ଦଶପଲ୍ଲା ୧୨/୩ : ବାଘମାରି ଠାରୁ ଦଶପଲ୍ଲା ଭାୟା କଣ୍ଟିଲୋ ରାଜ୍ୟ ରାଜପଥ ୪୮ ର ହେବ ଉନ୍ନତି କରଣ । ଏନେଇ ରାଜ୍ୟ ସରକାର ଅର୍ଥ ମଞ୍ଜୁର କରିଥିବା ବେଳେ । ରବିବାର ଦିନ ମଧ୍ୟଖଣ୍ଡ ଠାରୁ ଦଶପଲ୍ଲା ପର୍ଯ୍ୟନ୍ତ ରାସ୍ତା ପାଇଁ ଭିତ୍ତି ପ୍ରସ୍ତର ହୋଇଛି । ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦ୍ଘାଟନ କରିଛନ୍ତି । ମଧ୍ୟ ଖଣ୍ଡ ଠାରୁ ଦଶପଲ୍ଲା ପର୍ଯ୍ୟନ୍ତ ରାସ୍ତା ର ଉନ୍ନତି କରଣ ପାଇଁ ଦୁଇ କୋଟି ଟଙ୍କା ମଞ୍ଜୁର ହୋଇଥିବା ସୂଚନା ମିଳିଛି । ଏହି ଉତ୍ସବ ରେ ବିଧାୟକ ଙ୍କ ସହ ମଧ୍ୟଖଣ୍ଡ ପଞ୍ଚାୟତ ସରପଞ୍ଚ,ସମିତି ସଭ୍ୟ, ମଧ୍ୟଖଣ୍ଡ ଜୋନ ଜିଲ୍ଲାପରିଷଦ ବସନ୍ତ ପ୍ରଧାନ ଓ ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ଉପେନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।