Odisha news

ନାବାଳିକା ପ୍ରେମିକାକୁ‌ ସାଇକେଲ ରେ ୪୦କିମି ନେଇ ଆସିଲେ ଯୁବକ ପୁଲିସ‌ ନିକଟରେ ଜିମା‌ ଦେଲେ‌ ପୁଅ ର‌ ବାପା

0

କେନ୍ଦ୍ରାପଡ଼ା: ପ୍ରେମ ନିଶାରେ ନାବାଳିକା ପ୍ରେମିକାଙ୍କୁ ସାଇକେଲରେ ବସାଇ ୪୦ କିଲୋମିଟର ଦୂର ନିଜ ଘରକୁ ନେଇଆସିଥିଲେ ଯୁବକ। ହେଲେ ବାପା କିନ୍ତୁ ପୁଅର ଏଭଳି କାରନାମାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନଥିଲେ। ଆଉ ୧୨ ଘଣ୍ଟା ନପୂରୁଣୁ ଝିଅକୁ ପୁଲିସରେ ଜିମା ଦେଇଛନ୍ତି ଓ ବିବାହ ଯୋଗ୍ୟ ବୟସ ହେଲେ ତାଙ୍କ ପୁଅ ସହ ବାହା କରାଇ ଦେବାକୁ ପ୍ରତିଶ୍ରୁତି ବି ଦେଇଛନ୍ତି।
କେନ୍ଦ୍ରାପଡ଼ା ଜିଲ୍ଲା ନିକିରାଇ ଥାନା ଅଧୀନ ବୋରୋ ଗ୍ରାମରେ ଏପରି ଘଟଣା ଦେଖିବାକୁ ମିଳିଛି। ସୂଚନା ଅନୁସାରେ କଳାକାର ପରିଡ଼ା ଓ ମହାକାଳପଡ଼ା ଛପାଲି ଅଞ୍ଚଳର ଜଣେ ନାବାଳିକା ଛାତ୍ରୀ ପରସ୍ପରକୁ ପ୍ରେମ କରିଆସୁଛନ୍ତି। ଉଭୟ ଗୋପନରେ ମିଳାମିଶା କରୁଥିଲେ। ପରେ ପରିବାର ଲୋକ ଜାଣିବାରୁ ସେମାନଙ୍କୁ ବିରୋଧ କରିଥିଲେ। ମିଳାମିଶା କରିବାକୁ ବାରଣ କରିଥିଲେ। ଏହାପରେ ମଧ୍ୟ ସେମାନେ ଭେଟୁଥିଲେ।

ଘରେ ବିରୋଧ ବଢୁଥିବା ଦେଖି କଳାକାର ସମ୍ପୃକ୍ତ ନାବାଳିକା ଛାତ୍ରୀଙ୍କୁ ତାଙ୍କ ଗାଁରୁ ସାଇକେଲରେ ପ୍ରାୟ ୪୦ କିଲୋମିଟର ଅତିକ୍ରମ କରି ବାରୋକୁ ଗତକାଲି ବିଳମ୍ବିତ ରାତିରେ ନେଇ ଆସିଥିଲେ। ଏହା ଦେଖି କଳାକାରଙ୍କ ବାପା ସେମାନଙ୍କୁ ବୁଝାସୁଝା କରି ବିବାହ କରାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ତେବେ ଏଥିପାଇଁ ବିବାହ ଯୋଗ୍ୟ ବୟସ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ଝିଅକୁ କହିଥିଲେ। ପରେ ତାଙ୍କୁ ନେଇ ପୁଲିସରେ ଜିମା ଦେଇଥିଲେ। ଯାହା ସ୍ଥାନୀୟ ଅଞ୍ଚଳରେ ବେଶ ଚର୍ଚ୍ଚାର ବିଷୟ ହୋଇଛି। ନିକିରାଇ ପୁଲିସ ଘଟଣାର ତଦନ୍ତ ଚଳାଇଛି।

Leave A Reply