Odisha news

କାହିଁକି ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ ହଳଦୀ ଲଗାଯାଇ ଥାଏ , କଣ ରହିଛି ଏହାର ବୈଜ୍ଞାନିକ ଓ ଶାସ୍ତ୍ରର ମାନ୍ୟତା

0
ପ୍ରତ୍ୟେକ ଘରେ ରୋଷେଇ ପାଇଁ ବ୍ୟବହାର ହେଉଥିବା ହଳଦୀ ହିନ୍ଦୁ ଧର୍ମରେ ପ୍ରତ୍ୟେକ ଶୁଭ କାର୍ଯ୍ୟ ରେ ବ୍ୟବହୃତ ହୋଇଥାଏ । ହଳଦିଆ ରଙ୍ଗ କୁ ଗୋଟିଏ ଶୁଭ ରଙ୍ଗ ଭାବରେ ମଧ୍ୟ ଗ୍ରହଣ କରାଯାଇ ଥାଏ । ସେହିଭଳି ହଳଦୀ କୁ ମଧ୍ୟ ମାନ୍ୟତା ଅନୁସାରେ ସୌଭାଗ୍ୟ ର ପ୍ରତୀକ ଭାବରେ ଗ୍ରହଣ କରାଯାଇ ଥାଏ । ତେଣୁ ପୂଜା ପର୍ବରେ ହଳଦୀ ର ବ୍ୟବହାର ହେବା ସହିତ ବିବାହ ଭଳି ପବିତ୍ର କାର୍ଯ୍ୟ ରେ ମଧ୍ୟ ବ୍ୟବହାର ହୋଇଥାଏ । କୁହାଯାଏ ଯେ ହଳଦୀ ଭଳି ଶୁଭ ବସ୍ତୁ ଯେଉଁ ଶୁଭ କାର୍ଯ୍ୟରେ ବ୍ୟବହାର ହୋଇଥାଏ ସେହି କାର୍ଯ୍ୟର ମହତ୍ତ୍ଵ ବଢ଼ି ଯାଇଥାଏ ।
* ଜ୍ୟୋତିଷ ଶାସ୍ତ୍ର ଅନୁସାରେ ହଳଦୀ ର ସମ୍ବନ୍ଧ ଗୁରୁ ଗ୍ରହ ସହିତ ରହିଛି । ଯାହା ବିବାହ କାର୍ଯ୍ୟ ଓ ବୈବାହିକ ସମ୍ବନ୍ଧ କୁ ମଜବୁତ୍ କରିଥାଏ । ଏହାଛଡା ଜ୍ୟୋତିଷ ଶାସ୍ତ୍ର ଅନୁସାରେ ହଳଦୀ ବିବାହ କାର୍ଯ୍ୟ ରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।
* ବୈଜ୍ଞାନିକ କାରଣ ଅନୁସାରେ ହଳଦୀ ଆଣ୍ଟି ବ୍ୟାକ୍ଟେରିଆଲ ଓ ଆଣ୍ଟି ସେପ୍ଟିକ୍ ଗୁଣରେ ଭରପୁର ଅଟେ । ଯାହା ତ୍ଵଚା କୁ ବିଭିନ୍ନ ପ୍ରକାର ସଂକ୍ରମଣ ରୁ ରକ୍ଷା କରିଥାଏ । ଏହାଛଡା ଚର୍ମ କୁ ସୁନ୍ଦର୍ କରି ଚମକ ଆଣିଥାଏ ।
* ପୁରୁଣା ଯୁଗରେ ହଳଦୀ ର ପ୍ରୟୋଗ ଦ୍ଵାରା ଖରାପ ନଜର ରୁ ରକ୍ଷା କରି ହେଉଥିଲା ବୋଲି ମାନ୍ୟତା ରହିଛି । ସେଥିପାଇଁ ବିବାହ ପୂର୍ବରୁ ବର ଓ ବଧୂ ଙ୍କୁ ହଳଦୀ ଲେପନ କରାଯାଇ ଥାଏ, ଯାହା ତାଙ୍କୁ ଖରାପ ନଜର ରୁ ଦୂରେଇ ରଖିଥାଏ ।
* ବିବାହ ସମୟରେ ଅନେକ ନୀତି ଏଭଳି ରହିଥାଏ ଯାହାକି ଚିନ୍ତା ର କାରଣ ହୋଇଥାଏ । ହଳଦୀ ରେ ମାନସିକ ଚାପ ଦୂର କରିବାର ଗୁଣ ରହିଛି । ତେଣୁ ବିବାହ ସମୟରେ ମନକୁ ହାଲୁକା କରିବା ପାଇଁ ହଳଦୀ ର ବ୍ୟବହାର ହୋଇଥାଏ ବୋଲି ମନୋବିଜ୍ଞାନୀ ମାନେ ମତ ଦେଇଛନ୍ତି ।
* କୁହାଯାଏ ଯେ ଧାର୍ମିକ ମାନ୍ୟତା ଅନୁସାରେ ବିବାହ ସମୟରେ ବର କନ୍ୟା ଙ୍କ ଶରୀର ରେ ଶିବ ଓ ପାର୍ବତୀଙ୍କ ବାସ ହୋଇଥାଏ । ତେଣୁ ଏହି ସମୟରେ ଭଗବାନ ଙ୍କୁ ସ୍ବାଗତ କରିବା ପାଇଁ ହଳଦୀ ର ଲେପ ଲଗା ଯାଇଥାଏ ।
Leave A Reply