକ ଏମଏସପି ପାଇଁ ଆଇନଗତ ବ୍ୟବସ୍ଥା । ସୃଷ୍ଟି ସମ୍ଭାବଳୀ ସହିତ ସଂଯୁକ୍ତ କୃଷକ ମୋର୍ଚା ପ୍ରତିନିଧ‌ିଙ୍କୁ ସାମିଲ କରି ଏମଏସପି ଉପରେ କମିଟି ପୁନର୍ଗଠନ କରିବା, ସରକାରୀ ନୀତି ଓ ଅବହେଳା ଯୋଗୁଁ ଋଣ ଜାଲରେ ଫସିବା ସମସ୍ତ ପରିବାର ପାଇଁ ମାଇକ୍ରୋ ଫାଇନାନ୍ସ ଓ ଘରୋଇ ଗଣ ସମେତ ସମସ୍ତ ପ୍ରକାର ଗଣରୁ ମୁକ୍ତି ପାଇଁ ବ୍ୟାପକ ଋଣ ଛାଡ଼  ଯୋଜନା କାର୍ଯ୍ୟକାରୀ କରିବା, ବିଦ୍ୟୁତ ସଂଶୋଧନ ବିଲ ୨୦୨୦ ପ୍ରତ୍ୟାହାର, ବକେୟା ଥିବା କୃଷକ ଓ ଗ୍ରାମୀଣ ପରିବାର ର ବିଦ୍ୟୁତ ସଂଯୋଗ ନ କାଟିବା, ପ୍ରତ୍ୟକ ଗ୍ରାମୀଣ ପରିବାରକୁ ୩୦୦ ୟୁନିଟ ମାଗଣା ବିଜୁଳି ପ୍ରଦାନ, ପାଣି ପାଇଁ ମାଗଣା ବିଜୁଳି ଯୋଗାଣ ଏବଂ ପ୍ରିପେଜ ମିଟର ବ୍ୟବସ୍ଥା କୁ ସଂପୂର୍ଣ ବନ୍ଦ କରିବା ଭଳି ବହୁ ଦାବି ଉପସ୍ଥାପିତ କରିଥିଲେ | ଏଥିସହ   ଜଙ୍ଗଲ ସଂରକ୍ଷଣ ସଂଶୋଧନ ବିଧେୟକ( ୨୦୨୩) କୁ ପ୍ରତ୍ୟାହାର କରି ଜଙ୍ଗଲ ଅଧିକାର ଆଇନ ୨୦୦୬କୁ ଆଦିବାସୀ ଓ ପାରମ୍ପରିକ ବନବାସୀଙ୍କ ସ୍ବାର୍ଥରେ କାର୍ଯ୍ୟକାରୀ କରିବା ।
ଗ୍ରାମସଭାକୁ ମଜବୁତ କରିବା ପାଇଁ ଆଇନ ପ୍ରଣୟନ, ଜଳବାୟୁ ପରିବର୍ତ୍ତନ, ବନ୍ୟା, ମରୁଡି, ବାତ୍ୟା ଏବଂ ଫସଲ ସମ୍ବନ୍ଧୀୟ ରୋଗ ଆଦି କାରଣରୁ କୃଷକମାନଙ୍କୁ କ୍ଷତିପୂରଣ ଦେବା ପାଇଁ କର୍ପୋରେଟ୍ ସମର୍ଥକ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା ପ୍ରତ୍ୟାହାର କରି ସମସ୍ତ ଫସଲ ପାଇଁ ଏକ ବ୍ୟାପକ ଫସଲ ଯୋଜନା ପ୍ରଣୟନ, ଭାଗଚାଷୀ, କୃଷି ଶ୍ରମିକଙ୍କ ସ୍ବାର୍ଥରେ ବ୍ୟାପକ ଆଇନ ପ୍ରଣୟନ, ସମସ୍ତ ମଧ୍ୟମ, କ୍ଷୁଦ୍ର ଓ ନାମମାତ୍ର ପୁରଷ ଓ ମହିଳା କୃଷକ, କୃଷି ଶ୍ରମିକଙ୍କ ପାଇଁ ମାସିକ ୧୦ ହଜାର ଟଙ୍କା କିଷାନ ପେନସନ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ବାବୀ ଉପସ୍ଥାପନ କରାଯାଇଥିଲା । ଏହି ସଭାରେ ସଂଯୁକ୍ତା କୃଷକ ମେଳାର ରାଜ୍ୟ ଆବାହକ ମଣ୍ଡଳୀ ସଦସ୍ୟ ସାଥୀ ଶଙ୍କର, ଆଦିବାସୀ ଭାରତ ମହାସଭାର ରାଜ୍ୟ ସମ୍ପାଦକ ଟୁନା ମଲ୍ଲିକ, ଜିଲ୍ଲା ସଭାପତି ପୂର୍ଣଚନ୍ଦ୍ର ପ୍ରଧାନ, ବଳଭଦ୍ର ମଲ୍ଲିକ, ପ୍ରଶନ୍ନ ଦଳ ବେହେରା, ସନ୍ଧ୍ୟାରାଣୀ ପ୍ରଧାନ ଆଦି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୃଷକ, ଆଦିବାସୀ ଓ ପାରମ୍ପରିକ ବନବାସୀ ବିରୋଧୀ ନୀତିର ତୀବ୍ର ସମାଲୋଚନା କରିଥିଲେ । ଏକଘରିଆ, କ୍ରିୟାଧାର, ଆଙ୍ଗୁରାକୁପା, ପୁରୁଣାପାଣି, କଟକଟି, ଜମ୍ଭିରିପଲ୍ଲୀ, ହରଜରା, ବାଣଗଲାଖ, ଜରିପ୍ରଙ୍କାଳ, ଜନ୍ଧରା, ରାମୋ, ବୁରୁଡୁଙ୍ଗି, ଗ୍ରାମଦେବତୀ, ଗାଲେରୀ, ନିମପତି, ବେଢାଖଲ, ଖଦାନପଲ୍ଲୀ, ଦରଜାସାହି, ମହୁଇପନ୍ତି, ମାଧପଲ୍ଲି ଆଦି ବହୁ ଗ୍ରାମ ପକ୍ଷରୁ ଗ୍ରାମସଭାର ଏହି ସଂଶୋଧନ ଆଇନ ଦୂରର ପ୍ରତ୍ୟାହାର କରିବା ପାଇଁ ଦାବୀ ଉପସ୍ଥାପନ କରିଛନ୍ତି । ଏହି ଗଣ ପଡିବାଦରେ ରବିନ୍ଦ୍ର କୁମାର କାନୀ, ନିଧୁଆ ପ୍ରଧାନ, ଶିଶୁଳା ମଲ୍ଲିକ, ବିଶୁ କାନୀ, ଶ୍ୟାମ କାଳୀ ପ୍ରମୁଖ ଉପସ୍ଥିତ ଥିଲେ ।
Leave A Reply