Odisha news

ଖୋଲିଲା ମା ଉଗ୍ରତାରା ମନ୍ଦିର ହୁଣ୍ଡି : ମିଳିଲା ୬ ଲକ୍ଷ ୩୯ ହଜାର

0

ନିରାକାରପୁର,୪/୮-ଓଡିଶାର ମହାନ ଶକ୍ତି ପୀଠ ଓ ତନ୍ତ୍ର ପୀଠ ଗୁଡ଼ିକ ମଧ୍ୟରୁ ମା ଉଗ୍ରତାରା ଓ ମା ଭଗବତୀଙ୍କ ପୀଠ ଅନ୍ୟତମ। ଆଜି ଦିଵା ଦଶ ଘଟିକା ସମୟରେ ଉଭୟ ମନ୍ଦିରର ହୁଣ୍ଡି ଖୋଲାଯାଇଛି । ମା ଉଗ୍ରତାରା ଟ୍ରଷ୍ଟ ବୋର୍ଡ ସଭାପତି, ଟାଙ୍ଗୀ ତହସିଲଦାର ଜନ୍ମେଜୟ ସାହୁ, ଭୁଷଣ୍ଡପୁର ଫାଣ୍ଡି ନିରୀକ୍ଷକ ବିଚିତ୍ରା ନନ୍ଦ ପରିଡ଼ା, ସାନରାଉତପଡ଼ା ସରପଞ୍ଚ, ଏଣ୍ଡାମେଣ୍ଟ କାର୍ଯ୍ୟନିର୍ବାହୀ ଅଧିକାରୀ, ମୁଖ୍ୟ ପୂଜକଙ୍କ ସହିତ ମନ୍ଦିର କର୍ମଚାରୀ ମା’ଙ୍କ ପାଖରେ ସମର୍ପିତ ହୋଇ ହୁଣ୍ଡି କୁ ଖୋଲିଥିଲେ। ସର୍ବମୋଟ ୬ ଲକ୍ଷ ୩୯ ହଜାର ୬ ସହ ୨୫ଟଙ୍କା ସଂଗୃହିତ ହୋଇ ସ୍ଥାନୀୟ ବ୍ୟାଙ୍କ ଥିବା ମନ୍ଦିର ଜମା ଖାତାରେ ଜମା କରାଯାଇଛି ।

Govt
Leave A Reply