Odisha news

ବିଜେଡିର ଜନ ସଂପର୍କ ପଦଯାତ୍ରା : ରାଜ୍ୟ ସରକାରଙ୍କ ସଫଳତାର ଗାଥା ଶୁଣାଇଲେ ନେତା

0

ଭଞ୍ଜନଗର ୨୩/୧୦ : ସ୍ଥାନୀୟ ବିଜୁ ଜନତା ଦଳ ପକ୍ଷରୁ ରବିବାର ଭଞ୍ଜନଗର ବ୍ଲକର ଦଦରାଲୁଣ୍ଡା ପଞ୍ଚାୟତର ବିଭିନ୍ନ ଗ୍ରାମରେ ଜନ ସଂପର୍କ ପଦଯାତ୍ରା କରାଯାଇ ରାଜ୍ୟର ନବୀନ ପଟ୍ଟନାୟକଙ୍କ ସରକାରଙ୍କ ଦ୍ବାରା ଚାଲିଥିବା ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ସଂପର୍କରେ ଲୋକମାନଙ୍କୁ ବୁଝାଇବାକୁ ପ୍ରଯତ୍ନ କରାଯାଇଥିଲା। ଏହି ପଦଯାତ୍ରା ବେଳେ ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ସଭା ମଧ୍ୟ ଆୟୋଜିତ ହୋଇଥିଲା। ଏଥିରେ ବ୍ଳକ୍ ବିଜେଡି ସଭାପତି ରାଜେନ୍ଦ୍ର ପ୍ରସାଦ ପ୍ରଧାନ ଅଧକ୍ଷତା କରିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ କାଜୁ ନିଗମ ଅଧ୍ୟକ୍ଷ ସୁବାସ ମହାରଣା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ସାବତ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ପ୍ରଦୀପ ବେହେରା, ଜିଲ୍ଲା ଉପସଭାପତି ରାଜ କୁମାର ସାହୁ, ଭଞ୍ଜନଗର ଟାଉନ୍ ଯୁବ ବିଜେଡ଼ି ସଭାପତି ସୁଧୀର ରଞ୍ଜନ ବେହେରା, ବିରେନ୍ଦ୍ର କେଶରୀ ଆରୁଖ, ବ୍ଳକ୍ ଅଧ୍ୟକ୍ଷ ନରିସଭା ନାୟକ, ଉପାଧକ୍ଷା ରାଜଲକ୍ଷ୍ମୀ ପ୍ରଧାନ, ବ୍ଳକ୍ ମହିଳା ବିଜେଡି ସଭାନେତ୍ରୀ ଶୈଳବାଳା ବିଷୋୟୀ, ଶୁଳପାଣି ଶତପଥୀ, ସାଂସଦଙ୍କ ନଗର ପ୍ରତିନିଧି ପଞ୍ଚାନନ ପାଳ, ଛାତ୍ର ବିଜେଡ଼ି ସଭାପତି ଦିନେଶ ସ୍ବାଇଁ, ସଂଗଠକ କୃଷ୍ଣଚନ୍ଦ୍ର ସ୍ବାଇଁ ଓ ଦିଲ୍ଲୀପ ଦାଶ ପ୍ରମୁଖ ମଞ୍ଚାସୀନ ରହିଥିଲେ। ଦଳ ପକ୍ଷରୁ ଦଦରାଲୁଣ୍ଡା,ଖାରିଗୁଡା, ପଇତା ଗାଁ ଆଦି ବିଭିନ୍ନ ଗ୍ରାମରେ ପଦଯାତ୍ରା କରାଯାଇଥିଲା। ଏହି ପଦଯାତ୍ରାରେ ଦଳ ପକ୍ଷରୁ ବିଭିନ୍ନ ପଞ୍ଚାୟତର ସରପଞ୍ଚ ସମିତି ସଭ୍ୟ, ଜିଲ୍ଲା ପରିଷଦ ସଦସ୍ୟ ମାନଙ୍କ ସମେତ ଶହ ଶହ ଦଳୀୟ କର୍ମୀ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା।

Leave A Reply