ସାଧାରଣ ଭାବରେ ଛୋଟ ବେଳେ ପିଲାମାନେ ଯଦି ମୋଟା ସୋଟା ହୋଇ ଗୋଲ୍ ମୋଟଲ ହୋଇ ଥାଆନ୍ତି ତେବେ ସମସ୍ତଙ୍କୁ ପସନ୍ଦ ଆସି ଥାଆନ୍ତି l ଏଭଳି ପୁଚକା ଛୁଆ ଙ୍କୁ ସମସ୍ତେ ମଧ୍ୟ ଗେଲ୍ହା କରିବାକୁ ପସନ୍ଦ କରନ୍ତି l କିନ୍ତୁ ଆଜିର ବିଜ୍ଞାନ ଯୁଗରେ ଏଭଳି ପିଲା ମାନେ ଅନେକ ପ୍ରକାରର ରୋଗର ଶିକାର ହେଉଛନ୍ତି ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ମତ ଦେଇଛନ୍ତି l ଏହି କାରଣରୁ ସେମାନଙ୍କ ମଧ୍ୟରେ ଛୋଟ ବେଳରୁ ମଧୁମେହ ସହିତ ଅନେକ ପ୍ରକାର ରୋଗ ଦେଖା ଦେଉଛି l କିଛିଟା ରୋଗର ଲକ୍ଷଣ ମଧ୍ୟ ଜଣା ପଡୁନାହିଁ l
* କଣ ରହିଛି ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ମତ -:
ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ମତରେ ଆଜିର ଛୋଟ ପିଲା ମାନେ ଅନେକ ମାତ୍ରାରେ ବାହାର ଖାଦ୍ୟ ଖାଇବାକୁ ପସନ୍ଦ କରୁଛନ୍ତି l ପିତାମାତା ମଧ୍ୟ ଏହାକୁ ଗୋଟିଏ ଷ୍ଟାଇଲ ଭାବରେ ମେଣ୍ଟେନ କରି ପିଲା ମାନଙ୍କୁ ଦେଉଛନ୍ତି l ପ୍ୟାକେଜ ଫୁଡ ଯେପରିକି ଚିପ୍ସ , କୁରକୁରେ , ପିଜା , ବରଗର ଇତ୍ୟାଦି ଖାଦ୍ୟ ସହିତ ବିଭିନ୍ନ ପ୍ରକାରର ପାନୀୟ ଶରୀର ରେ ବ୍ୟାଡ଼ ଟକ୍ସିନ କ୍ରିଏଟ କରିଥାଏ ଓ ବିଭିନ୍ନ ରୋଗକୁ ନିମନ୍ତ୍ରଣ ଦେଇଥାଏ l
* ଏହିସବୁ ଖାଦ୍ୟ ପଦାର୍ଥ ଛୋଟ ବେଳରୁ ପିଲା ମାନଙ୍କର ଓଜନ ବୃଦ୍ଧିର କାରଣ ହେବା ସହ ଏହାର ପ୍ରଭାବ କିଡ଼ନୀ , ହାର୍ଟ , ଲିଭର, ଫୁସଫୁସ ଇତ୍ୟାଦି ଉପରେ ପଡିବା ସହିତ ମଧୁମେହ ଓ ଉଚ୍ଚ ରକ୍ତଚାପ ଭଳି ସମସ୍ୟାର ସମୁଖୀନ ଛୋଟ ବେଳରୁ କରାଉଛି l
* ସମସ୍ତ ରୋଗ ମଧ୍ୟରୁ ବର୍ତମାନ ପିଲା ମାନଙ୍କ ମଧ୍ୟରେ ମଧୁମେହ ଗୋଟିଏ ବଡ଼ କାରଣ ଭାବରେ ଦେଖା ଦେଇଛି l ଯାହାର ପ୍ରାରମ୍ଭିକ ସ୍ଥିତି ବା ଲକ୍ଷଣ କୁ ପିତାମାତା ତୁରନ୍ତ ଜାଣି ରଖିବା ଜରୁରୀ l
– ପିଲା ବାରମ୍ବାର ପରିସ୍ରା ଯିବା
– ଖେଳ କୁଦ କରିବା ସମୟରେ ଥକା ଲାଗିବା
– ପିଲା ମାନଙ୍କର ଦେହ ଓ ଗୋଡ଼ ହାତ ବାରମ୍ବାର ଯନ୍ତ୍ରଣା ହେବା
– ଭୋକ ଲାଗିଲେ ଦେହ ଥରିବା ଇତ୍ୟାଦି
* ଯଦି ଏଭଳି କିଛି ଲକ୍ଷଣ ଦେଖା ଯାଉଛି ତେବେ
– ନିୟମିତ ବ୍ୟାୟାମ ଓ ଖେଳ କୁଦ ଆବଶ୍ୟକ l
– ଖାଇବା ପିଲାଟି ବେଳରୁ କଣ୍ଟ୍ରୋଲ ହେବା ଜରୁରୀ l
– ପିଲା ମାନେ ଫାଷ୍ଟ ଫୁଡ ଓ ଅନ୍ୟାନ୍ୟ ତୈଳ ଯୁକ୍ତ ଭୋଜନ ଠାରୁ ଦୂରେଇ ରହିବା ଉଚିତ l
