Odisha news

କଳମଛୁଇଁ ଶିଶୁ ମନ୍ଦିରରେ ଘର ହିଁ ବିଦ୍ୟାଳୟ କାର୍ଯ୍ୟକ୍ରମ

0

ତାଳଚେର ତା ୨୭/୦୨ ତାଳଚେର ବ୍ଲକ ଅନ୍ତର୍ଗତ କଳମଛୁଇଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଶିଶୁ ବାଟିକା ବିଭାଗର ପ୍ରଥମ ପର୍ଯ୍ୟାୟ ଘର ହିଁ ବିଦ୍ୟାଳୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ଅନୀଲ କୁମାର ଦେହୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ  ମୁଖ୍ୟ ଅତିଥି ଭାବରେ ବିଦ୍ୟାଳୟ ପରିଚାଳନା ସମିତିର ସମ୍ପାଦକ ବିଭୂତି ଭୂଷଣ ସ୍ୱାଇଁ,ମୁଖ୍ୟ ବକ୍ତା ଭାବରେ ଆମ୍ବମୁଣ୍ଡା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ପ୍ରାତଃପର୍ଯ୍ୟାୟ ପ୍ରମୁଖ ଆଚାର୍ଯ୍ୟ ନିର୍ମଳ କୁମାର ପ୍ରଧାନ ଓ ସମ୍ମାନୀତ ଅତିଥି ଭାବରେ କୋଷାଧ୍ୟକ୍ଷ ପଂଚାନନ ବେହେରା  ପ୍ରମୁଖ ଯୋଗ ଦେଇଥିଲେ ।

ପ୍ରାରମ୍ଭରେ ଅତିଥିମାନେ ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଥିଲେ । ବିଦ୍ୟାଳୟ ଶିଶୁବାଟିକା ପ୍ରମୁଖ ଆଚାର୍ଯ୍ୟ କୁମୁଦ ଚନ୍ଦ୍ର ସାହୁ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥବା ବେଳେ ଆଚାର୍ଯ୍ୟା ସରସ୍ୱତୀ ସାହୁ କାର୍ଯ୍ୟକ୍ରମର ଆଭିମୁଖ୍ୟ ସଂପର୍କରେ ଅଭିଭାବକମାନଙ୍କୁ ଅବଗତ କରାଇଥିଲେ । ଏହି ଅବସରରେ ମୁଖ୍ୟ ବକ୍ତା ଶ୍ରୀ ପ୍ରଧାନ ଶିଶୁର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ପିତାମାତା ଓ ବିଦ୍ୟାଳୟର ଭୂମିକା  ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ଏଥିନିମନ୍ତେ ସଂସ୍କାରପୂର୍ଣ୍ଣ ଓ ଶୌକ୍ଷିକ ବାତାବରଣ ସୃଷ୍ଟି କରିବା ଆବଶ୍ୟକ ବୋଲି ସେ ମତବ୍ୟକ୍ତ କରିଥିଲେ ।  ଏହାସହିତ ବିଦ୍ୟାଳୟ ପରିସରରେ ଶିଶୁମାନଙ୍କ ଶିକ୍ଷା ଉପକରଣ ସମ୍ବନ୍ଧୀୟ ଏକ ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମରେ ଚାଳିଶରୁ ଉର୍ଦ୍ଧ୍ୱ ଅଭିଭାବକ,ଅଭିଭାବିକା ଯୋଗ ଦେଇଥିଲେ । ଆଚାର୍ଯ୍ୟା କଳ୍ପନା ସାହୁ ଓ ସବିତା ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଆଚାର୍ଯ୍ୟା ଅର୍ଚ୍ଚନା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।  ପ୍ରାତଃ ପର୍ଯ୍ୟାୟ ପ୍ରମୁଖ ବସନ୍ତ କୁମାର ମହାନ୍ତି, ରୀତା ଭୂତିଆ, ରଞ୍ଜୁବାଳା ସାହୁ,ଶାନ୍ତିପ୍ରିୟା ପ୍ରଧାନ,ହିମାଂଶୁ ଦାସ,ସଞ୍ଜୟ ବାରିକ ପ୍ରମୁଖ  କାର୍ଯ୍ୟକ୍ରମ  ପରିଚାଳନାରେ  ସହଯୋଗ କରିଥିଲେ ।

Govt
Leave A Reply