Odisha news

ଆସନ୍ତା ୨ତାରିଖ ବିଧାନସଭା ଘେରାଉ କରିବ ବିଜେପି : ପୃଥ୍ୱୀରାଜ ହରିଚନ୍ଦନ

ବିଧାନସଭା ସମ୍ମୁଖରେ ୧୩ତମ ଦିବସରେ ବିଜେପିର ସତ୍ୟାଗ୍ରହ

0

 ଚାଷୀ ପ୍ରସଙ୍ଗରେ ନିଦ ଭାଙ୍ଗିଲାନି ରାଜ୍ୟ ସରକାରଙ୍କର
 ଚାଷୀ ସମସ୍ୟା ନେଇ ବିଧାନସଭା ଆଲୋଚନାରେ ଭାଗ ନେଲେନି ରାଜ୍ୟ ସରକାର
 ଚାଷୀକୂଳ ହିଁ ବିଜେଡି ସରକାରର ପତନ ଆଣିବ
ଭୁବନେଶ୍ୱର, ତା.୩୦/୧୧: ରାଜ୍ୟ ସରକାର ୨୩ବର୍ଷ ଶାସନ ଗାଦିରେ ରହିବି ଚାଷୀଙ୍କୁ ନ୍ୟାୟ ଦେବାରେ ବିଫଳ ହୋଇଛନ୍ତି । ପ୍ରତିକୂଳ ପରିସ୍ଥିତିରେ ମୁଣ୍ଡ ଝାଡ ତୁଣ୍ଡରେ ମାରି ରାଜ୍ୟକୁ ଅନ୍ନ ଯୋଗାଉ ଥିବା ଅନ୍ନଦାତାଙ୍କୁ ସବୁବେଳେ ଭଣ୍ଡେଇ ଆସୁଛନ୍ତି ରାଜ୍ୟ ସରକାର । କେବଳ ପଂଚାୟତ ନିର୍ବାଚନ, ସାଧାରଣ ନିର୍ବାଚନ ବା ଉପନିର୍ବାଚନ ଆସିଲେ କ୍ଷମତାଲୋଭି ମୁଖ୍ୟମନ୍ତ୍ରୀ ଯୋଜନା ପରେ ଯୋଜନା କରି ଚାଷୀଙ୍କୁ ମିଛ ପ୍ରତିଶ୍ରୁତି ଦେଇଥାନ୍ତି । ଗତ ୧୮ତାରିଖ ଠାରୁ ୧୩ଦିନ ଧରି ବିଧାନସଭା ସମ୍ମୁଖରେ ଚାଷୀର ହକ୍ ପାଇଁ ଭାରତୀୟ ଜନତା ପାର୍ଟି ପକ୍ଷରୁ ସତ୍ୟାଗ୍ରହ ଚାଲୁ ରହିଥିଲେ ହେଁ ସରକାର ଚାଷୀଙ୍କ ପାଇଁ କୌଣସି ଚିନ୍ତା କଲେ ନାହିଁ । ମୁଖ୍ୟମନ୍ତ୍ରୀ ବିଧାନସଭା ଗୃହକୁ ଆସୁନାହାନ୍ତି ଓ ବିଜେପିର ବିଧାୟକମାନେ ଚାଷୀ କଥା କହୁଥିବା ବେଳେ ଶାସକ ଦଳ ଚାଷୀ ସମ୍ପର୍କରେ ଆଲୋଚନାକୁ ସହଯୋଗ କରୁନାହିଁ । ଚାଷୀଙ୍କ ପ୍ରତି ମୁଖ୍ୟମନ୍ତ୍ରୀଙ୍କର ଏଭଳି ମନୋଭାବକୁ କଡାଭାବେ ବିରୋଧ କରୁଛି ବିଜେପି । ଆଗାମୀ ଡିସେମ୍ବର ୨ତାରିଖରେ ସରକାରଙ୍କୁ ଘେରିବ ବିଜେପି । ବିଜେପି ନେତୃତ୍ୱରେ ଚାଷୀମାନେ ବିଧାନସଭା ଘେରାଉ କରିବେ ବୋଲି ଦଳର ରାଜ୍ୟ ସାଧାରଣ ସପାଂଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।
ଓଡ଼ିଶାର ୮୦% ଲୋକ ଚାଷ ଉପରେ ନିର୍ଭର କରନ୍ତି । ମୁଖ୍ୟମନ୍ତ୍ରୀ ଚାଷୀଙ୍କ ଲାଗି ଉଚିତ ପଦକ୍ଷେପ ନନେବେ ତାହାଲେ ବିଜେପି ସବୁ ଜିଲ୍ଲାରେ ଚାଷୀ ସତ୍ୟାଗ୍ରହ କରି ଶାସକ ଦଳର ମୁଖା ଖୋଲି ଦେବ । ଆଗାମୀ ଦିନରେ ରାଜ୍ୟରେ ଚାଷୀ ଆନେ୍ଦାଳନ ଉଗ୍ର ରୂପ ନେବ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି । ଆଜି ଖୋର୍ଦ୍ଧା, ବେଗୁନିଆ, ଜଗତସିଂହପୁର ଓ ବାଲିକୁଦା ନିର୍ବାଚନ ମଣ୍ଡଳୀର ଚାଷୀମାନେ ସତ୍ୟାଗ୍ରହରେ ସାମିଲ ହୋଇଛନ୍ତି । ଚାଷୀ ନିଜର ହକ୍ ପାଇଁ ରାଜ୍ୟ ସାରା ବିଭିନ୍ନ ସ୍ଥାନରେ ଆନେ୍ଦାଳନ କରୁଛି । ରାଜ୍ୟ ସରକାର ଅନ୍ନଦାତାଙ୍କ ପ୍ରତି ସବୁବେଳେ ଅବିଚାର କରି ତାଙ୍କୁ ନ୍ୟାୟ ଦେଉନାହାନ୍ତି ବୋଲି ପୂର୍ବତନ ସାଂସଦ ଶ୍ରୀ ରୁଦ୍ର ନାରାୟଣ ପାଣି ଅଭିଯୋଗ କରିଛନ୍ତି । ରାଜ୍ୟ ସରକାର ଯଦି ଚାଷୀଙ୍କ ଦାବି ନମାନନ୍ତି ତାହାଲେ ଚାଷୀମାନେ ହିଁ ବିଜେଡି ସରକାରର ପତନ ଆଣିବେ ବୋଲି ସତ୍ୟାଗ୍ରହରେ ଯୋଗ ଦେଇ ଶ୍ରୀ ପାଣି କହିଛନ୍ତି ।
ଆଜିର ଚାଷୀ ସତ୍ୟାଗ୍ରହରେ ବିରୋଧୀ ଦଳର ମୁଖ୍ୟ ସଚେତକ ବିଧାୟକ ଶ୍ରୀ ମୋହନ ମାଝୀ, ଶ୍ରୀ ଭାସ୍କର ମଢେଇ, ଶ୍ରୀ ସନାତନ ବିଜୁଳି, ନବ ଚରଣ ମାଝୀ ପ୍ରମୁଖ ଯୋଗ ଦେଇ ସତ୍ୟାଗ୍ରହୀଙ୍କୁ ଉତ୍ସାହିତ କରିଥିଲେ ।
ଏହି ସତ୍ୟାଗ୍ରହରେ ରାଜ୍ୟ ଉପସଭାପତି ଭୃଗୁ ବକ୍ସପାତ୍ର, ଜଗତସିଂହପୁର ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ର, ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି, ବରିଷ୍ଠ ନେତା ନୟନ କିଶୋର ମହାନ୍ତି, ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ, ଶାରଦା ପ୍ରଧାନ, ଆଶ୍ରିତ ପଟ୍ଟନାୟକ, ଜିଲ୍ଲା ସଭାପତି ବାବୁ ସିଂ, ପ୍ରତାପ ମିଶ୍ର, ସୁଶାନ୍ତ ସାବତ, ନୃସିଂହ ଚରଣ ସାହୁ, ବିଶ୍ୱଜିତ ସ୍ୱାଇଁ, ସରୋଜ ସାହୁ, ସୁଶାନ୍ତ ମଲ୍ଲିକ, ମହେଶ ମହାନ୍ତି , ପ୍ରଦୀପ ପଟ୍ଟନାୟକ ଓ ବସନ୍ତ ନାୟକ ପ୍ରମୁଖ ସାମିଲ ହୋଇଥିଲେ ।

Govt
Leave A Reply