Odisha news

ହଜାରେ ବର୍ଷର ଐତିହାସିକ ପିଞ୍ଚାବଣିଆ ଦୋଳ ମେଳଣ ସମାପିତ

0

ବେତନଟୀ : ବୈଶିଙ୍ଗା ଥାନା ଅନ୍ତର୍ଗତ ମୟୂରଭଞ୍ଜ ଓ ବାଲେଶ୍ଵର ସୀମାନ୍ତ ପିଞ୍ଚାବଣିଆ ଠାରେ କାହିଁ କେଉଁ କାଳରୁ ଏହି ଦୋଳ ମେଳଣ ହେଉଛି ତାହା କହି ହେବ ନାହିଁ। ତେବେ ଯେଉଁ ଶତାୟୁ ପୁରୁଷ ଜୀବନ୍ତ ଅଛନ୍ତି ସେମାନଙ୍କ ମୂଖ ନିସୃତ ବାଣୀ ରୁ ଆକଳନ କରାଯାଇଛି, ତେବେ ଏହି ଦୋଳ ମେଳଣ ଦୋଳ ପୂର୍ଣ୍ଣିମା ସନ୍ଧ୍ୟାରେ ଅନୁଷ୍ଠିତ ହୁଏ ଆଖପାଖ ଗ୍ରାମ ରୁ ରାଧାକୃଷ୍ଣ ଓ ଗୋପାଳକୃଷ୍ଣଙ୍କ ବିଗ୍ରହ ସବୁ ଦୋଳାରେ ଆସନ୍ତି, ଦୋଳ ପଡ଼ିଆରେ ପହଞ୍ଚିବା ପରେ ମେଳଣ ହୁଏ, ତା ସାଙ୍ଗକୁ ପୂଜାର୍ଚ୍ଚନା, ଭଜନ କୀର୍ତ୍ତନରେ ମାତିଯାଆନ୍ତି ଶ୍ରଦ୍ଧାଳୁମାନେ । ଏହା ସାଙ୍ଗକୁ ଫଗୁ ଖେଳ ମଧ୍ୟ ଏକ ନିଆରା  ଭାଇଚାରା ସୃଷ୍ଟି କରିଥାଏ। ହଜାର ହଜାର   ସଂଖ୍ୟାରେ ଲୋକମାନଙ୍କର ଆଗମନକୁ ନେଇ ଆରମ୍ଭ ହୁଏ ବେପାର ବଣିଜ । ଅବିଭକ୍ତ ବିହାର, ପଶ୍ଚିମବଙ୍ଗ ଓ ଓଡ଼ିଶା ଏହି ତିନି ରାଜ୍ୟରୁ ହଜାର ହଜାର ବ୍ୟବସାୟୀ ମାନେ ତାଙ୍କର ବିଭିନ୍ନ ସାମଗ୍ରୀର ପସରା ମେଲାଇ ଦେଇଥାନ୍ତି। ଚାଇଁବସାର ଶୀଳ ଓ ଶୀଳ ପୁଆ, ପଶ୍ଚିମବଙ୍ଗ ର ମାଛଧରା ଜାଲ, ମଶିଣା ସହିତ ହରେକ ମାଲ ତଥା ଓଡିଶା ର ଫାଷ୍ଟ ଫୁଡ୍‌ ଲୋକଙ୍କୁ ଟାଣି ଆଣେ । ଏହି ପିଞ୍ଝାଵଣିଆ ଦୋଳଯାତ୍ରା ପୂର୍ବରୁ କେବଳ ଦୋଳ ପୂର୍ଣ୍ଣମୀ ରାତିରେ ହେଉଥିଲା। ଏବେ ଏହି ମେଳା ଚାରି ଦିନ ଧରି ଚାଲୁଥିଲେ ମଧ୍ୟ ଲୋକମାନଙ୍କର ଯାତାୟତ ଚାଲୁ ରହିଥାଏ। ଦୁଇ ବର୍ଷ ଧରି କରୋନା କଟକଣା ପାଇଁ ବନ୍ଦ ରହିଥିବା ବେଳେ ଚଳିତ ବର୍ଷ ଲୋକଙ୍କର ଭିତ ଅତିମାତ୍ରା ରେ ବଢିଥିବାର ପରିଲକ୍ଷିତ ହୋଇଥିଲା। ଆକଳନ ଅନୁସାରେ ଏହି ଚାରି ଦିନରେ ପ୍ରାୟ କୋଡିଏ ଲକ୍ଷ ଲୋକଙ୍କ ଯାତାୟତ ହୋଇଥିବାର ଆଶା କରାଯାଏ।

Govt
Leave A Reply