Odisha news

ବିଦ୍ୟାଳୟ ଗଛ କଟା କୁ ନେଇ ତିବ୍ର ବିରୋଧ। ଥାନାରେ ମାମଲା

0
ବାଲିପାଟଣା ୩୧/୧ : ବାଲିପାଟଣା ବ୍ଳକ ଅଧିନସ୍ଥ କୁରୁଞ୍ଜିପୁର ଗ୍ରାମ ପଞ୍ଚାୟତର  ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟର ହତା ଭିତରୁ ଲକ୍ଷାଧିକ ଟଙ୍କାର କଞ୍ଚା ଗଛ କାଟି ବିକ୍ରି କରିଦେଇଛନ୍ତି । ଯାହାକୁ ନେଇ ପରିଚାଳନା କମିଟିର ଆଦସ୍ୟ ଓ ଗ୍ରାମବାସୀ ଘୋର ବିରୋଧ କରିବା ସହ ଥାନାର ଦ୍ବାରସ୍ଥ ହୋଇଛନ୍ତି। ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ,
 ଗତ ୨୯/o୧ /୨୦୨୩ରିଖ ରବିବାର ଥିବାରୁ ଛୁଟି ଦିନ ଦେଖି  ବିଦ୍ୟାଳୟ ପରିଚାଳନା କମିଟିର ସଭାପତି   ବେପାରୀ କୁ ଡାକି ସ୍କୁଲ୍ ପରିସରରୁ ୨୨ଟି ଆକାଶିଆ ଗଛ କାଟି ନେଇଥିବାର ଜଣା ପଡ଼ିଛି। ଯାହାର ହାରା ହାରି ମୂଲ୍ୟ ୩ ଲକ୍ଷ  ଟଙ୍କା ହେବ ବୋଲି ସାଧାରଣରେ ଚର୍ଚ୍ଚା ହେଇଛି। ଗୋଟିଏ ଛୁଟି ଦିନରେ ସବୁ ଗଛ କାଟିବା ପାଇଁ ବେପାରୀ  ୩ଟି କଟର ଓ ୧୫ ଜଣ ଲୋକ ଲଗାଇ ସବୁ  ଗଛ କାଟି ନେଇଯାଇଛି ।  ପ୍ରଧାନ ଶିକ୍ଷକ ବିଜୟ କୁମାର ବେହେରାଙ୍କ କହିବା କଥା ଗଛ କଟା ହେବା ସମ୍ପର୍କରେ ମୁଁ କିଛି ଜାଣି ନାହିଁ ସେ ସଭାପତି ସବୁ କରିଛନ୍ତି । ଯେହେତୁ ଆମ ସ୍କୁଲ୍ ଫାଇଭି ଟି ରେ ଯାଇଛି , ଗଛ କଟା ହେବ ବୋଲି ପରିଚାଳନା କମିଟିକୁ କହିଥିଲେ।ପରିଚାଳନା କମିଟିର ଅଧ୍ୟକ୍ଷ ପ୍ରସନ୍ନ କୁମାର ଶର୍ମା କାହାକୁ ନ ଜଣାଇଁ ଗୋଟିଏ ବେପାରୀଙ୍କୁ ଡ଼ାକି ଶାଗ ମାଛ ଦରରେ ୨୨ ଟି ଆକାସିଆ ଗଛ କାଟି ବିକ୍ରି କରିଦେଇଛନ୍ତି । ଏ ସମ୍ପର୍କ ରେ କମିଟିର ଅଧ୍ୟକ୍ଷ ଶ୍ରୀଯୁକ୍ତ ଶର୍ମା କୁହନ୍ତି ଯେ, ସେ ମିଟିଙ୍ଗି ଡାକିଥିଲେ ମଧ୍ୟ କେହି ଆସି ନ ଥିଲେ। ଫଳରେ ସେ ବାଧ୍ୟ ହୋଇ ସବୁ ଗଛ କାଟି ଦେଇଛନ୍ତି ।କିନ୍ତୁ ସ୍ଥାନୀୟ ଲୋକମାନେ କହିବା କଥା ପ୍ରଧାନ ଶିକ୍ଷକଙ୍କ ଉପସ୍ଥିତିରେ ଗଛ କଟା ଯାଇଛି ଏବାବଦରେ ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟ ମାନେ କିଛି ଜାଣି ନାହିଁନ୍ତି ବୋଲି କହିଛନ୍ତି ସ୍ଥାନୀୟ ଜନସାଧାରଣ , ଅବିଭାବକ ଓ  ପୂର୍ବତନ ଛାତ୍ରଛାତ୍ରୀ ମାନେ ଏହାର ବିଧିବଧ ତଦନ୍ତ ପାଇଁ ଦାବି କରିଛନ୍ତି। ଯଦି ଏ ବାବଦରେ କିଛି ପଦକ୍ଷପ ନିଆ ନଯାଏ ,ତାହା ହେଲେ ଏ ଅଞ୍ଚଳର ଜନ ସାଧାରଣ ରାଜ ରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । ଏ ସମ୍ୱନ୍ଧରେ ସ୍ଥାନୀୟ ଲୋକେ ଓ ପରିଚାଳନା କମିଟିର ସଦସ୍ୟମାନେ ଜିଲ୍ଲାପାଳ, ଶିକ୍ଷ୍ୟା ସଚିବ, ଶିକ୍ଷା ମନ୍ତ୍ରୀ,ସ୍ଥାନୀୟ ତହସିଲଦାର, ବିଡିଓ, ଜଙ୍ଗଲ ବିଭାଗ, ଡି ଇ ଓ,ଓ ବ୍ଲକ ଶିକ୍ଷା ଅଧିକାରୀ ଓ ବାଲିପାଟଣା ଥାନରେ ଅଭିଯୋଗ କରିଛନ୍ତି।
Govt
Leave A Reply