Odisha news

୬୦ରୁ ଉର୍ଦ୍ଧ୍ଵ ଝାଡଖଣ୍ଡୀ ହାତୀ ବେତନଟୀ ରେଞ୍ଜରେ ମାତିଲେଣି

0

ବେତନଟୀ/ବୈଶିଙ୍ଗା  :  ପ୍ରତ୍ୟେକ ବର୍ଷ ପରି ଝାଡଖଣ୍ଡ ସ୍ଥିତ ଦଲମା ଜଙ୍ଗଲରୁ ହାତୀ ପଲ ପଶ୍ଚିମବଙ୍ଗ ଦେଇ ଓଡିଶା ମଧ୍ୟ ମଧ୍ୟକୁ ପ୍ରବେଶ କରି ସାରିଲେଣି। ୬୦ ରୁ ଉର୍ଦ୍ଧ୍ଵ ହାତୀ ମୟୂରଭଞ୍ଜ ଜିଲ୍ଲା ର ରାସଗୋବିନ୍ଦପୁର ରେଞ୍ଜ ମଧ୍ୟ ଦେଇ ମେରଦା ,ତିଳପଦା, ହାତୀଝୁରୀ, ନଡପୁର ଜଙ୍ଗଲ ମଧ୍ୟରେ ଗତକାଲି ରହିଥିବାର ଜଣାଯାଇଛି। ସନ୍ଧ୍ୟା ସମୟରେ ଜଙ୍ଗଲରୁ ବାହାରି ହାତୀ ପଲ ଧାନ କ୍ଷେତ ନଷ୍ଟ କରିବାରେ ଲାଗିପଡିଛନ୍ତି। ଯାହା ଫଳରେ ଚାଷୀ ମାନଙ୍କର ବର୍ଷକର ଖାଦ୍ୟ ଉଜୁଡିବାକୁ ବସିଲାଣି। ବେତନଟୀ ରେଞ୍ଜ ଅଧିକାରୀ ଘନଶ୍ୟାମ ସିଂ ସଦଳବଳେ ଏହି ହାତୀପଲଙ୍କୁ  ଧାନକ୍ଷେତରୁ ଜଙ୍ଗଲ ମଧ୍ୟକୁ ଘଉଡାଇବାରେ ପ୍ରଚେଷ୍ଟା ଜାରି ରଖିଛନ୍ତି। ଆଜି ସନ୍ଧ୍ୟା ସମୟରେ ଫୁଲଝରି, କଇଁଫୁଲିଆ, ଗଡଗଡିଆ ଅଞ୍ଚଳରେ ହାତୀପଲଟି ଥିବାର ସୂଚନା ମିଳିଛି।

Govt
Leave A Reply