Odisha news

ଆଜି ହେଉଛି ପବିତ୍ର ଏକାଦଶୀ : ଆଜିର ଦିନରେ ଏହିସବୁ କାର୍ଯ୍ୟ କୁ କରିବା ଦ୍ୱାରା ହୋଇଥାଏ ପୁଣ୍ୟ ପ୍ରାପ୍ତି 

0
ମଳ ମାସ ଏକାଦଶୀ ର ମହତ୍ୱ ଅନେକ ରହିଛି l ଯେଉଁ ବ୍ୟକ୍ତି ଏହି ଏକାଦଶୀ ରେ ବିଷ୍ଣୁ କିମ୍ବା ଶିବ ଙ୍କୁ ପୂଜା କରି ଥାଆନ୍ତି ତାଙ୍କର ଜଣା ଅଜଣା ରେ ହୋଇଥିବା ସମସ୍ତ ପାପ ର ବିଘ୍ନ ହୋଇଥାଏ l ଚଳିତ ଥରର ମଳ ମାସ ଏକାଦଶୀ ର ଅନେକ ମହତ୍ୱ ରହିଛି , କାହିଁକି ନା ଆଜିର ଦିନରେ ବ୍ରହ୍ମା ଓ ଇନ୍ଦ୍ର ଙ୍କ ସଂଯୋଗ ରହିଛି l ମଳମାସର ଏକାଦଶୀ କୁ ପଦ୍ମିନୀ ଏକାଦଶୀ କୁହାଯାଇ ଥାଏ l
ଆଜିର ଦିନରେ ଶନିଦେବ ଙ୍କୁ ଅଭିଷେକ କରିବା ଦ୍ୱାରା ମଧ୍ୟ ପୁଣ୍ୟ ପ୍ରାପ୍ତି ହୋଇଥାଏ l ଆଜିର ଦିନରେ ଶିବ ପରିବାର ଙ୍କ ର ପଞ୍ଚମୃତ ରେ ଅଭିଷେକ କରିବା ଉଚିତ l ବିଷ୍ଣୁ ଓ ଲକ୍ଷ୍ମୀ ଙ୍କ ଅଭିଷେକ ଦୁଗ୍ଧ ଓ କେଶରରେ କରିବା ଉଚିତ l ଏହାଛଡା ଶନି ଦେବଙ୍କ ଅଭିଷେକ ସୋରିଷ ତେଲ ରେ କରନ୍ତୁ l
କରନ୍ତୁ ଏହିସବୁ ଉପାୟ :-
* ଆଜିର ଦିନରେ ଓସ୍ତ ବୃକ୍ଷ କୁ ପୂଜା କରିବା ଖୁବ ଶୁଭ ଅଟେ l ଓସ୍ତ ବୃକ୍ଷ ରେ ଗଙ୍ଗଜଳ ଅର୍ପଣ କରିବା ଦ୍ୱାରା ପାପ କ୍ଷୟ ହୋଇଥାଏ l ଏହାଛଡା ଓସ୍ତ ବୃକ୍ଷ କୁ ଏହିଦିନ ପୂଜା କରିବା ଦ୍ୱାରା ପିତୃ ପୁରୁଷ ଙ୍କୁ ସନ୍ତୁଷ୍ଟି ମିଳିଥାଏ l
* ଭଗବାନ ବିଷ୍ଣୁ ଙ୍କ ଉତ୍ପତି ଅଁଳା ବୃକ୍ଷରୁ ହୋଇଛି l ପୌରାଣିକ ମାନ୍ୟତା ଅନୁସାରେ ଆଜିର ଦିନରେ ଯଦି କୌଣସି ବ୍ୟକ୍ତି ଅଁଳା ବୃକ୍ଷକୁ ପୂଜା କରିଥାଏ ତେବେ ତାର ବୈବାହିକ ଜୀବନ ସୁଖମୟ ହୋଇଥାଏ ଓ ମୃତ୍ୟୁ ପରେ ମୋକ୍ଷ ପ୍ରାପ୍ତି ହୋଇଥାଏ l
* ଆଜିର ଦିନରେ ତୁଳସୀ ଙ୍କୁ ନାଲି ଓଢଣୀ ଅର୍ପଣ କରି ୫ ଟି ଘିଅ ଦୀପ ଅର୍ପଣ କରି ବିଷ୍ଣୁ ଙ୍କ ମନ୍ତ୍ର ଜପ କରନ୍ତୁ l ଏହାଦ୍ୱାରା ଲକ୍ଷ୍ମୀ ଓ ନାରାୟଣ ଙ୍କ କୃପା ଲାଭ ହୋଇଥାଏ ଓ ଧନ ଧାନ୍ୟ ରେ ଘର ପୁରି ଉଠେ l
Nalco
Leave A Reply