Odisha news

ଶ୍ରମିକ ଭତ୍ତା ପାଇବାରୁ ତ୍ରିଲୋଚନପୁର ଗ୍ରାମବାସୀ ବଞ୍ଚିତ

0

ବାଲିତୁଠ ୩/୮ ଅଭିଯୋଗ ଶୁଣିଲେ ତହସିଲଦାର ,ଖୁବ ଶୀଘ୍ର କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତିଶ୍ରୁତି ମଧ୍ୟ ଦେଲେ ।ଏଭଳି ଘଟଣା ଦେଖିବାକୁ ମିଳିଛି ଏରସମା ତହସିଲ ଅଧିନ ଢ଼ିଙ୍କିଆ ପଞ୍ଚାୟତ ତ୍ରିଲୋଚନପୁର ଗାଁ ରେ ।ଢ଼ିଙ୍କିଆ ଚାରିଦେଶରେ ହେବାକୁ ଥିବା ପ୍ରସ୍ତାବିତ ଜେ ଏସ ଡବ୍ଲୁ କମ୍ପାନୀ ପକ୍ଷରୁ  ଗୋବିନ୍ଦପୁର,ଢ଼ିଙ୍କିଆ,ମାହାଳ,ପାଟଣା,ନୂଆଗାଁ,ପୋଲାଙ୍ଗ,ଜୋକର ଓ ଭୂୟାଁ ପାଳ ଗ୍ରାମର ରାସନ କାଡ଼ ଧାରୀ  ପ୍ରତେକ ପରିବାର କୁ ଶ୍ରମିକ ଭତ୍ତା ବାବଦରେ ୮୮ooo ଟଙ୍କା ପ୍ରଦାନ କରିଥିବା ବେଳେ ଢ଼ିଙ୍କିଆ ପଞ୍ଚାୟତ ର ତ୍ରିଲୋଚନପୁର ଓ ଗଡ଼କୁଜଙ୍ଗ ଗ୍ରାମବାସୀ ଏହି ଭତ୍ତା ପାଇବାରୁ ବଞ୍ଚିତ ଅଛନ୍ତି ।ତ୍ରିଲୋଚନପୁର ଗ୍ରାମ ସାତଟି ଓୟାଡ଼ ବିଶିଷ୍ଟ ହୋଇଥିବା ବେଳେ ଆଠ ଶହ ପରିବାର ବସବାସ କରନ୍ତି ।ଉକ୍ତ ଗ୍ରାମରେ ତିନି ହଜାର ସାତସହ ଲୋକସଂଖ୍ୟା ଥିଲାବେଳେ ସାତସହ ପଚାଶ ରାସନ କାଡ଼ ଧାରୀ ରହିଛନ୍ତି ।ଢ଼ିଙ୍କିଆ ଜଙ୍ଗଲ ଜମିରେ ଥିବା ପାନ ବରଜରେ ଉକ୍ତ ତ୍ରିଲୋଚନପୁର ଗ୍ରାମର ଶତାଧିକ ଲୋକ ଶ୍ରମିକ ଭାବରେ ନିର୍ଭରଶୀଳ ଥିଲା ବେଳେ ଅନେକ ଲୋକଙ୍କର ପାନ କ୍ଷେତ ରହିଥିଲା। ପ୍ରସ୍ତାବିତ ପ୍ରକଳ୍ପ ପାଇଁ ପାନ ବରଜ ଭାଙ୍ଗି ଯିବା ପରେ କମ୍ପାନୀ ପକ୍ଷରୁ ଉପରୋକ୍ତ ଆଠ ଖଣ୍ଡି ଗ୍ରାମର ରାସନ କାଡ଼ ଧାରୀ ପରିବାର ଙ୍କୁ  ଶ୍ରମିକ ଭତ୍ତା ମିଳିଛି ।ମାତ୍ର ବିଡ଼ମ୍ବନାର ବିଷୟ କମ୍ପାନୀ ପାଇଁ ପ୍ରଶାସନ ଓ କମ୍ପାନୀ କୁ ସହଯୋଗ ର ହାତ ବଢ଼ାଇ ଥିବା ତ୍ରିଲୋଚନପୁର ଗ୍ରାମ ବାସୀ ଶ୍ରମିକ ଭତ୍ତା ରୁ ବଞ୍ଚିତ ରହିଛନ୍ତି ।ଏନେଇ ସ୍ଥାନୀୟ ବିଧାୟକ,ଜିଲ୍ଲାପାଳ, ଜିଲ୍ଲା ଆରଖି ଅଧିକ୍ଷକ ଓ କମ୍ପାନୀ ବରିଷ୍ଠ  କତ୍ତୃପକ୍ଷ ଙ୍କ ସହିତ ବହୁବାର ଆଲୋଚନା ସହିତ  ଲିଖିତ ଅଭିଯୋଗ କରାଯାଇଛି ।ମାତ୍ର ଫଳ କିଛି ମିଳିନି । ଗତ ଜୁନ ୨୯ତାରିଖରେ ୫ଟି ସଚିବ ଦୁଇଦିନିଆ ଜଗତସିଂହପୁର ଜିଲ୍ଲା ଗ୍ରସ୍ତ କାଳରେ ନିକଟ ଗଡକୁଜଙ୍ଗ କୁଞ୍ଜବିହାରୀ ମନ୍ଦିର ଦର୍ଶନରେ ଆସିଥିଲେ ।ଏହି ସମୟରେ ଢ଼ିଙ୍କିଆ ସରପଞ୍ଚ କିଶୋର ପରିଡାଙ୍କ ନେତୃତ୍ୱରେ  ତ୍ରିଲୋଚନପୁର ଗ୍ରାମବାସୀ ସଚିବ ଙ୍କୁ ଶ୍ରମିକ ଭତ୍ତା ସମ୍ପର୍କରେ ଲିଖିତ ଅଭିଯୋଗ କରିଥିଲେ ।ପ୍ରକୃତ ବାସ୍ତବ ତଥ୍ୟ ସଂଗ୍ରହ ପାଇଁ ଗୁରୁବାର ଦିନ ଏରସମା ତହସିଲଦାର ,ସୁପ୍ରଭାଇଜର ଓ ନୂଆଗାଁ ରାଜସ୍ବ ନିରୀକ୍ଷକ ଚନ୍ଦନ ବେହେରା ତ୍ରିଲୋଚନପୁର ରେ ପହଞ୍ଚି ସରପଞ୍ଚ ଙ୍କ ସହିତ ଗ୍ରାମର ମୁରବି ନୃସିଂହ ଦାସ,ସୁରେନ୍ଦ୍ର ସେଠୀ, ପ୍ରସନ ମହାନ୍ତି,କୈଳାଶ ବେହେରା ରମେଶ ଦାସ,ଭରତ ବେହେରା ଗୌରାଙ୍ଗ ଦାସ,ମହେନ୍ଦ୍ର ସ୍ୱାଇଁ,ସୁବାସ ବେହେରା ଓ ଅଜୟ ପାତ୍ର ପ୍ରମୁଖ ଜୀବିକା ହରାଇ ଦୁଃଖ ଦୁର୍ଦଶାରେ ଦିନ କାଟୁଥିବା ବେଳେ ଶ୍ରମିକ ଭତ୍ତା ପାଇବାରୁ ବଞ୍ଚିତ ହୋଇଥିବା କ୍ଷଭୋ ର ସହ ତହସିଲଦାର ଙ୍କୁ କହିଛନ୍ତି ।ତହସିଲଦାର ଶ୍ରୀମତୀ ମାଝୀ ଘଟଣା ସମ୍ପର୍କରେ ଗ୍ରାମବାସୀ ଙ୍କ ସହିତ  ପୁଙ୍ଖାନୁପୁଙ୍ଖ ଆଲୋଚନା କରି ଫେରିଥିବା ଜଣା ପଡ଼ିଛି । ଦେଖିବାକୁ ବାକି ରହିଲା କେବେ କେଉଁଦିନ ତ୍ରିଲୋଚନପୁର ଗ୍ରାମବାସୀ ଶ୍ରମିକ ଭତ୍ତା ପାଇବେ

Leave A Reply