ରଣପୁର……ଆଜି ନୟାଗଡ ଜିଲ୍ଲା ରଣପୁର ଗ୍ରସ୍ଥ ରେ ଆସିବେ 5ଟି ସଚିବ ଯାହାକୁ ନେଇ ପ୍ରଶାସନିକ କ୍ଷେତ୍ର ରେ ତତ୍ପରତା ଦେଖାଦେଇଥିବା ବେଳେ ସମସ୍ତ କାର୍ଯ୍ୟକର୍ମ ଚୂଡାନ୍ତ ହୋଇ ପ୍ରସ୍ତୁତି ଶେଷ ହୋଇଛି ଏହାର ସ୍ଥିତି ପରଖିବା ପାଇଁ ବୁଧବାର ସକାଳେ ବିଜେଡି ସାଙ୍ଗଠନିକ ସମ୍ପାଦକ ବବି ଦାଶ ଓ ନୟାଗଡ ବିଧାୟକ ଅରୁଣ ସାହୁ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ ଓ ଜିଲ୍ଲା ପରିଷଦ ଅଧକ୍ଷ ଦେବାଶିଷ ପଟ୍ଟନାୟକ ପ୍ରମୁଖ ରଣପୁର ରେ ପହଞ୍ଚି ସମସ୍ତ ପ୍ରସ୍ତୁତି ର ସ୍ଥିତି ତଦାରଖ କରିଥିବା ଦେଖିବାକୁ ମିଳିଛି…ମିଳିଥିବା ସୂଚନା ଅନୁସାରେ 5ଟି ସଚିବ ଭିକେ ପାଣ୍ଡିଆନ ରଣପୁର ଗ୍ରସ୍ଥ ରେ ଆସି ସକାଳ 9 ଘଂଟିକା ସମୟରେ ରଣପୁର ଜେଲଛକ ସ୍ଥିତ ହେଲିପ୍ୟାଡ଼ ପଡିଆ ରେ ଅବତରଣ କରିବା ପରେ ପ୍ରଥମେ ତଳମଣିନାଗ ମନ୍ଦିର ଯାଇ ମାଙ୍କୁ ଦର୍ଶନ କରିବା ପରେ ମନ୍ଦିର ର ବିଭିନ୍ନ ଉର୍ନ୍ନତି ମୂଳକ କାର୍ଯ୍ୟ ର ସମୀକ୍ଷା କରିବେ ପରେ ଜଗନ୍ନାଥ ମନ୍ଦିର ଏବଂ ରଣପୁର ହସ୍ପିଟାଲ ଯାଇ ସ୍ଥିତି ପରଖିବା ସହିତ ସେଠାରୁ ସିଧା ବାଘସାମନ୍ତ ପଡିଆ ଠାରେ ହୋଇଥିବା ମଞ୍ଚ ରେ ସାଧାରଣ ଲୋକ ଙ୍କ ଅଭିଯୋଗ ଶୁଣାଣି କରି ସକାଳ ଏଗାର ଘଂଟିକା ରେ ରଣପୁର ଛାଡି ନୟାଗଡ ଯିବା ର କାର୍ଯ୍ୟକର୍ମ ଥିବା ଜଣାପଡ଼ିଛ.. ଏବଂ ମଣିନାଗ ମନ୍ଦିର ଜଗନ୍ନାଥ ମନ୍ଦିର ର ଉର୍ନ୍ନତି ଓ ବିଭିନ୍ନ ପ୍ରକଳ୍ପ ର ଉର୍ନ୍ନତି କରଣ ନେଇ ଅର୍ଥ ଘୋଷଣା କରିବା ନେଇ ରଣପୁର ବାସୀ 5ଟି ସଚିବ ଗ୍ରସ୍ଥ କୁ ଅପେକ୍ଷା କରି ରହିଛନ୍ତି… ତେବେ 5ଟି ସଚିବ ଗ୍ରସ୍ଥ କୁ ନେଇ କଂଗ୍ରେସ ଦଳ ତରଫରୁ ରଣପୁର ବିକାଶ ର ସାତ ଦଫା ଦାବୀ ନେଇ ମୁଖ୍ୟମନ୍ତ୍ରୀ ଉଦେଶ୍ୟ ରେ ରଖାଯାଇଥିବା ବେଳେ ଏହାର ଘୋଷଣା କରାନଗଲେ ଦଳ ତରଫରୁ ଗଣତାନ୍ତ୍ରିକ ପଦ୍ଧତି ରେ ମୁହଁ ରେ କଳାକନା ବାନ୍ଧି ମୌନ ସତ୍ୟାଗ୍ରହ କରି ବିରୋଧ କରାଯିବ ବୋଲି ରାଷ୍ଟ୍ରୀୟ ମଜଦୂର କଂଗ୍ରେସ ର ରାଷ୍ଟ୍ରୀୟ ସଂଗଠନ ସମ୍ପାଦକ ସତ୍ୟବ୍ରତ ନାୟକ ସୂଚନା ପ୍ରଦାନ କରିଛନ୍ତି
