ଏରସମା,୬/୮-ଏରସମା ଥାନା ଅନ୍ତର୍ଗତ ଗଡ଼ହରିସପୁର ପଂଚାୟତ ର ବ୍ୟବସାୟୀ ପ୍ରକାଶ ଦାସ ଓରଫ ପକାନନା ଗତକାଲି ରାତିରେ ଓଲରା ବଜାରରୁ ଘରକୁ ଫେରୁଥିବା ବେଳେ କୌଣସି କାରଣରୁ ଶଙ୍ଖ ନଦୀକୁ ନିଜ ଗାଡି ସହ ଖସି ପଡି ମୁର୍ତ୍ୟୁ ବରଣ କରିଛନ୍ତି । ଏରସମା ପୋଲିସ ଅପମୄର୍ତ୍ୟୁ ମାମଲା ଦାଖଲ କରି ଶବ ବ୍ୟବଛେଦ କରିବା ପାଇଁ ପଠାଇଛନ୍ତି । ସୂଚନାଯୋଗ୍ୟ ଯେ ଗତ କାଲି ରାତି ଦଶ ଟା ସମୟରେ ପ୍ରକାଶ ଦାଶ ମୟୂରଲାଞ୍ଜି ଛକରେ କରିଥିବା ତେଜରାତି ଦୋକାନ ପାଇଁ ପିଡିଆ ନଦି ଓଲରା ହାଟରୁ ଶଙ୍ଖ ନଦୀ ବନ୍ଧ ଦେଇ ଆସୁଥିଲେ ରାତି ଡେରି ହେବାରୁ ଘରକୁ ନ ଫେରିବାରୁ ପ୍ରକାଶଙ୍କ ପରିବାର ଲୋକେ ଖୋଜା ଖୋଜି କରି ଆସି ନଦୀକୁ ଗାଡି ଖସିପଡ଼ିଥିବା ଦେଖି ବାକୁ ମିଳିଥିଲା l ପରେ ଗାଡି ପାଖରେ ଖୋଜିବାରୁ ପ୍ରକାଶ ଙ୍କ ମୁର୍ତ ଶରୀର ନଦୀ ଭିତରୁ ମିଳିଥିଲା ପରେ ତାଙ୍କୁ ବାଲିକୁଦା ଡାକ୍ତରଖାନା କୁ ନିଆଯାଇଥିଲା ସେଠାରେ ତାଙ୍କୁ ମୁର୍ତ୍ୟୁ ଘୋଷଣ। କରାଯାଇ ଥିଲା ।