ଆମିଷ ହେଉ କି ନିରାମିଷ ଖାଦ୍ୟ ସବୁଥିରେ ତେଲ ର ଆବଶ୍ୟକତା ପଡିଥାଏ l ବିନା ତେଲରେ କୌଣସି ଖାଦ୍ୟ ପ୍ରସ୍ତୁତ କରିବା ସମ୍ଭବ ନୁହେଁ l ତେଲ ଆମ ଖାଦ୍ୟ ର ଗୋଟିଏ ମୁଖ୍ୟ ଜିନିଷ , ଏହି ତେଲ ବିଭିନ୍ନ ପ୍ରକାର ଜିନିଷ ରେ ପ୍ରସ୍ତୁତ କରାଯାଇ ଥାଏ l କିନ୍ତୁ କେଉଁ ତେଲ ର ପ୍ରୟୋଗ ଆମ ଶରୀର ପାଇଁ ଲାଭ ଦାୟକ ତାହା ଆମେ ଜାଣି ରଖିବା ଉଚିତ l
ଯେଉଁ ଜିନିଷ ରେ ତେଲ ପ୍ରସ୍ତୁତ ହୋଇଥାଏ , ତାହାକୁ ଆମେ ଜମି ରୁ ଅମଳ କରିଥାଉ l କିନ୍ତୁ ଏହି ତେଲ ମାନଙ୍କ ମଧ୍ୟରେ କିଛି ଟା ତେଲ ରେ ଅନ ସଚୁରେଟେଡ ଫ୍ୟାଟ ରହିଥାଏ , ଯାହାକି ହାର୍ଟ ପାଇଁ କ୍ଷତି କାରକ ହୋଇଥାଏ l
କେଉଁ ପ୍ରକାରର ତେଲ ସ୍ୱାସ୍ଥ୍ୟ ପକ୍ଷରେ ହିତକର -:
ଅଲିଭ ଅଏଲ -:
ଅଲିଭ ଅଏଲ ର ସ୍ମକ ପଏଣ୍ଟ ୧୭୬ ଡିଗ୍ରୀ ରହିଥାଏ l ଯଦି ଏହାକୁ ୧୭୬ ଡିଗ୍ରୀ ଟେମ୍ପରଚର ରୁ ଅଧିକ ଉତପ୍ତ କଲେ ଏହା ବ୍ରେକ ଡାଉନ ହେବ ଆରମ୍ଭ ହୋଇଯାଏ , ଅର୍ଥାତ ସେଥିରେ ଥିବା ସମସ୍ତ ହେଲଦି ଫ୍ୟାଟ ନଷ୍ଟ ହୋଇ ଯାଇଥାଏ l ସାଧାରଣ ଭାବରେ ଆମେ ଖାଦ୍ୟ ପ୍ରସ୍ତୁତ କରିବା ସମୟରେ ୧୦୦ ଡିଗ୍ରୀ ଟେମ୍ପରଚାର ର ବ୍ୟବହାର କରିଥାଉ l ତେଣୁ ଅଲିଭ ଅଏଲ ଆମକୁ ସମସ୍ତ ହାର୍ଟ ସମ୍ବନ୍ଧୀୟ ସମସ୍ୟା ଠାରୁ ଦୂରେଇ ରଖଥାଏ l
* ସୋରିଷ ତେଲ – :
ସୋରିଷ ତେଲ ର ମଧ୍ୟ ସ୍ମକ ପଏଣ୍ଟ ଖୁବ ଅଧିକ ରହଥାଏ l ସୋରିଷ ତେଲ ରେ ଅଧିକ ମାନସାଚୁରେଟେଡ ଓ ପୋଲିସଚୁରଟେଡ଼ ଫ୍ୟାଟ ରହିଥାଏ l ଯାହାକୁ ଆମେ ହେଲଦି ଫ୍ୟାଟ କହିଥାଉ l ଏହା ହାର୍ଟ କୁ ସୁସ୍ଥ ରଖିଥାଏ l
* ସୂର୍ଯ୍ୟମୁଖୀ ତେଲ :- ସୂର୍ଯ୍ୟମୁଖୀ ତେଲ ର ସ୍ମକ ପଏଣ୍ଟ ୨୬୫ l ଏଥିରେ ସଚୁରେଟେଡ ଫ୍ୟାଟ ଖୁବ କମ ରହିଥାଏ l ଅନ ସଚୁରେଟେଡ ଫ୍ୟାଟ ଅଧିକ ରହିଥାଏ , ଯାହାକି ହାର୍ଟ ର ମସଲସ ମଜବୁତ ହୋଇଥାଏ ଓ କରନାରୀ ହାର୍ଟ ଡିଜିଜ ର ବିପଦ ମଧ୍ୟ କମ ହୋଇଥାଏ l
* ରାଶି ତେଲ :-
ରାଶି ତେଲ ରେ ସ୍ମକ ପଏଣ୍ଟ ୨୧୦ ଡିଗ୍ରୀ ରହିଥାଏ l ରାଶି ତେଲ ରେ ଆଣ୍ଟି ଏକଦିଡ଼ାଣ୍ଟ ରହିଥଏ l ଏହା ନର୍ଭ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ଦୂର ହୋଇଥାଏ l ପାର୍କିସନ ଡିଜିଜ ପାଇଁ ରାଶି ତେଲ ଖୁବ ହିତକର l
