Odisha news

ଚାକିରୀ ଭିତରେ ରାଜନୀତିର ଆଶା, ୨୦୨୪ ପାଇଁ ତୋରଣମାଳା, ନିର୍ବାଚନ ଜିତିବା ପରେ ଭୋଟର ଅଲୋଡା

0

ବେତନଟୀ : ରୀଜନୀତିରେ ସଂରକ୍ଷଣ ବ୍ୟବସ୍ଥା ପାଇଁ ସାଧାରଣ ବର୍ଗ ଆଜି ଉପେକ୍ଷିତ । ସାଧାରଣ ବର୍ଗଙ୍କ ପାଇଁ ଚାକିରୀ କରିବାକୁ ହେଲେ ୯୦ ପ୍ରତିଶତ ନମ୍ବର ଦରକାର ,ମାତ୍ର ସଂରକ୍ଷଣ କ୍ଷେତ୍ରରେ ତାହା ୫୦କୁ ଖସି ଆସୁଛି। ସଂରକ୍ଷଣ ବ୍ୟବସ୍ଥାରେ ଯିଏ ଚାକିରୀ ପାଇଲା ସେ ଯଦି ରାଜନୀତିରେ ଲୋକ ପ୍ରତିନିଧି ହେବା କୁ ଚାହିଁବ ତେବେ ତାଙ୍କୁ ଚାକିରୀରୁ ଇସ୍ତଫା ନ ଦେଇ ମଧ୍ୟ ପ୍ରତିଦ୍ୱନ୍ଦିତା କରିବା ପାଇଁ ସୁଯୋଗ ମିଳିପାରିବ ବୋଲି ନିୟମ ରହିଛି।

ଏ କ୍ଷେତ୍ରରେ ଜଣେ ସାଧାରଣ ବ୍ୟକ୍ତି ଯେତେ ଜ୍ଞାନୀ ,ଗୁଣୀ ବା ସମ୍ପତ୍ତିବାନ ହୋଇଥିଲେ ବି ତା ପାଇଁ ସୁଯୋଗ ହାତ ଛଡା ହୋଇ ଯାଉଛି ।ଏହାକୁ ଭିତ୍ତି କରି ବା ଲୋକ ପ୍ରତିନିଧି ହେବାର ଆଶାରେ ବଡସାହି ନିର୍ବାଚନ ମଣ୍ଡଳୀରେ ଆସନ୍ତା ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କେତେକ ଚାକିରୀଆ ମଧ୍ୟ ବଡ ବଡ ହୋଡିଂ ମାଧ୍ୟମରେ ଜନସାଧାରଣଙ୍କୁ ଶୁଭେଚ୍ଛା ବାର୍ତ୍ତା ଜଣାଇଥିବାର ଦେଖିବାକୁ ମିଳିଛି। ସରକାରୀ ଚାକିରୀ କରିବା  ସହିତ ଛୁଟି ଦିନ ବା ଅବସର ସମୟରେ ଏହି ବ୍ଯକ୍ତି ବିଶେଷ ମାନେ ଗାଁ ଗାଁ ବୁଲି ଲୋକଙ୍କ ନିକଟତର ହେବା ପାଇଁ ବିଭିନ୍ନ ପର୍ବପର୍ବାଣୀରେ ଯୋଗଦେବା, ଖେଳ କୁଦରେ କ୍କବ୍ ପିଲାମାନଙ୍କୁ କିଛି ଆର୍ଥିକ ସହଯୋଗ କରିବା, କୌଣସି ଅସୁସ୍ଥତା କାରଣରୁ କେହି ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ ତାଙ୍କ ନିକଟରେ ପହଞ୍ଚିବା, ବିବାହ ଭୋଜି ବା ଏକାଦଶାହ କ୍ରୀୟାରେ ଯୋଗଦେବା ଭଳି କାର୍ଯ୍ୟକଳାପକୁ ନେଇ ସେମାନେ ଆଗକୁ ରାଜନୀତି କରିବା ପାଇଁ ଆଶାବାଦୀ ବୋଲି ଧରାଯାଇପାରେ । ଅବଶ୍ୟ ଲୋକଙ୍କ ସୁବିଧା ଅସୁବିଧାରେ ତାଙ୍କ ପାଖରେ ଛିଡା ହେବା ପ୍ରକୃତ ବନ୍ଧୁର ପରିଚୟ ବୋଲି ଚାଣକ୍ୟ ନୀତି ରୁ ଜଣାଯାଇଛି।

ତେବେ ନିର୍ବାଚନ ପୂର୍ବରୁ ଘର ଘର ବୁଲି ଯେଉଁ ନେତାମାନେ “ମୁଁ ଆପଣଙ୍କର ପ୍ରକୃତର ବନ୍ଧୁ”କୋଲି କହି ନିଜ ସପକ୍ଷରେ ଜନମତ ଲୋଡ଼ୁଛନ୍ତି ,ପରେ ସେମାନେ ସେହି ଭୋଗର ଙ୍କୁ ଚିହ୍ନି ପାରୁନାହାନ୍ତି । ତେଣୁ ହେ ଭୋଟର ମାନେ “ଭୋଟ ପାଇଁ ନୋଟ ବଦଳରେ ସଚ୍ଚୋଟ ପାଇଁ ଆମ ଭୋଟ”ର ଧାରା ଆପଣେଇଲେ ନେତାଙ୍କର ହୋସ଼ ଉଡିଯିବା ସହିତ “ମେରା ଭାରତ ମହାନ” ଭକ୍ତି ସାବକ ହୋଇ ପାରିବ। ଏଥିପାଇଁ ଆଗାମୀ ନିର୍ବାଚନ କୁ ଆଖି ଆଗରେ ରଖି ଯେଉଁ ନେତା, କର୍ମୀମାନେ ରୀଜନୀତି କୁ ସେବା ନାମରେ ଦ୍ଵାହି ଦେଇ ନିର୍ବାଚନ ଲଢିବାକୁ ଆଶାବାଦୀ ଅଛନ୍ତି ସେମାନେ ନିଜକୁ ସଚ୍ଚୋଟ ଏବଂ ସାଧୁ ଭାବରେ ପ୍ରତିପାଦନ କରନ୍ତୁ ବୋଲି ବହୁ ବୁଦ୍ଧିଜୀବୀଙ୍କ ମତାମତରୁ ପ୍ରକାଶ ପାଇଛି।

Nalco
Leave A Reply