Odisha news

ପୈାର ନିର୍ବାହୀ ଅଧିକାରୀ ଓ ଯନ୍ତ୍ରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

0

ହିଞ୍ଜିଳିକାଟୁ, ୨୫/୧୧ : ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ ମନୋରଞ୍ଜନ ସାହୁ ଓ ପୈାର ଯନ୍ତ୍ରୀ ଇ ପ୍ରମୋଦ କୁମାର ନାୟକଙ୍କୁ ଏକ ଭାବବିହ୍ବଳ ପରିବେଶରେ ଭବ୍ୟ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଶୁକ୍ରବାର ସନ୍ଧ୍ୟାରେ ପୈାର କାର୍ଯ୍ୟାଳୟ ସଭାକକ୍ଷ ପରିସରରେ ଭାରପ୍ରାପ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ତହସିଲଦାର ପ୍ରଭାତ କୁମାର ପରିଡାଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ପୈାରାଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲାଇ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥି ଭାବେ ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା, ଛତ୍ରପୁର ଉପଜିଲ୍ଲାପାଳ ପ୍ରସନ୍ନ କୁମାର ପାତ୍ର, ବିଡ଼ିଓ ସୁବ୍ରତ କୁମାର ଜେନା, ଶେରଗଡ଼ ତହସିଲଦାର ଡ଼ଃ ଦୟାସିନ୍ଧୁ ପରିଡା ପ୍ରମୁଖ ଯୋଗ ଦେଇ ଥିଲେ। ଏହି ଅବସରରେ ବିଦାୟୀ ଅଧିକାରୀ ଡ଼ଃ ସାହୁଙ୍କ ବିଭିନ୍ନ କାର୍ଯ୍ୟଦକ୍ଷତା ସମ୍ପର୍କରେ ସ୍ମୃତିଚାରଣା କରାଯାଇ ଥିଲା। ବିଶେଷତଃ ସହରାଞ୍ଚଳ ଉନ୍ନୟନ ପ୍ରକଳ୍ପ ଜରିଆରେ ହିଞ୍ଜିଳିକାଟୁ ପୈାର ପରିଷଦକୁ ରାଜ୍ୟ ଓ ଦେଶ ସ୍ତରରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ। ପରିଷଦ ପକ୍ଷରୁ ଉପଢୈକନ, ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ଉଭୟ ଅଧିକାରୀଙ୍କୁ ପୈାର କର୍ମଚାରୀ, ସଫେଇ କର୍ମଚାରୀ ଓ ପାରିଷଦ ବୃନ୍ଦଙ୍କ ପକ୍ଷରୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଗ୍ରୀଟ୍ ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ, ନଗର ବିଜେଡି ସଭାପତି ଭୀମସେନ ବେହେରା, ଦେବାନନ୍ଦ ମହାପାତ୍ର, ଏଟିଓ ସୁନିଲ ପ୍ରଧାନ ଓ ସୋନାଲି ଦଳେଇ, ପୈାର କର୍ମଚାରୀ, ପାରିଷଦ ବୃନ୍ଦ, ସ୍ବଚ୍ଛ ସାଥିଙ୍କ ସହ ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ପୈାର କନିଷ୍ଠ ଯନ୍ତ୍ରୀ ମାନସ ରଞ୍ଜନ ଦାଶ ଓ ଦିଲ୍ଲିପ କୁମାର ମିଶ୍ର ପରିଚାଳନା କରିଥିଲେ।

Nalco
Leave A Reply