Odisha news

ବ୍ଯବସାୟୀଙ୍କ ଅକାଳ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

0

ଏରସମା,୨୭/୧୨- ଏରସମା ଅଂଚଳରେ କୋଠି ନିମ୍ବଳ ଠାରେ ମେଡିସିନ ବ୍ୟବସାୟ କରି ଆସୁଥିବା ଦେବେନ୍ଦ୍ର ରାଉତ ଙ୍କ ଅକାଳ ବିୟୋଗରେ କୋଠି ନିମ୍ବଳ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ସିକ୍ଷାବିତ ଅଭୟ କୁମାର ପ୍ରଧାନଙ୍କ ସଭାପତିତ୍ବରେ ପୁର୍ବତନ ଜିଲା ପରିଷଦ ସଭ୍ୟ ବୈଷ୍ଠମ ଚରଣ ନାୟକ, ସାମ୍ବାଦିକ ସୁଶିଲ ମହାନ୍ତି, କବି କୈଳାସ ଚନ୍ଦ୍ର ସ୍ବାଇଁ,ମହେଶ୍ବର ସ୍ବାଇଁ,ଶ୍ରୀନିବାସ ବିଶ୍ବାଳ, ନୁକୁଞ୍ଜ ଜେନା,ସୁରେନ୍ଦ୍ର ଗଛାୟତ,ରବି ନାରାୟଣ ନାୟକ ଯୋଗ ଦେଇ ସ୍ବର୍ଗତ ରାଉତଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଦେବା ସହ ୨ମିନିଟ ପ୍ରାର୍ଥନା କରିଥିଲେ । ଅନ୍ଯମାନଙ୍କ ମଧ୍ୟରେ ଶିଶିର ଗଛାୟତ,ବାବୁଲି ସ୍ବାଇଁ,ଦେବେନ୍ଦ୍ର ମହାରଣା,ବିଶ୍ବନାଥ ଦାସ,ମନୋଜ ସାହୁ,ଜିତୁ ମହାନ୍ତି,ସଂଗ୍ରାମ ସ୍ବାଇଁ,ସମାଜସେବି ପାର୍ଥ ସାରଥି ରାଉତ ଯୋଗ ଦେଇଥିଲେ । ଶ୍ରଦ୍ଧାଞ୍ଜଳି ପତ୍ରିକା ଉନ୍ମୋଚନ ହୋଇଥିଲା ।

Leave A Reply