ବଡଚଣା ବ୍ଳକ ମିଶନଶକ୍ତି ଅଧିନରେ ଏମବିକେ ସିଆରପି ନିଯୁକ୍ତିରେ ଲାଞ୍ଜ କାରବାର ଘଟଣା : ବହିଷ୍କାର ପାଇଁ ସଭାନେତ୍ରୀ କିଛିନାଙ୍କୁ ଚିଠି. ଓ ସବୁ ନିଯୁକ୍ତି ବାତିଲ ପାଇଁ ଆଦେଶ ଦେଲେ ଜିଲ୍ଲାପାଳ
ଚଣ୍ଡିଖୋଲ : ଯାଜପୁର ଜିଲ୍ଲାର ବଡ଼ଚଣା ବ୍ଳକରେ ମିଶନଶକ୍ତି କାର୍ଯ୍ୟକ୍ରମ ଅଧିନରେ ଏମବିକେ/ସିଆରପି ଓ ବ୍ୟାଙ୍କମିତ୍ର ନିଯୁକ୍ତିରେ ବ୍ୟାପକ ଅନିୟମିତତା ସହ ଲାଞ୍ଜ କାରବାର କରି ମିଶନଶକ୍ତି ଫେଡେରେସନ ସଭାନେତ୍ରୀ କିଛିନା ମହାପାତ୍ର ହରଡ ଘଣାରେ ପଡିଛନ୍ତି! ସେ ନିଜକୁ ବଞ୍ଚାଇବା ପାଇଁ ତରଭରିଆ ଭାବେ।ନିଜ ପଦବୀରୁ ଗତ ଚାରିଦିନ ପୂର୍ବେ ଇସ୍ତଫା ଦେଇଥିଲେ ମଧ୍ୟ ତାଙ୍କର ସେ ଚାଲ କାମ ଦେଇନି! ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିହ ରାଠୋର ସୋମବାର ଦିନ ସଭାନେତ୍ରୀ କିଛିନାଙ୍କୁ ତାଙ୍କ ପଦବୀରୁ ବହିଷ୍କାର ପୂର୍ବରୁ ଛିଠି ଲେଖିଥିବା ଜଣାପଡିଛି! ଏଥିସହ କିଛିନାଙ୍କ ଅଧିନରେଥିବା ବଡଚଣା ବ୍ଳକର ୨୪ଟି ପଞ୍ଚାୟତରେ ମିଶନଶକ୍ତି ଅଧିନରେ ସଦ୍ୟ ହୋଇଥିବା ସମସ୍ତ ଏମବିକେ,ସିଆରପି ଓ ବ୍ୟାଙ୍କମିତ୍ର ନିଯୁକ୍ତିକୁ ବାତିଲ କରି ସାନି ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି! ବଡଚଣା ବ୍ଳକର ଯୋନ ୧ ଅଧିନରରେ ଥିବା ୨୪ଟି ପଞ୍ଚାୟତରେ୬୧ଜଣ ସିଆରପି,୬ଜଣ ଏମବିକେ ଓ ୩ଜଣ ବ୍ୟାଙ୍କମିତ୍ରଙ୍କୁ ନିଯୁକ୍ତି ଦେବାକୁ ବିଗ୍ୟାପନ ଯାରୀ ହୋଇଥିଲା! ଏହି ବିଗ୍ୟାପନ ମିଶନଶକ୍ତି ଫେଡେରେସନ ପକ୍ଷରୁ ଯାରୀ କରାଯାଇଥିଲା!
ତେବେ ନିଯୁକ୍ତି ପୂର୍ବରୁ ଫେଡେରେସନ ସଭାନେତ୍ରୀ କିଛିନା ମହାପାତ୍ର ନିଜଘରେ ଆବେଦନକାରୀଙ୍କ ଠାରୁ ଖୋଲାଖୋଲିଭାବେ ଲାଞ୍ଚ ଆଦାୟକରି କେତେକ ଆବେଦନକାରୀଙ୍କୁ ସେହିସବୁ ପଦବୀଳେ ନିଯୁକ୍ତି ଦେବାର ଭିଡିଓ ଭାଇରାଲ ହୋଇଥିଲା! ଯାହାକୁନେଇ ସମଗ୍ର ଜିଲ୍ଲାରେ ଆଲୋଡନ ସୃଷ୍ଟି ହୋଇଥିଲା! ଏହାର ଗୁରୁତ୍ୱକୂ ଉପଲବ୍ଧି କରି ଜିଲ୍ଲାପାଳ ଏହାଉପରେ ତଦନ୍ତ ନିର୍ଦ୍ଦେଶ ଦୈଇଥିଲେ! ଜିଲ୍ଲା ସ୍ଥରର ତିନି ଜଣିଆ କମିଟିର ତଦନ୍ତ ରିପୋର୍ଟ ଆଧାରରେ ଜିଲ୍ଲାପାଳ ଶ୍ରୀ ରାଠୋରଙ୍କ ନିର୍ଦ୍ଦେଶରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜଣାପଡିଛି! ଏଥିସହ ବେଆଇନ ଭାବେ କିଛିନା ବିନା ନିର୍ବାଚନରେ ଦୀର୍ଘ ଦିନହେବ ଫେଡେରେସନ ସଭାନେତ୍ରୀ ଆସନ ମାଡି ବସିଥିବା ସହ ବହୁ ଅନୈତିକ କାର୍ଯ୍ୟରେ ସପୃକ୍ତ ଥିବା ଅଭିଯୋଗ ହୋଇଆସୁଥିଲେ ମଧ୍ୟ ତା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ତାଙ୍କୁ ସେଥିରେ ସହାୟତା।ଦେଇଥିବା ଦୁଈଜଣ ମିଶନଶକ୍ତି ଓ ଓଏଲଏମର ଅଧିକାରୀଣୀଙ୍କୁ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଯାରୀ ହୋଇଥିବା ଜଣାପଡିଛି! ଏ ସମ୍ପର୍କରେ ଜିଲ୍ଲାପାଳ ଶ୍ରୀ ରାଠୋରଙ୍କୁ ପଚାରିବାରେ ଏବେ ଏହି କାର୍ଯ୍ୟାନୁଷ୍ଠାନ ଆଳମ୍ଭ ହୋଇଛି ଓ।ଏଥିରେ ସପୃକ୍ତ ଥିବା ସମସ୍ତ ଅଧିକାରୀଙ୍କ ବିରୁଦ୍ଧରେ ଆଗକୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ!