ନୂଆଦିଲ୍ଲୀ : ହରିୟାଣା ରେ ଆଜିକାଲି ହିଂସା ଓ ବିଦ୍ରୋହ ଚାଲିଛି l ଯାହାକୁ ନେଇ ଦେଶର ରାଜନୀତି ଗରମ ହୋଇଛି, ଏବଂ ଏହାକୁ ନେଇ ବଲିଉଡ କଳାକାର ମଧ୍ୟ ନିଜ ନିଜର ପ୍ରତିକ୍ରିୟା ଟୁଇଟର ମାଧ୍ୟମ ରେ ଦେବାକୁ ପଛାଇ ନାହାନ୍ତି l ଏଥିରେ ବଲିଉଡ କଳାକାର ଗୋବିନ୍ଦା ଙ୍କ ନାମ ମଧ୍ୟ ସାମିଲ ରହିଛି l ଗୋବିନ୍ଦ ମୁସଲମାନ ଙ୍କ ଦୋକାନ ପୋଡ଼ିବାକୁ ନେଇ ହିନ୍ଦୁ ମାନଙ୍କର କ୍ଲାସ ନେଇଥିଲେ l ଯାହାର କିଛି ସମୟ ପରେ ତାଙ୍କୁ ଟୁଇଟର ରେ ଟ୍ରଲ କରିବା ଆରମ୍ଭ ହୋଇ ଯାଇଥିଲା l ଏହା ଗୋବିନ୍ଦ ଙ୍କ ଉପରେ ବିଶେଷ ପ୍ରଭାବ ପକାଇଥିଲା l ଏହାପରେ ଗୋବିନ୍ଦା ନିଜ ଟୁଇଟର ହ୍ୟାଣ୍ଡେଲ ର ନାମ ପରିବର୍ତନ କରି ଦେଇଥିଲେ l କିନ୍ତୁ ସେତେବେଳକୁ ତାଙ୍କ ଟୁଇଟର ର ସ୍କ୍ରିନ ସର୍ଟ ଭାଇରଲ ହୋଇ ସାରିଥିଲା l ଏହାପରେ ସେ ଗୋଟିଏ ଭିଡିଓ ପୋଷ୍ଟ କରି ତାଙ୍କ ଟୁଇଟର ଆକାଉଣ୍ଟ ହିଆକ ହେବାର ସୂଚନା ଦେଇଥିଲେ ଓ ଟୁଇଟ ଡିଲିଟ କରିବା ବିଷୟରେ ଜଣାଇଥିଲେ l
କଣ ଥିଲା ଟୁଇଟ ରେ ?
ହରିୟାଣା ରେ ହୋଇଥିବା ଦଙ୍ଗା ଓ ହିଂସା କୁ ନେଇ ବଲିଉଡ କଳାକାର ଙ୍କ ଟୁଇଟ ଜାରି ରହିଛି l ଗୋବିନ୍ଦ ଯେତେବେଳେ ଲୋକଙ୍କୁ ବୁଝାଇବା ଯାଇ ହିନ୍ଦୁ ମାନଙ୍କୁ ନେଇ ଟୁଇଟ କରିଥିଲେ ଏହାପରେ ସେ ଟ୍ରୋଲିଙ୍ଗ ର ଶିକାରହଇଥିଲେ l ସେ ଏହି ଟୁଇଟ ରେ ଗୋଟିଏ ଭିଡିଓ ସେୟାର କରି ଲେଖିଥିଲେ ‘ ଆମେ କେଉଁଠି ପହଂଚି ଗଲୁ ? ସେହି ଲୋକ ମାନଙ୍କୁ ଧିକାରୁଛି ଯିଏ ନିଜକୁ ହିନ୍ଦୁ କହୁଛନ୍ତି ଓ ଏହିଭଳି କାର୍ଯ୍ୟ କରୁଛନ୍ତି l ଶାନ୍ତି ରକ୍ଷା କରନ୍ତୁ, ଆମେ ଡେମୋକ୍ରlସି ଅଟୋକ୍ରାସି ନୁହେଁ l ‘
ଏହାପରେ ଯେତେବେଳେ ତାଙ୍କୁ ଟ୍ରୋଲ କରାଯାଇଥିଲା ସେ ବ୍ୟସ୍ତ ହୋଇ ଯାଇଥିଲେ l ଏହାପରେ ସେ ଗୋଟିଏ ଭିଡିଓ ଜାରି କରି କହିଥିଲେ ଯେ ‘ ହରିୟାଣା ବାସୀ ଏହି ଟୁଇଟ କୁ ମୋ ସହିତ ଯୋଡି ନାହିଁ l କେହି ଜଣେ ମୋ ଆକାଉଣ୍ଟ ହିୟlକ କରି ନେଇଛି l ମୁଁ ଏଭଳି ଟୁଇଟ କରିନାହିଁ l ମୁଁ ଏହି ମାମଲା ସାଇବର କ୍ରାଇମ ରେ ଦେବି l ‘