Odisha news

ଚାଣକ୍ୟ ନୀତି : ଏହିସବୁ ଭୁଲ ହୋଇଥାଏ ମହାପାପ ସଦୃଶ , ଏହାକୁ କରିବା ଦ୍ୱାରା କଦାପି ମିଳି ନଥାଏ କ୍ଷମା

0
ମାନ୍ୟତା ଅନୁସାରେ ଚାଣକ୍ୟ ଙ୍କ ନୀତି ଶାସ୍ତ୍ର ଆମକୁ ଜୀବନ ରେ ଆଗକୁ ବଢିବା ପାଇଁ ରାସ୍ତା ଦେଖାଇ ଥାଏ l ଚାଣକ୍ୟ ତାଙ୍କ ନୀତି ଶାସ୍ତ୍ରରେ ଏପରି କିଛି ଭୁଲ ବିଷୟରେ କହିଛନ୍ତି ଯାହା କି ମହାପାପ ସଦୃଶ ହୋଇଥାଏ ଓ ଯେଉଁଥି ପାଇଁ ବ୍ୟକ୍ତି କୁ କଦାପି କ୍ଷମା କରା ଯାଇ ନପାରେ l
ଚାଣକ୍ୟ ନିଜ ନୀତି ଶାସ୍ତ୍ରରେ ପିତା – ମାତା ଓ ସନ୍ତାନ ମାନଙ୍କ ର ଏପରି କିଛି ଭୁଲ ବିଷୟରେ କହିଛନ୍ତି ଯାହାକି ପାପ ସଦୃଶ ହୋଇଥାଏ l ଏଭଳି ଭୁଲ ର ଭଗବାନ ମଧ୍ୟ କ୍ଷମା କରନ୍ତି ନାହିଁ l
* ମାତା ପିତାଙ୍କ ପାଇଁ ଅପଶବ୍ଦ ର ପ୍ରୟୋଗ -:
 ମାତା ପିତା ଙ୍କ ସ୍ଥାନ ଈଶ୍ୱର ଙ୍କ ସ୍ଥାନ ସହିତ ସମାନ ଅଟେ l ଚାଣକ୍ୟ ନୀତି ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତି କ୍ରୋଧିତ ହୋଇ ମାତା ପିତାଙ୍କ ଙ୍କ ପ୍ରତି ଅପଶବ୍ଦ ପ୍ରୟୋଗ କରିଥାଏ ସେହି ବ୍ୟକ୍ତି ଠାରୁ କେହି ବଡ଼ ପାପି ନାହାନ୍ତି l
* ଗୁରୁ ଙ୍କୁ ଅବମାନନା – :
ଗୁରୁ ହେଉଛନ୍ତି ଈଶ୍ୱର ଙ୍କ ସ୍ଥାନର l ଗୁରୁଙ୍କ ର ଅବମାନନା ଯେଉଁ ବ୍ୟକ୍ତି କରିଥାଏ ସେ ବଡ଼ ପାପୀ ହୋଇଥାଏ l ତାକୁ କଦାପି କ୍ଷମା କରାଯାଏ ନାହିଁ l
* ଅନ୍ୟକୁ ଠକିବା -:
ଚାଣକ୍ୟ ନିଜ ନୀତି ଶାସ୍ତ୍ରରେ କହିଛନ୍ତି ଯେ ଯେଉଁ ବ୍ୟକ୍ତି ତାର ଜୀବନ ରେ ଅନ୍ୟକୁ ଠକିବାର ମନୋବୃତି କରି ଥାଏ ତାହା ମହାପାପ ସଦୃଶ ହୋଇଥାଏ l ଏଭଳି ବ୍ୟକ୍ତି କଦାପି ସୁଖ ରେ ରହିପାରେ ନାହିଁ l ତାହା ଯେ କୌଣସି ପ୍ରକାରର ଠକିବା ହୋଇଥାଉ କଦାପି କ୍ଷମଣୀୟ ନୁହେଁ l
Nalco
Leave A Reply