ଡେଲାଙ୍ଗ ୨୦/୧୦- ଆଜି ଡେଲାଙ୍ଗ ମଣ୍ଡଳ ପରିସରରେ ବ୍ଲକ୍ ଅଧିକାରି ଦିଲୀପ କୁମାର ଷଡ଼ଙ୍ଗୀ ଙ୍କ ଅଧ୍ୟକ୍ଷତା ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ଯ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିର ରେ ଅସ୍ତି ବାଧିତ – ୨୫୧ ଜଣ, ଦୃଷ୍ଟି ବାଧିତ – ୫୨ଜଣ, ଶ୍ରବଣ ବାଧିତ – ୮୮ ଜଣ , ମାନସିକ ଅନଗ୍ରସର – ୮୧ ଜଣ ସମୁଦାୟ ୫୧୨ ଜଣ ଭିନ୍ନକ୍ଷମ ମାନଙ୍କ ର ବିଶେଷଜ୍ଞ ଡାକ୍ତର ଙ୍କ ଦ୍ଵାରା ପରିକ୍ଷଣ କରାଯାଇଥିଲା। ଏହି ଶିବିର ରେ ପୁରୀ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟର ଅସ୍ତି ଶଲ୍ୟ ବିଭାଗ ର ବିଶେଷଜ୍ଞ ଡାକ୍ତର ସନ୍ତୋଷ କୁମାର ସାହୁ, ଡଃ ଧର୍ମରାଜ ନାଗ, ନାସା କର୍ଣ୍ଣ ଓ ଗଲା ବିଶେଷ ଜ୍ଞ ଡଃ ରବିନ୍ଦ୍ର କୁମାର ଘଡେଇ, ଚକ୍ଷୁ ବିଶେଷଜ୍ଞ ଡଃ ଜୋତ୍ସା ରାଣୀ ତ୍ରିପାଠୀ,ମାନସିକ ରୋଗୀ ବିଶେଷଜ୍ଞ ଡଃ ସାଇ ପ୍ରସାଦ ରାୟ, ଏବଂ ମନସ୍ତତ୍ତ୍ଵ ବିତ ଡଃ ଅର୍ପନା ମହାନ୍ତି ପ୍ରମୁଖ ଭିନ୍ନକ୍ଷମ ମାନଙ୍କ ର ଆନୁପାତିକ ପରୀକ୍ଷା କରିଥିଲେ।ଚିତ୍ତରଞ୍ଜନ ପରିଡା ଙ୍କ ତତ୍ତ୍ଵାବଧାନରେ ୪୬ ଜଣ ଙ୍କୁ କୋଭିଡ ଟିକାକରଣ କରାଯାଇଥିଲା। ଏହି ଶିବିର ପରିଚାଳନା ରେ ବ୍ଲକ ଉନ୍ନୟନ ଅଧିକାରୀ ଦିଲ୍ଲିପ କୁମାର ଷଡଙ୍ଗୀ, ବ୍ଲକ ଅଧ୍ୟକ୍ଷା ବାସନ୍ତୀ ସାହୁ, ଉପାଧ୍ୟକ୍ଷ ଦୁର୍ବାସା ନିଶଙ୍କ, ସାମାଜିକ ସୁରକ୍ଷା ଅଧିକାରୀ ତପନ ଚନ୍ଦ୍ର ଦାସ, ସହକାରୀ ସୁଜାତା ଭୁଜବଳ, ମହିଳା ମହାସଂଘର ସଭାନେତ୍ରୀ ବିଦୁଲତା ସ୍ୱାଇଁ, ଅନୁନିରୀକ୍ଷକ, ଗ୍ରାମ୍ୟ ସାଧନା କର୍ମୀ ଓ ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ଉପସ୍ଥିତ ଥିଲେ।