ବାରିପଦା : ମୟୂରଭଞ୍ଜକୁ ପୁଣିଥରେ ରାଜ୍ୟ କରିବା ଦାବିରେ ବାରିପଦାରୁ ରାଷ୍ଟ୍ରପତି ଭବନ ଦିଲ୍ଲୀକୁ ପଦଯାତ୍ରା ସଫଳତାର ସହିତ ସମ୍ପନ୍ନ କରି ରାଷ୍ଟ୍ରପତିଙ୍କୁ ଦାବିପତ୍ର ପ୍ରଦାନ କରି ସାରି ଦିଲ୍ଲୀରୁ ଫେରିବା ପରେ ମାସାଆର୍ମୀର ରାଜ୍ୟ ସଭାପତି ସୁକୁଲାଲ ମାରାଣ୍ଡିଙ୍କ ନେତୃତ୍ୱରେ ମୟୂରଭଞ୍ଜକୁ ସ୍ୱତନ୍ତ୍ର ରାଜ୍ୟ ଦାବି ହାସଲ ନିମନ୍ତେ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜାତି,ଧର୍ମ,ବର୍ଣ୍ଣ,ଦଳ,ମତ ନିର୍ବିଶେଷରେ ସମସ୍ତ ମୟୂରଭଞ୍ଜ ବାସୀଙ୍କୁ ଏକାଠି କରିବା ପାଇଁ ଓ ସଂଗଠିତ କରିବା ପାଇଁ ପ୍ରତେକ ଗାଁ କୁ ଗାଁ ଯାଇ ଲୋକମାନଙ୍କୁ ସଚେତନ ଓ ଜାଗ୍ରତ କରୁଛନ୍ତି । ରାସଗୋବିନ୍ଦପୁର ବ୍ଲକ ଝାଟିଅଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଡେଙ୍ଗାନାଳିଆ ଗ୍ରାମରେ ଲୋକମାନଙ୍କୁ ମୟୂରଭଞ୍ଜ ରାଜ୍ୟ ଲଢେଇ ଜିତିବା ପାଇଁ ସଂଗଠିତ କରାଯାଇଛି । ମୟୂରଭଞ୍ଜ ମାଟିର ହକ ଓ ଅଧିକାର ପାଇଁ ଲଢେଇ କରୁଥିବାରୁ ଉକ୍ତ ଗ୍ରାମବାସୀଙ୍କ ପକ୍ଷରୁ ସୁକୁଲାଲ ମାରାଣ୍ଡିଙ୍କୁ ଓ ତାଙ୍କ ସହିତ କାର୍ଯ୍ୟକ୍ରମରେ ଯୋଗଦେଇଥିବା ସହଯୋଗୀ ମାନଙ୍କୁ ମଧ୍ୟ ଗ୍ରାମବାସୀଙ୍କ ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଥିଲା । ମୟୂରଭଞ୍ଜରେ ନିର୍ବାଚନ ଲଢୁଥିବା ଯେକୌଣସି ରାଜନୈତିକ ଦଳ ଯଦି ଆଗାମୀ ଦିନରେ ମୟୂରଭଞ୍ଜ ରାଜ୍ୟ ଦାବିକୁ ସମର୍ଥନ ନକରନ୍ତି ତାହେଲେ ସେହି ରାଜନୈତିକ ଦଳକୁ ଅସହଯୋଗ ଆନେ୍ଦାଳନ ଦ୍ୱାରା ଭୋଟ ବେଳେ ମୟୂରଭଞ୍ଜ ବାସୀ ଅସହଯୋଗ କରିବେ ବୋଲି ଗ୍ରାମବାସୀ ମାନଙ୍କ ପକ୍ଷରୁ ଶପଥ କରାଯାଇଛି । ଆଜିର କାର୍ଯ୍ୟକ୍ରମ ଗଜେନ୍ଦ୍ର ମୁର୍ମୁ,ବାସୁଦେବ ଟୁଡୁ,ଲକ୍ଷ୍ମଣ ହାଁସଦା,ସୁବଳ ମାରାଣ୍ଡି,ଶ୍ରୀନାଥ ଟୁଡୁ,ଲବ କୁମାର ମାରାଣ୍ଡି,ମହେନ୍ଦ୍ର ନାଥ ମାରାଣ୍ଡି,ସୂର୍ୟା ନାରାୟଣ ମୁର୍ମୁ,ଅନିଲ କୁମାର ହାଁସଦା ଓ ବାହାଦୁର ସରେନ ପ୍ରମୁଖଙ୍କ ଦ୍ୱାରା ଆୟୋଜନ ହୋଇଥିବାବେଳେ କାର୍ଯ୍ୟ ପରିଚାଳନା କରିଥିଲେ ମାସାଆର୍ମୀ ରାସଗବିନ୍ଦପୁର ବ୍ଲକ ସଭାପତି ଲକ୍ଷଣ ମୁର୍ମୁ । ଉକ୍ତ କାର୍ଯ୍ୟକ୍ରମରେ ସାମିଲ ଥିଲେ ଝାଟିଅଡା ଗ୍ରାମପଞ୍ଚାୟତ ସରପଞ୍ଚ ବୁଦ୍ଧିଆ ମୁର୍ମୁ, ଜିଲ୍ଲା ଉପସଭାପତି ଲକ୍ଷ୍ମୀକାନ୍ତ ବାସ୍କେ,ପିଣ୍ଟୁ ମୁର୍ମୁ ଓ ବିଦ୍ୟୁତ କୁମାର ହେମ୍ବ୍ରମ ପ୍ରମୁଖ ସାମିଲ ଥିଲେ ।