ନିରାକାରପୁର,୨/୭: ମୁଣ୍ଡ ଫାଟି ମହିଳା ହେଲେ ଗୁରୁତର।ଗୁରୁତର ଅବସ୍ଥାରେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତି।ଗୁରୁତର ମହିଳାଙ୍କ ନାମ ହେଲା ସଂଯୁକ୍ତା ପ୍ରଧାନ ବୟସ ୫୩ ବର୍ଷ ଘର ଟାଙ୍ଗୀ ଥାନା ଭୁଷଣ୍ଡ ପୁର ଝାନସୀ ପାଟଣା ଗ୍ରାମରେ । ସୂଚନାଯୋଗ୍ୟ ମହିଳା ଜଣକ ରାତିରେ ନିଜ ବାଡିକୁ ପରିସ୍ରା କରିବାକୁ ଯାଇଥିବା ବେଳେ ଏକ ନଡିଆ ଗଛ ଉପରୁ ହଠାତ୍ ମହିଳାଙ୍କ ମୁଣ୍ଡ ଉପରେ ପଡିଥିଲା।ଫଳରେ ମୁଣ୍ଡ ଫାଟି ଯିବାରୁ ମହିଳା ଗୁରୁତର ହୋଇ ପଡିଥିଲେ।ତାଙ୍କୁ ପରିବାର ଲୋଜେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରିଥିଲେ। ପରେ ତାଙ୍କୁ ଭୁବନେଶ୍ବର ସ୍ଥାନାନ୍ତେ କରା ଯାଇଛି।
