Odisha news

ବ୍ରହ୍ମପୁର ଠାରେ ବିଶ୍ୱକପ ହକି ଟ୍ରଫିକୁ ଭବ୍ୟ ସମ୍ବର୍ଦ୍ଧନା

0
ବ୍ରହ୍ମପୁର ତା ୨୯।୧୨.ଆସନ୍ତା ବର୍ଷ ଜାନୁଆରୀ ମାସ ୧୩ ରୁ ୨୯ ତାରିଖ ପର୍ଯ୍ୟନ୍ତ ବିଶ୍ୱକପ ହକି ଖେଳ ଓଡିଶା ଅନୁଷ୍ଠିତ ହେବ। ଅନ୍ତର୍ଜାତୀୟ ହକି ଖେଳ ଓଡିଶା ଭୂବନେଶ୍ବର ଓ ରାଉରକେଲା ଠାରେ ଅନୁଷ୍ଠିତ ହେବ। ଆମର ଜାତୀୟ ଖେଳ ହକିକୁ ଆମ ରାଜ୍ୟର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶା ରେ  ଆୟୋଜନ କରାଇ ଓଡିଶା କୁ ବିଶ୍ବ ସ୍ତରରେ ପରିଚୟ ସୃଷ୍ଟି କରିବା ର ଏକ ଭିନ୍ନ ପ୍ରୟାସ ବୋଲି ସ୍ଥାନୀୟ ଖଲ୍ଲୀକୋଟ କଲେଜ ଖେଳ ପଡ଼ିଆ ଠାରେ ଆୟୋଜିତ ଏହି ହକି ଟ୍ରଫିକୁ ଭବ୍ୟ ସମ୍ବର୍ଦ୍ଧନା କାର୍ଯ୍ୟ କ୍ରମ ରେ ଅତିଥି ମାନେ ମତବ୍ଯକ୍ତ କରିଥିଲେ।
ଏହି ଖେଳରେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରର  ସୁନାମଧନ୍ୟ ଖେଳାଳି ଅଂଶଗ୍ରହଣ କରିବେ। ଏହି ଅନ୍ତର୍ଜତୀୟ ପ୍ରତିଯୋଗିତା ଭାରତ କିଭଳି ସଫଳ ହେବ ଓ ଓଡିଶା ର ନାମ ଓ ଯଶ ରଖିବେ ସେ ନେଇ
ଓଡିଶା ବାସୀଙ୍କ ଆଶୀର୍ବଦ କାମନା କରି ରାଜ୍ୟ ସରକାରଙ୍କ ପକ୍ଷରୁ ହକି ବିଶ୍ୱକପ ଟ୍ରଫିକୁ ରାଜ୍ୟର ବିଭିନ୍ନ ସହରକୁ ନିଆଯାଇ ଥିବା ବେଳେ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର, ଆସିକା,ହିଞ୍ଜଳିକାଟୁ ସମେତ ବିଭିନ୍ନ ସ୍ଥାନରେ ସର୍ବସାଧାରଣରେ ପ୍ରଦର୍ଶନ ଟ୍ରଫି କୁ  କରାଯାଉଛି। ଜିଲ୍ଲା ପ୍ରଶାସନ ଓ ମହାନଗର ନିଗମ ପ୍ରଶାସନ ର ମିଳିତ ଆନୁକୂଲ୍ୟରେ ଖଲ୍ଲୀକୋଟ କଲେଜ ଖେଳ ପଡ଼ିଆ ଠାରେ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ସ୍ଥାନୀୟ ଫାଷ୍ଟ ଗେଟ ଠାରୁ ଏକ ବିଶାଳ ପଟୁଆରରେ ଶଙ୍ଖ ମହୁରୀ ବାଦ୍ୟବାଜଣା, ଜାତୀୟପତଳା ଧରି ଖଲ୍ଲୀକୋଟ କଲେଜ ଖେଳ ପଡ଼ିଆ ଠାରେ ପହଞ୍ଚି ଥୀଲେ। ବ୍ରହ୍ମପୁର ଲୋକସଭା ସଂସଦ ଚନ୍ଦ୍ର ଶେଖର ସାହୁ ଓ ବିଧାୟକ ବିକ୍ରମ କୁମାର ପଣ୍ଡା, ମେୟର ସଂଘମିତ୍ର ଦଳେଇ,ବିଜେଡି ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ଚାଉ ପଟ୍ଟନାୟକ, କାଜୁ ନିଗମ ଅଧ୍ୟକ୍ଷ ସୁବାସ ମହାରଣା, ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା, ବ୍ରହ୍ମପୁର ଏସପି ଶ୍ରାବଣ ବିବେକ,
ମହାନଗର ନିଗମ କମିଶନର ଜେ ସୋନାଲ ,ଉପଜିଲ୍ଲାପାଳ ଆଷୁତୋଶ କୁଲକର୍ଣ୍ଣୀ,ଡେପୁଟି ମେୟର ବିବେକ ରେଡ୍ଡିଙ୍କ ସମେତ ବହୁ କର୍ପୋରଟର ଓ କର୍ମଚାରୀ ଉପସ୍ଥିତ ରହି ପରିଚାଳନା କରିଥିଲେ। ଏହି ଅବସରରେ ବ୍ରହ୍ମପୁର ର ବିଭିନ୍ନ କଳାକେନ୍ଦ୍ର ର କଳାକାର ମାନଙ୍କ ପକ୍ଷରୁ ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
Govt
Leave A Reply