ଦୁନିଆରେ ସମସ୍ତ ଦେଶର ଅଲଗା ଅଲଗା ନିୟମ ରହିଛି L କିଛି ଦେଶରେ ଏଭଳି ନିୟମ ରହିଛି, ଯାହା ବିଷୟରେ ଆମେ ଜାଣିଲେ ଆଶ୍ଚର୍ଯ୍ୟ ହେବା L ଏଭଳି ଗୋଟିଏ ଅଦ୍ଭୁତ ନିୟମ ଜାପାନ ରେ ରହିଛି L ଯଦି ଆପଣ ଠିକ ଭାବରେ ଧ୍ୟାନ ଦେଇ ଦେଖିବେ ତେବେ ଜାଣି ପାରିବେ ଯେ ଜାପାନ ର ଲୋକେ ମୋଟା ନୁହନ୍ତି l କଣ ଆପଣ ଜାଣିଛନ୍ତି ଜାପାନ ଲୋକେ କାହିଁକି ମୋଟା ନୂଆହାନ୍ତି l କଣ ରହିଛି ଏହା ପଛର କାରଣ l ବିଶେଷ ଭାବରେ ଏହା ପଛରେ ଗୋଟିଏ ନିୟମ ରହିଛି, ଯେଉଁ ନିୟମ ଅନୁସାରେ ଏଠାରେ ଲୋକଙ୍କୁ ମୋଟା ହେବା ପାଇଁ କୌଣସି ଆଦେଶ ଦିଆଯାଇ ନାହିଁ l ଏଠାରେ ମୋଟା ହେବ ନିୟମ ବିରୁଦ୍ଧ ଅଟେ l
ଆସନ୍ତୁ ଜାଣିବା କଣ ରହିଛି ନିୟମ –
– ପାଦରେ ଚାଲିବା ନିହାତି ଜରୁରୀ –
ଜାପାନ ରେ କେହି ମଧ୍ୟ ନିଜର ଓଜନ ବୃଦ୍ଧି କରିପାରିବେ ନାହିଁ l ଏହି ଅଦ୍ଭୁତ ନିୟମ କାରଣରୁ ସବୁଠୁ କମ ମୋଟା ଲୋକ ଜାପାନ ରେ ରହି ଥାଆନ୍ତି l ଏହାଛଡା ଏଠାରେ ଲୋକମାନେ ଯାତ୍ରା କରିବା ପାଇଁ ଗୋଡ଼ ର ବ୍ୟବହାର କିମ୍ବା ସାଇକିଲ ର ବ୍ୟବହାର କରି ଥାଆନ୍ତି l ଏଠାକାର ଲୋକେ ନିଜ ଖାଦ୍ୟରେ ମାଛ, ଭାତ ଓ ପନିପରିବା ସାମିଲ କରି ଥାଆନ୍ତି l ଏହାଛଡା ସେମାନଙ୍କ ଟ୍ରାନ୍ସପୋର୍ଟ ସିଷ୍ଟମ ମଧ୍ୟ ତାଙ୍କ ପତଳା ହେବାର ଗୋଟିଏ କାରଣ ଅଟେ । କାହିଁକି ନା ସେମାନେ ପବ୍ଲିକ ଟ୍ରାନ୍ସପୋର୍ଟ ଉପରେ ଅଧିକ ନିର୍ଭର କରନ୍ତି । ସେଥି ପାଇଁ ସେମାନଙ୍କୁ ଅଧିକ ଚାଲିବାକୁ ପଡିଥାଏ ।
– ମୋଟାପଣ ସହିତ ଯୋଡି ହୋଇଥିବା ନିୟମ –
ଜାପାନ ରେ ମୋଟା ପଣ ସହିତ ଯୋଡ଼ି ହୋଇଥିବା ନିୟମ କୁ ଏଠାରେ ମେଟା ବୋ ଲ ଅଟେ । ଏହା ୨୦୦୮ ରେ ଜାପାନ ର ସ୍ବାସ୍ଥ୍ୟ , ଶ୍ରମ ଓ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିଲା । ଏହି ନିୟମ ଅନୁସାରେ ୪୦-୭୪ ବର୍ଷ ର ଆୟୁ ବର୍ଗର ପୁରୁଷ ଲୋକ ଓ ମହିଳା ମାନଙ୍କ ର ଅଣ୍ଟା ମାପ ନିଆଯାଇ ଥାଏ । ଏଥିରେ ମହିଳା ଙ୍କ ଅଣ୍ଟା ମାପ ୩୩.୫ ଓ ପୁରୁଷ ମାନଙ୍କ ଅଣ୍ଟା ମାପ ର ୩୫.୫ ଇଞ୍ଚ୍ ରହିଥାଏ ।
– କାହିଁକି ନିର୍ଧାରଣ କରାଯାଇ ଥିଲା ଏହି ନିୟମ –
ଜାପାନ ରେ ବୟସ୍କ ବ୍ୟକ୍ତି ଙ୍କ ସଂଖ୍ୟା ଅଧିକ ରହିଥାଏ । ଯେଉଁ ମାନଙ୍କର ଚିକିତ୍ସା ର ଦାୟିତ୍ଵ ସରକାର ଙ୍କର , ସେଥିପାଇଁ ଏହି ନିୟମ ଲାଗୁ ହୋଇଛି । କାହିଁକି ସରକାର କହି ଥାଆନ୍ତି ଯେ କୌଣସି ମୋଟା ବ୍ୟକ୍ତି ମଧୁମେହ ଭଳି ଗମ୍ଭୀର ରୋଗ ଦ୍ଵାରା ବୃଦ୍ଧ ବୟସରେ ସମ୍ମୁଖୀନ ନ ହୁଅନ୍ତୁ । କାହିଁକି ନା ଏପରି ହେବା ଦ୍ବାରା ଅଧିକ ଖର୍ଚ୍ଚ ହୋଇଥାଏ ।
– ମିଳିଥାଏ ଏପରି ଦଣ୍ଡ –
ମୋଟା ହେବା ଦ୍ବାରା ସେଭଳି କୌଣସି ଦଣ୍ଡ ନାହିଁ , ତଥାପି କିଛିଟା ନିୟମ ପାଳନ କରିବାକୁ ପଡ଼ିଥାଏ । ଯଦି ଜାପାନ ରେ କେହି ମୋଟା ହୋଇଥାଏ ତେବେ ତାକୁ ପତଳା ହେବା ପାଇଁ ସ୍ବତନ୍ତ୍ର କ୍ଲାସ୍ ନେବାକୁ ପଡିଥାଏ । ଏହାଛଡା ମୋଟା ବ୍ୟକ୍ତିଙ୍କ ଉପରେ ଗୋଟିଏ ପ୍ରକାରର ମାନସିକ ଚାପ ପଡିଥାଏ ।