ଡେଲାଙ୍ଗ – ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଚାଁଇପୁର ଗ୍ରାମ ପଞ୍ଚାୟତ ର ଗୋରଡାପୀଢ ଗ୍ରାମ ର ଅନୀଲ୍ ପରିଡା (25)ବର୍ଷ ଆଜି ଭୂବନେଶ୍ବର ସ୍ଥିତ ଓଏସ୍ଏପି କ୍ଯାମ୍ପୋସ୍ ରେ ଜଲ୍ ଓର୍ଡର ପୋଷ୍ଟ ପାଇଁ ଇଣ୍ଟରଭ୍ଯୁ ର ଷୋହଳ ଶହ ମିଟର ଦୌଡ ପ୍ରତିଯୋଗିତା ରେ ଅଂଶଗ୍ରହଣ କରୁଥିବା ସମୟରେ ହଠାତ୍ ମୁର୍ମଶ ଅବସ୍ଥାରେ ପଡିଯାଇଥିଲା। ସେଠାରୁ ବିଭାଗୀୟ ଅଧିକାରୀ ମାନେ ଆମ୍ବୁଲାନସ୍ ଯୋଗେ କିମସ୍ ହସ୍ପିଟାଲ ରେ ତୁରନ୍ତ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ।
କିମସ୍ ହସ୍ପିଟାଲ ରେ ଅନୀଲ୍ ଟିକେ ସୁସ୍ଥ ଅନୁଭବ କରିବା ପରେ ଗଙ୍ଗପଡା ସ୍ଥିତ ମାଉସିଘରକୁ ଏକ କାର ଯୋଗେ ସାଙ୍ଗ ମାନଙ୍କ ସହାୟତା ରେ ଚାଲିଆସିଥିଲା। କିନ୍ତୁ, ଘରେ ବିଶ୍ରାମ ନେବାର ଘଣ୍ଟାଏ ଭିତରେ ପୁଣି ହଠାତ୍ ଅଚେତ ହୋଇଗଲା। ସେତେବେଳକୁ ଅନୀଲର ବୋଉ ଅନୀଲ୍ ଙ୍କ ପାଖରେ ପହଞ୍ଚି ସାରିଥିଲେ। ବୋଉ କାହା ସାଙ୍ଗରେ ଆସିଲୁ ବୋଲି କଥା ହୋଇଥିଲା। ତାପରେ ଅନୀଲ କୁ ଛଅ ନମ୍ବର ମେଡିକାଲ ଓ ପରେ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଏମସ୍ ହସ୍ପିଟାଲ କୁ ସ୍ଥାନାନ୍ତର କରାଯାଇଥିଲା।ଅନୀଲ କୁ ପରୀକ୍ଷା ନିରୀକ୍ଷା କରିବାପରେ ଡାକ୍ତର ସେଠାରେ ତାକୁ ମୃତ ଘୋଷଣା କରିଥିଲେ । ଅନୀଲ ଏହା ପୂର୍ବରୁ ଭାରତୀୟ ସେନାବାହିନୀ ପରୀକ୍ଷା ରେ ସର୍ବଭାରତୀୟ ସ୍ତରରେ ଦ୍ବିତୀୟ ରାଙ୍କ ରଖିଥିଲେ। ଅନୀଲଙ୍କ ର ଅକାଳ ବିୟୋଗରେ ସମଗ୍ର ଅଂଚଳରେ ସୋକର ଛାୟା ଖେଳିଯାଇଛି ।
ଅନୀଲ ଏକ ଗରୀବ ପରିବାର ଅନ୍ତର୍ଭୁକ୍ତ ମେଧାବୀ ଛାତ୍ର ଥିଲା ।ସେ ବିଗ୍ଯାନ ବିଭାଗରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ସରକାର ଙ୍କ ଦ୍ବାରା ଗ୍ରୀଷ୍ମ ସମୟରେ ଏପରି ତୃଟିପୂର୍ଣ୍ଣ ଦୌଡ ପ୍ରତିଯୋଗିତା ଯୋଗୁଁ ଆଗରୁ ଅନେକଙ୍କ ପରି ଅନୀଲ୍ ମଧ୍ୟ ଅକାଳ ମୃତ୍ୟୁ ରେ ପ୍ରାଣ ହରାଇଲେ ବୋଲି ବୁଦ୍ଧିଜୀବୀ ମହଲରେ ଏହାର ନିନ୍ଦା କରାଯାଇଛି । ଅନୀଲ ର ଆଉ ଦୁଇଟି ସାନଭାଇ ଅଛନ୍ତି ।ବାପା ପ୍ରଶନ୍ନ ପରିଡା ଜଣେ ଦିନମଜୁରିଆ ଶ୍ରେଣୀ ର ବ୍ଯକ୍ତି। ତାଙ୍କ ଏହି ଅପୂରଣୀୟ କ୍ଷତି ପାଇଁ ସରକାରୀ ସହାୟତା ପାଇଁ ଚାଁଇପୁର ଗ୍ରାମ ପଞ୍ଚାୟତ ର ଜନସାଧାରଣ ଙ୍କ ସହିତ ପୂର୍ବତନ ସରପଞ୍ଚ ପ୍ରଦ୍ଯୁମ୍ନ ପରିଡା ମୁଖ୍ୟମନ୍ତ୍ରୀ ଙ୍କ ନିକଟରେ ଦାବି କରିଛନ୍ତି ।