ରଣପୁର, 28/02 : ଆଜି ଏକ ପୋଖରୀ ରୁ ଜଣଙ୍କ ଙ୍କ ମୃତଦେହ ଉଦ୍ଧାର ହୋଇଛି l ନୟାଗଡ ଜ଼ିଲ୍ଲା ରଣପୁର ଥାନା ଅନ୍ତର୍ଗତ ଲତାର ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା l ସୂଚନା ଅନୁସାରେ ଉକ୍ତ ଗ୍ରାମର ବିଭୁତି ଭୂଷଣ ମହାପାତ୍ର (43)ଆଜି ସକାଳୁ ନିକଟସ୍ଥ ପୋଖରୀକୁ ଗାଧୋଇବାକୁ ଯାଇ ଆଉ ଘରକୁ ଫେରିନଥିଲେ l ବିଳମ୍ବ ହେବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରିବiପରେ ପୋଖରୀ ରୁ ବିଭୁତି ଭୂଷଣଙ୍କୁ ଉଦ୍ଧାର କରାଯାଇ ଥିଲା l ପରେ 108 ଆମ୍ବୁଲାନ୍ସ ରେ ରଣପୁର ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା l ସେଠାରେ ଡ଼କ୍ଟର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ l ମୃତ ବିଭୁତି ର ଏକ ମାତ୍ର ପୁଅ ଥିବା ଜଣାଯାଇଛି l