Odisha news

ଓବିସି ଜନଗଣନା କୁ ସଫଳ କରିବା ପାଇଁ ଅଘରିଆ ସମାଜର ସଂକଳ୍ପ

0

ଜମନକିରା,୪/୪: ବହୁ ସଂଘର୍ଷ ପରେ ଓଡ଼ିଶା ସରକାର ଆଗାମୀ ମଇ ୧ ତାରିଖ ରୁ ୨୬ ତାରିଖ ଯାଏ ଓଡ଼ିଶାରେ ଓବିସି ଜନ ସଂଖ୍ୟାର ଗଣନା ପାଇଁ ନିଷ୍ପତ୍ତି ନେଇ ଥିବାରୁ ରାଜ୍ୟ ସରକାରଙ୍କୁ ଅଖିଳ ଭାରତୀୟ ଅଘରିଆ ସମାଜ ପକ୍ଷରୁ ସ୍ୱାଗତ ଜଣାଇବା ସହ ଏହାକୁ ସରଳି କରଣ କରିବା ସହ ଘରକୁ ଘର ବୁଲି ଜନ ଗଣନା କରିବାକୁ ଦାବି କରିଛନ୍ତି। ଏଥିପାଇଁ ଭୋଜପୁର ନିକଟସ୍ଥ ବାଲିମାଲ ଗାଁ ନିକଟରେ ଅନୁଷ୍ଠାନର ଉପଦେଷ୍ଟା ଗଙ୍ଗାଧର ନାଏକଙ୍କ ସଭାପତିତ୍ବରେ ଆୟୋଜିତ ଭୋଜପୁର ଗୁଡ଼ି ସ୍ତରୀୟ ସମ୍ମିଳନୀରେ ସଂଗଠନର କେନ୍ଦ୍ର ସାଂଗଠାନିକ ସମ୍ପାଦକ ତଥା ରାଜ୍ୟ ଓବିସି ମଞ୍ଚର ମାହାସଚିବ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କର୍ମକର୍ତ୍ତା ଗଣ ଘର କୁ ଘର ବୁଲି ଜନ ସଚେତନତା କରିବାକୁ ଆହ୍ବାନ ଦେଇଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଉପ ସଭାପତି ନରେଶ ପଟେଲ, ଆଞ୍ଚଳିକ ସଭାପତି ବନମାଳୀ ନାୟକ, ଆଞ୍ଚଳିକ ଉପ ସଭାପତି ଅଶୋକ ପଟେଲ ଓ ଗୁଣ୍ଡୁରୁଚୁଆଁ ଗୁଡ଼ି ସଭାପତି ସୁବାସ ପଟେଲ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ସଂଗଠନ କୁ ମଜବୁତ କରିବାକୁ ଆହ୍ବାନ ଦେଇଥିଲେ। ଭୋଜପୁର ଗୁଡ଼ିର ଖାଲିଥିବା କର୍ମକର୍ତ୍ତା ଚୟନ କରି ଗୋପାଳ ଚନ୍ଦ୍ର ପଟେଲ ସଭାପତି, ସତ୍ୟନାରାୟଣ ପଟେଲ ଉପସଭାପତି, ରମେଶ ଚନ୍ଦ୍ର ନାୟକ ସମ୍ପାଦକ, ଦିଲ୍ଲୀପ ନାୟକ ସହ ସମ୍ପାଦକ ଓ ଲକ୍ଷ୍ମଣ ପଟେଲ କୋଷାଧ୍ୟକ୍ଷ ନିର୍ବାଚିତ ହୋଇଥିବା ବେଲେ ମହିଲା ସଭାପତି ଭାବେ ଝରଣା ପଟେଲ, ଯୁବ ସଭାପତି ଭାବେ ରମେଶ ଚନ୍ଦ୍ର ପଟେଲ ଏବଂ ହରେକୃଷ୍ଣ ପଟେଲ, ବିରଞ୍ଚି ପଟେଲ, ଦ୍ବାରିକା ପଟେଲ, ଶିବଲାସ ପଟେଲ ଓ ଅଞ୍ଜଳି ପଟେଲ କାର୍ଯ୍ୟକାରୀ କମିଟିର ସଭ୍ୟ ଭାବରେ ସର୍ବ ସମ୍ମତି କ୍ରମେ ନିର୍ବାଚିତ ହୋଇଥିଲେ। ସଂଗଠନର ନିର୍ବାଚନ କମିଶନକୁ ସୁପାରିସ କରିଥିବା ଜଣା ଯାଇଛି। ଶେଷରେ ଇ. କ୍ଷମାଶିଲ ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ।

Nalco
Leave A Reply