ହିନ୍ଦୀ ଧାରାବାହିକ ର ଟିଭି ଅଭିନେତ୍ରୀ ତୁନିସା ଶର୍ମା ଙ୍କ ମୃତ୍ୟୁ କୁ ନେଇ ପ୍ରାୟ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି l ପୋଲିସ ଏହି ମାମଲାରେ ଗିରଫ ହୋଇଥିବା ତୁନିସା ଙ୍କ ପୁରୁଷ ବନ୍ଧୁ ସିଜାନ ଖାନ ଙ୍କୁ ପଚାର ଉଚରା ଜାରି ରଖିଛି l ଏଭଳି ସ୍ଥିତିରେ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାବତ ଙ୍କ ମତ ସାମ୍ନାକୁ ଆସିଛି l ସେ ନିଜ ଇନ୍ସଟା ଷ୍ଟୋରୀ ରେ ଗୋଟିଏ ଲମ୍ବା ପୋଷ୍ଟ ଲେଖିଛନ୍ତି l ଏହା ସହିତ ତୁନିସା ଶର୍ମା ନାମକ ହ୍ୟାସ ଟ୍ୟାଗ ବ୍ୟବହାର କରିଛନ୍ତି l କଙ୍ଗନା କହିଛନ୍ତି ଯେ ଏଭଳି ଆତ୍ମହତ୍ୟା ପାଇଁ ଅନେକ ଲୋକ ଦାୟୀ ଅଟନ୍ତି l ପ୍ରେମ ନାମରେ ତାଙ୍କର ଶୋଷଣ କରାଯାଇଛି l ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କୁ ଅପୀଲ କରିଛନ୍ତି ଯେ ବହୁବିବାହ, ଏସିଡ ଅଟାକା, ମହିଳାଙ୍କୁ ଛୋଟ ଛୋଟ ଖଣ୍ଡରେ କାଟିବା କୁ କଠୋର ନିୟମ ତିଆରି କରାଯାଉ l ଏଭଳି କେଶ ରେ ବିନା କୌଣସି ଟ୍ରାଏଲ ରେ ମୃତ୍ୟୁ ଦଣ୍ଡ ଦେଇଦେବା ଆବଶ୍ୟକ l
ସେ ଆହୁରି ଲେଖିଛନ୍ତି ଯେ ଜଣେ ମହିଳା ସବୁକିଛି ବରଦାସ୍ତ କରିପାରିବ l ପ୍ରେମ, ବିବାହ ଧୋକା ପରେ ଯେତେବେଳେ ନିଜର ପ୍ରିୟଜନ କୁ ହରାଇଥାଏ ସେତେବେଳେ ତାହା ଆଉ ସହ୍ୟ କରି ହୁଏନାହିଁ l ସେଇ ସେତେବେଳେ ହାରିଯାଏ ଯେତେବେଳେ ତାର ଲଭଷ୍ଟୋରୀ ରେ ସ୍ନେହ କିମ୍ବା ପ୍ରେମ ନଥାଏ l ଅନ୍ୟମାନଙ୍କ ପାଇଁ ତାର ପ୍ରେମ ଗୋଟିଏ ଦୁର୍ବଳତା ଭାବରେ ଦେଖା ଦେଇଥାଏ l ସେ ସାମାନ୍ୟ ସ୍ନେହ ଟିକକ ପାଇଁ ଶାରୀରିକ ଓ ମାନସିକ ଆଘାତ ବାରମ୍ବାର ପାଇ ଚାଲିଥାଏ l ସେ ଜୀବନ୍ତ କି ମୃତ ନିଜକୁ ଉପସ୍ଥାପିତ କରିପାରି ନଥାଏ l
ସେ ଆହୁରି ମଧ୍ୟ କହିଛନ୍ତି ବହୁବିବାହ ରେ ମହିଳା ସାମିଲ ହୁଅନ୍ତି ନାହିଁ l ଏହାକୁ ମଧ୍ୟ କ୍ରିମିନାଲ ଅଫେନ୍ସ ଭାବରେ ଗ୍ରହଣ କରାଯିବା ଉଚିତ୍ । ମୁଁ ମାନନୀୟ ପ୍ରଧାନମନ୍ତ୍ରୀ ଙ୍କୁ ପ୍ରାର୍ଥନା କରୁଚି ଯେ ଯେଭଳି କୃଷ୍ଣ ଦ୍ରୌପଦୀ ଙ୍କ ଉଠିଥିଲେ , ରାମ ସୀତା ଙ୍କ ପାଇଁ ଠିଆ ହୋଇଥିଲେ , ଆମେ ଆଶା କରୁଛୁ ଯେ ଆପଣ କୌଣସି ଦ୍ୱିଧା ବିନା ବହୁବିବହ , ଏସିଡ୍ ଅଟାକ, ଆଉ ମହିଳାଙ୍କୁ ଖଣ୍ଡ ଖଣ୍ଡ କରି କାଟୁଥିବା ବ୍ୟକ୍ତିଙ୍କ ପାଇଁ କୌଣସି କାନୁନ୍ ପ୍ରସ୍ତୁତ କରିବେ ।