ଵ୍ରହ୍ମପୁର, ୪/୮ କୁକୁଡ଼ାଖଣ୍ଡିରେ ଅବକାରୀ ଟିମ ଚଢ଼ାଉ କରି ଗଞ୍ଜେଇ ଭର୍ତ୍ତି କାର ଜବତ କରିଛି। ସେଥିରୁ ୨୧୦କେଜି ଗଞ୍ଜେଇ ଜବତ ହୋଇଛି। ତିନି ଜଣ ଚାଲାଣକାରୀଙ୍କୁ ଗିରଫ କରଯାଇଛି।ସେମାନେ ହେଲେ ମୟୁରଭଞ୍ଜ ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ବେଗୁନାଡିହର ଅନ୍ତର୍ଯ୍ୟାମୀ ଦାସ(୩୨), ଉଦାଲିର ସତ୍ୟଜିତ ଗୋଛାୟତ (୨୦) ଓ ଅଂଚଡ଼ିହର ହରୀକୃଷ୍ଣ ନାଇକ(୨୬)। ମାମଲା ନମ୍ବର ୨୪୯/୨୩-୨୪ ରେ ଅଭିଯୁକ୍ତ ମାନଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରାଯାଇଛି। ଘଟଣାରୁ ପ୍ରକାଶ ଯେ, ଅବକାରୀ ଗୁଇନ୍ଦା ଉପ ଅଧିକ୍ଷକ କୁବେର ସେଠୀଙ୍କ ନେତୃତ୍ୱରେ ଏକ ଟିମ ଶୁକ୍ରବାର ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ଛକରେ ଯାନବାହନ ଯାଞ୍ଚ କରୁଥିଲେ। ସେହି ରାସ୍ତା ଦେଇ ଵ୍ରହ୍ମପୁର ଅଭିମୁଖେ ଆସୁଥିବା ଏକ ଫର୍ଟୁନ କାର ନମ୍ବର(ଓଆର ୦୩ ଜେ- ୧୦୪୫) କୁ ଅଟକାଇ ଟିମ ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ଗାଢି ଭିତରେ ଗଞ୍ଜେଇ ଭର୍ତ୍ତି ହୋଇଥିବା ଦେଖିବାକୁ ପାଇଥିଲା। ଉକ୍ତ ଗାଢ଼ିରୁ ୨୧୦କେଜି ଗଞ୍ଜେଇ ଜବତ କରାଯାଇଥିଲା। ଅଭିଯୁକ୍ତ ମାନଙ୍କୁ ଜେରା ବେଳେ ସେମାନେ ଉକ୍ତ ଗଞ୍ଜେଇ କନ୍ଧମାଳରୁ ଆଣି ଦାରିଙ୍ଗିବାଡ଼ ହୋଇ ଵ୍ରହ୍ମପୁର ଓ ପରେ କଲିକତା ଚାଲାଣ କରିଥାନ୍ତେ ବୋଲି ଟିମ ଜାଣିବାକୁ ପାଇଛି। ଜବତ ଗଂଜେଇ ଓ କାର ମୂଲ୍ୟ ୫୧ ଲକ୍ଷ ଟଙ୍କା ହେବ ବୋଲି ସେଠୀ ସୂଚନା ଦେଇଛନ୍ତି। ଚଢ଼ାଉରେ ଅନ୍ୟମାନଙ୍କ ମଧ୍ୟରେ ଇନ୍ସପେକ୍ଟର ହୃଦୟ ଚନ୍ଦ୍ର ସାମନ୍ତ , ଏସ ଆଇ ଅଜିତ କୁମାର ନାୟକ, କନେଷ୍ଟେବଳ କପିଳାଶ ଭତ୍ରା, ସନ୍ତୋଷ ନାୟକ, ବଳରାମ ଜେନା, କୁମୁଦ ଚନ୍ଦ୍ର ପ୍ରଧାନ ,ସୁବ୍ରତ ବେହେରା ପ୍ରମୁଖ ସାମିଲ ଥିଲେ।