ଭଞ୍ଜନଗର,୯/୧(ଆପ୍ର) ସ୍ଥାନୀୟ ଓଡେଶା ଭବନ ପରିସରରେ ଏଲ୍ ଆଇ ସି ବ୍ରହ୍ମପୁର ମଣ୍ଡଳ ଅଭିକର୍ତ୍ତା ମହାସଂଘ ର କର୍ମକର୍ତ୍ତା ନିର୍ବାଚନ ଓ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ସଭାପତି ଶିବ ଶଙ୍କର ସ୍ବାଇଁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜୋନାଲ ସଂପାଦକ ପ୍ରତାପ ଚନ୍ଦ୍ର ମହାନ୍ତି ମୁଖ୍ୟ ଅତିଥି ଓ କେନ୍ଦ୍ରୀୟ ସଂଗଠନ ସଂପାଦକ ଯୁଧିଷ୍ଠିର ମଲ୍ଲିକ, ଭଞ୍ଜନଗର ବ୍ରାଞ୍ଚ ମେନେଜର ଶଶୀଭୂଷଣ ଆଚାରୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏଥିରେ ବ୍ରହ୍ମପୁର ମଣ୍ଡଳ ଅଭିକର୍ତ୍ତା ମହାସଂଘ ର ସାଂଗଠନିକ ଆଲୋଚନା କରାଯାଇଥିଲା। ପରେ ପରେ ମଣ୍ଡଳ ସ୍ତରୀୟ କାର୍ଯ୍ୟକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିରେ ମଣ୍ଡଳ ସଭାପତି ଭାବେ ରାମଚନ୍ଦ୍ର ମିଶ୍ର, ମଣ୍ଡଳ ସଂପାଦକ ଭାବେ ପ୍ରଶନ୍ନ କୁମାର ଚୈ।ଧୁରୀ, କୋଷାଧ୍ୟକ୍ଷ ଭାବେ ସତ୍ୟବାଦୀ ସାହୁ ତଥା ଜୋନାଲ ଓ କେନ୍ଦ୍ରୀୟ କାର୍ଯ୍ୟକାରୀ କମିଟିର ସଦସ୍ୟ ଭାବରେ ଗିରିଜା ପ୍ରସାଦ ତ୍ରିପାଠୀ ସର୍ବସମ୍ମତିକ୍ରମେ ନିର୍ବାଚିତ ହୋଇଥିଲେ। ମଣ୍ଡଳ ସ୍ତରୀୟ ଏହି କାର୍ଯ୍ୟକ୍ରମରେ ଉଭୟ ଭଞ୍ଜନଗର ଓ ଫୁଲବାଣୀ ଅଭିକର୍ତ୍ତା ସଂଘର ସମସ୍ତ କର୍ମକର୍ତ୍ତା ସଂପୂର୍ଣ୍ଣ ସହଯୋଗ କରିଥିଲେ।