Odisha news

ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ

0
ଧରାକୋଟ,13/5/23 : ଧରାକୋଟ ଥାନା ଅନ୍ତର୍ଗତ ମୁଣ୍ଡମରାଇ ପଞ୍ଚାୟତ ର ସୁନ୍ଦରାପଲି ଗ୍ରାମରେ ଥାନା ଅଧିକାରୀ ମମତା ସାମନ୍ତରାୟ ଙ୍କ ସଭାପତିତ୍ବ ରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୂଖ୍ୟ ଅତିଥି ଭାବେ ବି ଡି ଓ ଡେନିସ ବେହେରା, ଏସ ଆଇ ବାଲ୍ମିକୀ ପ୍ରଧାନ,ସରପଞ୍ଚ ଅଭିମନ୍ୟୁ ସେଠୀ, ଝାଡ଼ବନ୍ଧ ସରପଞ୍ଚ ଯୋଗେନ୍ଦ୍ର ସ୍ୱାଇଁ, ଗ୍ରାମ୍ୟ କମିଟି ସଭାପତି ପଦ୍ମ ଚରଣ ଦାସ,ସରଧାପୁର ସରପଞ୍ଚ ପ୍ରତିନିଧି ଅନିଲ ମହାନ୍ତି,ଝରପାରି ସରପଞ୍ଚ ପ୍ରତିନିଧି ଲିଟୁ ଭୂୟାଁ, ଜଗମୋହନ ସରପଞ୍ଚ ପ୍ରତିନିଧି ପ୍ରମୋଦ ମହାରଣା , ସମାଜ ସେବୀ ଶିବ ଶଙ୍କର ପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ। ସମ୍ପ୍ରତି ଆଇନ ଶୃଙ୍ଖଳା ପରିସ୍ଥିତି ଦୃଷ୍ଟିରୁ ପଞ୍ଚାୟତ ର ସମସ୍ତ ଗ୍ରାମରେ ସି ସି ଟି ଭି ଲଗାଇବା, ସାଇବର ଠକେଇ ଭିତରେ ବ୍ୟାଙ୍କ ଓ ଏ ଟି ଏମ ଠକଙ୍କ ପ୍ରତି ସତର୍କ ରହିବା, ବାଲ୍ୟ ବିବାହ ରୋକିବା, ଗୁଣି ଗାରେଡ଼ି ଠାରୁ ଦୂରରେ ରହିବା, ନାରୀ ନିର୍ଯାତନା ରୋକିବା, ଟ୍ରାଫିକ ନିୟମ ମାନି ଚଳିବା,ସ୍ୱଚ୍ଛତା ଓ ପରିମଳ ସେବାକୁ ଗୁରୁତ୍ଵ ଦେବାପାଇଁ ଅତିଥି ମାନେ ଉପସ୍ଥିତ ଲୋକ ମାନଙ୍କୁ ବୁଝାଇ ଥିଲେ । ଗ୍ରାମବାସୀ ଙ୍କ ତରଫରୁ ସନ୍ତୋଷ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।
Nalco
Leave A Reply