Odisha news

ଅଖିଳ ଭାରତୀୟ ଅଘରିଆ ସମାଜ ଶତାବ୍ଦୀ ସମାରୋହ ଉଦଯାପିତ : ରାଜନୀତିରେ ଅଧିକ ଭାଗିଦାରୀ ପାଇଁ ଆହ୍ବାନ

0
ଜମନକିରା,୧୩/୧୧: ସମ୍ବଲପୁର ଜିଲ୍ଲା ଲଇଡା ସ୍ଥିତ ଜଗନ୍ନାଥ ଖେଳ ପଡିଆ ଠାରେ ଗତ ୩ଦିନରୁ ଆରମ୍ଭ ହୋଇଥିବା ଆଘରିଆ ସାଂଗଠାନିକ ଏକ ଶତ ବର୍ଷ ପୂର୍ତ୍ତି ଶତାବ୍ଦୀ ସମାରୋହ ତଥା ରାଜ୍ୟ ସ୍ତରୀୟ ମହା ସମ୍ମିଳନୀ ଉଦଯାପିତ ହୋଇଯାଇଛି।ଏଥିରେ ୧୭ଟି ପ୍ରସ୍ତାବ ଆଗତ ହୋଇଥିବା ବେଳେ ଓବିସି ଙ୍କ ଅଧିକାର ହାସଲ ପାଇଁ ଅନ୍ୟ ଅନଗ୍ରସର ଜାତିର ନେତୃତ୍ୱ ସହ ଆଲୋଚନା କରି ସଂଗ୍ରାମକୁ ଅଧିକ ଶାଣିତ କରିବା ପାଇଁ ସଂଗଠନ ସମ୍ପାଦକ ସୁବାସ ଚନ୍ଦ୍ର ନାୟକଙ୍କ ଆବାହକତ୍ୱରେ ଏକ ସବ କମିଟି ଗଠିତ ହୋଇଥିଲା। ସେହିପରି ଲଇଡା ଅଘରୀଆ ଧାମକୁ ଅଧିକ ସୋନ୍ଦର୍ଯ୍ୟ କରଣ କରିବାକୁ ଅଭ୍ୟର୍ଥନା କମିଟିର ବିନୟ ଚୌଧୁରୀଙ୍କ ଆବାହକତ୍ୱରେ ଅନ୍ୟ ଏକ ସବ କମିଟି ଗଠନ ହୋଇଥିବା ଘୋଷଣା କରାଯାଇଛି। ଖୁବ ଶୀଘ୍ର ଜାତୀୟ କମିଟି ଗଠନ ପାଇଁ ମଧ୍ୟ ସ୍ଥିର କରି ପ୍ରସ୍ତାବ ଗୃହୀତ ହୋଇ ଥିବା ଜଣାଯାଇଛି ।
ରାଜ୍ୟ ସଭାପତି ନରିଷ ନାଏକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉଦଯାପନି ଦିବସରେ ଛତିଶଗଡ଼ ଅଘରିଆ ସମାଜର ପୂର୍ବତନ ମହାସଚିବ ଚିତ୍ତଞ୍ଜୟ ପଟେଲ,ନେହେରୁ ଯୁବ କେନ୍ଦ୍ର ସଂଗଠନର ଅବସର ପ୍ରାପ୍ତ ନିର୍ଦ୍ଦେଶକ ଓ ଅବସର ପ୍ରାପ୍ତ ଅତିରିକ୍ତ ଏସପି ବିପିନ ବିହାରୀ ପଟେଲ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇ ଅଘରିଆ ସମାଜ ଆହୁରି ସକ୍ରିୟ ହୋଇ ରାଜନୀତିରେ ଭାଗ ନେବାକୁ ଆହ୍ବାନ ଦେବା ସହ ଆମର ପ୍ରତିନିଧି ବିଧାନ ସଭା ଓ ଲୋକ ସଭାରେ ସ୍ଥାନିତ ହେଲେ କୃଷି ଓ ଓବିସି ସମସ୍ୟା ସମାଧାନ ହୋଇ ପାରିବ ବୋଲି ମତ ପ୍ରକାଶ କରିଥିଲେ। ଏହି ଅବସରରେ ସଂଗଠନ ସଂପାଦକ ଶ୍ରୀ ନାୟକ ଓ ସହ ସମ୍ପାଦକ ସୁବୋଧ ପଟେଲଙ୍କ ସଂଯୋଜନାରେ ବହୁ କୃତି ପ୍ରତିଭା ମାନଙ୍କୁ ସମ୍ମାନିତ କର ଯାଇଥିଲା। ସମ୍ପାଦକ ସନାତନ ନାଏକ ପ୍ରସ୍ତାବ ଗୁଡ଼ିକ ପାଠ କରିଥିବା ବେଳେ ସାଧାରଣ ସମ୍ପାଦକ ଦିଲ୍ଲୀପ ପଟେଲ ସମର୍ଥନ କରି ବକ୍ତବ୍ୟ ପ୍ରଦାନ କରିଥିଲେ। ଅଭ୍ୟର୍ଥନା କମିଟି ପକ୍ଷରୁ ବିନୟ ଚୌଧୁରୀ, ଶେଷଦେବ ପଟେଲ, କବୀର ସରନ ନାଏକ, ସୁଶାନ୍ତ ପଟେଲ , ଶୋସିତ ନାଏକ, ମିନତି ପଟେଲ ପ୍ରମୁଖ କାର୍ଯ୍ୟକ୍ରମ କୁ ସଫଳ କରିଥିବାରୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା।
Nalco
Leave A Reply