Odisha news

ଭୋଜିକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ମାଡପିଟ ଜଣେ ଗିରଫ

0

ନିରାକାରପୁର,୨୯/୧୨: ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅନ୍ତର୍ଗତ ରାମେଶ୍ୱର ପାନ୍ଥିକାରେ ଗତକାଲି ରାମେଶ୍ୱର ହାଇସ୍କୁଲ ର ପୂରାତନ ଛାତ୍ରଛାତ୍ରୀ ମାନେ ମିଳିତ ଭାବରେ ଏକ ଭୋଜି କରୁଥିଲେ।ଭୋଜି ସମୟରେ ବାଲିଗାଡିଆ ଗ୍ରାମର କେତେକ ଯୁବକ ସେଠାରେ ପହଞ୍ଚି ବିଶୃଙ୍ଖଳା କରିବାରୁ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ହୋଇଥିଲା ବୋଲି ଅଭିଯୋଗରୁ ଜଣାପଡିଛି।ବିବାଦ ଉଗ୍ରରୂପ ନେଇଥିଲା ଗଣ୍ଡଗୋଳ ରେ ଜଣେ ଯୁବକଙ୍କ ମୁଣ୍ଡ ଫାଟି ଆହତ ହୋଇଥିଲେ।ଆହତ ଯୁବକ ଜଣଙ୍କ ଖଜୁରିପଡା ଗ୍ରାମର ଜୟନ୍ତ କୁମାର ପାହାଡାସିଂହ।ଜୟନ୍ତ ମୁଣ୍ଡରେ ଶକ୍ତ ଆଘାତ ଲାଗିଛି।ଏନେଇ ଜୟନ୍ତ ନିରାକାରପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି।ଅଭିଯୋଗ କୁ ଭିତ୍ତିକରି ଆଇଆଇସିଙ୍କ ନେତୃତ୍ୱରେ ପୋଲିସ ଏସ ଆଇ ବିନାୟକ ମନ୍ତ୍ରୀ ଓ କନେଷ୍ଟବଳ ଅରୁଣ କୁମାର ପୁରୀ ମିଶି ବାଲିଗାଡିଆ ଗ୍ରାମର ଅରୁପ ବଳବନ୍ତରାୟ ନାମକ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି।ଅନ୍ୟ ଅଭିଯୁକ୍ତ ମାନେ ଫେରାର ଥିବାବେଳେ ସେମାନଙ୍କୁ ଖୁବ ଶିଘ୍ର ଗିରଫ କରାଯିବ ବୋଲି ପୋଲିସ ସୂଚନାରୁ ଜଣାପଡିଛି।

Govt
Leave A Reply