Odisha news

ମିରିଗସିଙ୍ଗା ମେଗା ପାନୀୟ ଜଳ ପ୍ରକଳ୍ପ ରେ ମଜୁରୀ ନ ପାଇ କାମ ବନ୍ଦ କଲେ ଶ୍ରମିକ : ଠିକାଦାର ଛୁ: ଭୋକ ଉପାସରେ ଶ୍ରମିକ

0

ଚମ୍ପୁଆ – କେନ୍ଦୁଝର ଜିଲ୍ଲା ଚମ୍ପୂଆ ବ୍ଲକ ଅନ୍ତର୍ଗତ ମିରିଗସିଙ୍ଗା ଠାରେ ଥିବା ମେଗା ପାନୀୟ ଜଳ ପ୍ରକଳ୍ପ ରେ କାମ କରୁଥିବା ଶ୍ରମିକ ମାନେ ମାସ ମାସ ଧରି ମଜୁରୀ ନ ପାଇବାରୁ ଶ୍ରମିକ ମାନେ ଏହା ବିରୋଧ ରେ ଏକଜୁଟ ହୋଇ କାମ ବନ୍ଦ କରିଥିବା ବେଳେ କାମ କରାଉଥିବା ଠିକାଦାର ସଂସ୍ଥା ର କର୍ମଚାରୀ ମାନେ ଘଟଣା ସ୍ଥଳ ରୁ ଛୁ ମାରିଛନ୍ତି। ସୂଚନା ଅନୁସାରେ କେନ୍ଦୁଝର ଜିଲ୍ଲା କୁ ପାନୀୟ ଜଳ ଯୋଗାଣ ପାଇଁ ଜିଲ୍ଲା ଖଣିଜ ପାଣ୍ଠି ରୁ ଅନୁଦାନ ଯୋଗାଇ ଦିଆଯାଇଥିବା ବେଳେ ଏଲ ଏଣ୍ଡ ଟି କମ୍ପାନୀ କୁ ଏହି କାର୍ଯ୍ୟ କରିବାକୁ ଠିକା ପ୍ରଦାନ କରାଯାଇଛି। ଏହି ପ୍ରକଳ୍ପ ର ଅର୍ଦ୍ଧାଧିକ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଯାଇଥିବା ବେଳେ ଆଜି ମଜୁରୀ ପାଇ ନ ଥିବା ଅଭିଯୋଗ ରେ ଏହି ପ୍ରକଳ୍ପ ରେ କାମ କରୁଥିବା ଶ୍ରମିକ ମାନେ ପ୍ରକଳ୍ପ କାମ ବନ୍ଦ କରିଥିବା ଜଣାପଡ଼ିଛି। ଏହି ପ୍ରକଳ୍ପ ସମ୍ପୂର୍ଣ କରିବା ଦାୟିତ୍ବ ଏଲଏଣ୍ଡଟି ସଂସ୍ଥା କୁ ମିଳିଥିବା ବେଳେ ଏହି ଠିକା ସଂସ୍ଥା ଏଠାରେ କାମ କରୁଥିବା ଶ୍ରମିକ ମାନଙ୍କୁ ନିୟମିତ ମଜୁରୀ ପ୍ରଦାନ ନ କରି ଶ୍ରମିକ ଶୋଷଣ ନୀତି ଅବଲମ୍ବନ କରୁଥିବା ଅଭିଯୋଗ ହେଉଛି। ତେବେ ବିଗତ ୨ ମାସ ଧରି ଏହି ଠିକା ସଂସ୍ଥା ଏହି ପ୍ରକଳ୍ପ ରେ କାମ କରିଥିବା ଶ୍ରମିକ ମାନଙ୍କୁ ମଜୁରୀ ପ୍ରଦାନ ନ କରିବାରୁ ଏଠାରେ କାମ କରୁଥିବା ଶ୍ରମିକ ମାନେ ଭୋକ ଉପାସରେ ରେ ରହି କାମ କରୁଥିବା ଯୋଗୁଁ ଦିନ କୁ ଦିନ ଶ୍ରମିକ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ଏହି ପୁଞ୍ଜିଭୂତ ଅସନ୍ତୋଷ ର ଫଳ ସ୍ୱରୂପ ଆଜି ଏହି ଠିକା ସଂସ୍ଥା ରେ କାମ କରୁଥିବା ଶ୍ରମିକ ମାନେ ଏହାର ବିରୋଧ ରେ ପ୍ରକଳ୍ପ କାମ କୁ ବନ୍ଦ କରିଛନ୍ତି। ତେବେ ବାକିଆ ମଜୁରୀ ନ ମିଳିବା ଯାଏ ଏହି ପ୍ରକଳ୍ପ କାମ କରିବାକୁ ଦିଆଯିବ ନାହିଁ ବୋଲି ଏଠାରେ କାମ କରୁଥିବା ଶ୍ରମିକ ମାନେ ଅଡ଼ି ବସିଥିବା ବେଳେ ଶ୍ରମିକ ମାନଙ୍କ ଅସନ୍ତୋଷ ଦେଖି ଏହି ପ୍ରକଳ୍ପ ଦାୟିତ୍ବ ରେ ଥିବା ଠିକା ସଂସ୍ଥା ର କର୍ମଚାରୀ ମାନେ ଘଟଣା ସ୍ଥଳରୁ ଛୁ ମାରିଥିବା ଦେଖିବାକୁ ମିଳିଛି।

Leave A Reply