Odisha news

କାଶୀନଗର ରେ ଥିବା ବିଦ୍ୟାଳୟ ଓ ଅନୁଷ୍ଠାନ ମାନଙ୍କରେ ଶିଶୁ ଦିବସ ପାଳିତ ବହୁଉତ୍ସାହର ସହିତ ପାଳିତ

0

କାଶୀନଗର (14/11)(କାଶୀନଗର ରୁ ଆନନ୍ଦ ଚନ୍ଦ୍ର ପାତ୍ର) : ଗଜପତି ଜିଲ୍ଲାର କାଶୀନଗର ଏନ୍ ଏ ସି ଓ ବ୍ଲକର ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ଅନୁଷ୍ଠାନ ମାନଙ୍କରେ ଶିଶୁ ଦିବସ ଉତ୍ସବ ପାଳିତ ହୋଇଯାଇଛି. ବିଦ୍ୟାଳୟର ପିଲାମାନେ ନୂତନ ବସ୍ତ୍ର ପିନ୍ଧି ସମସ୍ତେ ସ୍କୁଲ ଅଭିମୁଖେ ବାହାରି ଯାଇଥିଲେ | ସ୍ଥାନୀୟ ମଜାଲା ସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବାଳିକା ଉଚ୍ଚ ବିଦ୍ୟାଳୟ, ହରିଜନ ସାହି ଉଛ ବିଦ୍ୟାଳୟ, ବାରଣାସୀ ହାଇସ୍କୁଲ, ଇଂରାଜୀ ମିଡିୟମ ସ୍କୁଲ ରେ ଶିଶୁ ଦିବସ ପାଳିତ ହୋଇଛି |ମଜାଲା ସାହି ବିଦ୍ୟାଳୟ ଓ ଅଲଡାରେ ଥିବା ଆଦର୍ଶ ବିଦ୍ୟାଳୟ ରେ ପୂର୍ବରୁ ବିଭିନ୍ନ ପ୍ରତିଯୋଗିତା କରାଯାଇଥିଲା | ସେମାନଙ୍କୁ ପୁରସ୍କାର ମଧ୍ୟ ବିତରଣ କରାଯାଇଥିଲା | ପ୍ରଧାନ ଶିକ୍ଷୟତ୍ରୀ ଏମ ସରିତା, ସଭା କାର୍ଯ୍ୟ ପରିଚାଳନା କରିଥିବା ବେଳେ ମୁଖ୍ୟ ବକ୍ତା ଭାବେ ଜଗଦୀଶ କୁମାର ପାତ୍ର ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଜବାହର ନେହେରୁ ଙ୍କ ପିଲାମାନଙ୍କ ପ୍ରତି କିପରି ଶ୍ରଦ୍ଧା ଓ ସ୍ନେହ ଥିଲା ସେ ବିଷୟରେ ବିଶଦ ବିବରଣୀ ପ୍ରଦାନ କରି ଥିଲେ.ସେହି ଭଳି ଭନ୍ନା, ଗୌରୀ, ଗରିବନ୍ଧା ଓ ଶିଆଳି ରେ ମଧ୍ୟ ଶିଶୁ ଦିବସ ପାଳିତ ହୋଇଛି | ବଂଶଧରା ପାଠାଗାର ଅନୁଷ୍ଠାନରେ ହୃଷୀକେଶ ଗୌଡଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଉପାଦକ୍ଷ ରଘୁରାମ ସାହୁ ସମ୍ମାନୀତ ଅତିଥିଭାବେ ଯୋଗଦେଇ ଶିଶୁ ଦିବସରେ ଶିଶୁ ମାନଙ୍କ ଭିତରେ ଥିବା ବିଶେଷ ପ୍ରତିଭାକୁ ଚିହ୍ନଟ କରି ତାର ବିକାଶ ଦିଗରେ ସୁଯୋଗ ସୃଷ୍ଟି କରିବା ପାଇଁ ପରିବାର,ସମାଜ ତଥା ଶିକ୍ଷକ ସମସ୍ତେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ. ଗଜପତି ପାଠାଗାର ରେ ମଧ୍ୟ ଏହି ଶିଶୁ ଦିବସ ପାଳିତ ହୋଇଯାଇଛି.

 

Govt
Leave A Reply