Odisha news

ଟାଟା ଷ୍ଟିଲ ର ବାମେବାରୀ ଖଣି ସମ୍ପ୍ରସାରଣ ନିମନ୍ତେ ଜନ ଶୁଣାଣୀ

0
ଯୋଡା, ଅଗଷ୍ଟ 04, 2023: କେନ୍ଦୁଝର ଜିଲ୍ଲା ବଡବିଲ ତହସିଲ୍ ଅନ୍ତର୍ଗତ ଟାଟା ଷ୍ଟିଲ ଲିମିଟେଡର ବାମେବାରୀ ଲୌହ ଓ ମାଙ୍ଗାନିଜ୍ ଖଣି ର ସମ୍ପ୍ରସାରଣ ନିମନ୍ତେ ପରିବେଶୀୟ ଜନଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ସମୁଦାୟ ୪୬୪.୦ ହେକ୍ଟର ପରିମିତ ଖଣି ଲିଜ୍ ଅଞ୍ଚଳରେ ଅବସ୍ଥିତ ଏହି ଖଣିରୁ ମାଙ୍ଗାନିଜ୍ ଉତ୍ପାଦନ କ୍ଷମତା ବାର୍ଷିକ ୦.୮୩୨ ଲକ୍ଷ ଟନ୍ ରୁ ୫.୭୫୬  ଲକ୍ଷ ଟନ୍ ଏବଂ ଲୌହ ପଥର ଉତ୍ପାଦନ କ୍ଷମତା ବାର୍ଷିକ ଓଭରବର୍ଡନ ଉତ୍ପାଦନ ସହିତ ୪୯.୯୪ ଲକ୍ଷ ଟନ୍ ଉତ୍ତୋଳନ କରିବା ନିମନ୍ତେ ପ୍ରସ୍ତାବ ରହିଛି । ଆଞ୍ଚଳିକ କାର୍ଯ୍ୟାଳୟ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡଙ୍କ ଆନୁକୂଲ୍ୟରେ ଅନୁଷ୍ଠିତ ଜନଶୁଣାଣୀରେ କେନ୍ଦୁଝର ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ, ଶ୍ରୀ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ ସଭାପତିତ୍ଵ କରିଥିଲେ ଏବଂ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଞ୍ଚଳିକ ଅଧିକାରୀ ଶ୍ରୀ ପ୍ରଶାନ୍ତ କର ପରିଚାଳନା କରିଥିଲେ ।
ଅଞ୍ଚଳବାସୀ ଜନ ଶୁଣାଣୀରେ ନିଜର ମତାମତ ଦେବା ସହ ସ୍ଥାନୀୟ ଅଞ୍ଚଳର ସମସ୍ୟା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ ।  ପ୍ରଭାବିତ ଅଞ୍ଚଳ ମାନଙ୍କରେ ପାରିପାର୍ଶ୍ବକ ଉନ୍ନତି, ନୂତନ ଜଙ୍ଗଲ ସୃଷ୍ଟି, ସ୍ଵାସ୍ଥ୍ୟ, ପାନୀୟ ଜଳ, ବିଦ୍ୟୁତ୍ କରଣ, ସ୍ଥାନୀୟଙ୍କୁ ନିଯୁକ୍ତି ଆଦି ଦାବି କରି ଅଂଚଳବାସୀ ଏହି ପ୍ରକଳ୍ପକୁ ସର୍ତ୍ତ ମୂଳକ ସମର୍ଥନ ଜଣାଇଥିଲେ।
ଲୋକଙ୍କ ସମସ୍ତ ଦାବି ଗୁଡ଼ିକୁ ଯଥା ସମ୍ଭବ ପୂରଣ କରିବା ନିମନ୍ତେ ଚେଷ୍ଟା କରିବେ ବୋଲି ଶ୍ରୀ ଅବନୀଶ କୁମାର, ମୁଖ୍ୟ, ମାଙ୍ଗାନିଜ ଗ୍ରୁପ ଅଫ ମାଇନ୍ସ, ଟାଟା ଷ୍ଟିଲ ପ୍ରତିଶ୍ରୁତି ଦେଇଥିଲେ।
Govt
Leave A Reply