Odisha news

ଡାକ୍ତର ଖାନା କତୃପକ୍ଷଙ୍କ ଅବହେଳାରୁ ବ୍ୟବଚ୍ଛେଦ ହେଲାନି ଦୁଇ ଶବ

0
ଆଠଗଡ଼ ତା ୨୯/୫/୨୩ ଆଠଗଡ଼ ଡାକ୍ତରଖାନା କତୃପକ୍ଷଙ୍କ ଅବହେଳାରୁ ଦୁଇଟି ଗରିବ ପରିବାର ଶବ ବ୍ୟବଚ୍ଛେଦ ନ ହୋଇ ପଡି ରହିଥିବ ଦେଖିବାକୁ ମିଳିଛି, ଗୁରୁଡ଼ିଝାଟିଆ ଥାନା ଦମ୍ପତିପୁର ଗ୍ରାମର ନତିମା ଚତାର( ୫୫ )ଙ୍କୁ ଗତ ଶନିବାର ଦିନ ସାପ କାମୁଡି ଦେଇଥିଲା, ନତିମାନଙ୍କ ପରିବାର ଆଦିବାସୀ ମୁଣ୍ଡା  ସଂମ୍ପ୍ରଦାୟ ହୋଇଥିବାରୁ ଗୁଣି ଗାରେଡି ଓ ଝଡା ଫୁଙ୍କା କରି ରହିଯାଇଥିଲେ, ଆଜି ଅବସ୍ଥା ଗୁରୁତର ହେବାରୁ ଆଠଗଡ ଡାକ୍ତର ଖାନାକୁ ଆଣିଥିବା ବେଳେ ସେଠାରେ ତାଙ୍କର ଚିକତ୍ସାଧୀନ ଅବସ୍ଥାରେ ମୁତ୍ୟୁ ହୋଇଥିଲା, ଦିନ ୧୦ ଘଂଟିକା ଠାରୁ ନତିମାନଙ୍କ ମୁତ୍ୟୁ ହୋଇଥିଲେ ବି ଡାକ୍ତର ଖାନା କତୃପକ୍ଷ ଓ ଗୁରୁଡିଝଟିଆ ଥାନା ମଧ୍ୟରେ ସମ୍ୱନ୍ନୟ ଅଭାବରୁ ବ୍ୟବଚ୍ଛେଦ ସମୟ ଅପରାହ୍ନ ୫ ଘଂଟିକା ଅତିକ୍ରାନ୍ତ ହେବାରୁ ଶବକୁ ବ୍ୟବଚ୍ଛେଦ ନ କରି ଆସନ୍ତା କାଲି ବ୍ୟବଚ୍ଛେଦ ପାଇଁ ରଖା ଯାଇଛି,ତିଗିରିଆ ଥାନା ଅଚଳକୋଟ ଗ୍ରାମର ବିମ୍ବାଧର ମଲ୍ଲିକ (୭୫ ) ସକାଳୁ ଘରୁ କୁଆଡେ ଯାଇଥିବାବେଳେ ମଧ୍ୟାହରେ ଗାଁ ଲୋକମାନେ ଗାଁ ପାଖ ନେଲି ପୋଖରୀରେ ତାଙ୍କ ଶବ ଭାସୁଥିବା ଦେଖିବାକୁ ପାଇଥିଲେ,ପରିବାର ଲୋକ ତାଙ୍କୁ ଆଠଗଡ଼ ଡାକ୍ତର ଖାନାକୁ ଦିନ ଦୁଇଟା ସୁଦ୍ଧା ଆଣିଥିଲେ ବି ଡାକ୍ତରଖାନା କତୃପକ୍ଷ ଓ ତିଗିରିଆ ପୋଲିସ ମଧ୍ୟରେ  ସମ୍ୱନୟ ଅଭାବରୁ ଶବଟି ବ୍ୟବଚ୍ଛେଦ ହୋଇପାରି ନାହିଁ,
ଆଠଗଡ ଉପଖଣ୍ଡ ଡାକ୍ତର ଖାନାରେ ଶବ ଦୁଇଟି ପଡି ରହିଥିବା ବେଳେ ଗରିବ ଓ ଅପାଠୁଆ ପରିବାରର  ସଦଶ୍ୟ ମାନେ ଏଣେତେଣେ ବୁଲୁଥିବା ବେଳେ ତାଙ୍କ କଥା କେହି ଶୁଣି ନ ଥିଲେ ଏ ସଂମ୍ପର୍କରେ ଆଠଗଡ଼ ଉପଖଣ୍ଡ ଡାକ୍ତର ଖାନା ଅଧିକାରୀ ଡାକ୍ତର ବିଜୟ କୁମାର ମିଶ୍ରଙ୍କୁ ପଚାରିବାରୁ ସମୟ ଅତିକ୍ରାନ୍ତ ହେବାରୁ ଶବ ବ୍ୟବଚ୍ଛେଦ ହୋଇପାରି ନାହିଁ ଆସନ୍ତା କାଲି କରାଯିବ ବୋଲି କହିଥିଲେ, ଏ ସଂମ୍ପର୍କରେ ଆଠଗଡ଼ ଥାନାକୁ ସୂଚନା ଦିଆଯାଇଥିଲେ ବି ପୋଲିସ ପକ୍ଷରୁ ସହଯୋଗ ନ ମିଳିବାରୁ କାଗଜ ପତ୍ର କରିବାରେ ବିଳମ୍ବ ହେଲା ବୋଲି ଡାକ୍ତର ଶ୍ରୀ ମିଶ୍ର ପ୍ରକାଶ କରିଥିଲେ, ଏ ସଂମ୍ପର୍କରେ ତିଗିରିଆ ଓ ଗୁରୁଡ଼ିଝାଟିଆ ଥାନା ଅଧିକାରୀଙ୍କୁ ପଚାରିବାରୁ ଆମ୍ଭେ ବିଳମ୍ବରେ ଖବର ପାଇଲୁ ଏବଂ ଆସନ୍ତା କାଲି ଶବ ବ୍ୟବଚ୍ଛେଦ ପାଇଁ ସମସ୍ତ କାର୍ଯ୍ୟ କରାଯିବ ବୋଲି କହିଛନ୍ତି, ତେବେ ଡାକ୍ତର ଖାନା କତୃପକ୍ଷ ଓ ପୋଲିସଙ୍କ ସମନ୍ୱୟ ଅଭାବରୁ ଦୁଇଟି ଶବ ପଡି ରହିବାରୁ ସାଧାରଣରେ ଅସନ୍ତୋଷ ପରିଲକ୍ଷିତ ହେଉଛି।

Leave A Reply