ଗୁରୁବାର ଦିନ ଟିର ଆମ ହିନ୍ଦୁ ଧର୍ମରେ ଖୁବ୍ ମହତ୍ତ୍ଵ ରହିଛି । ଏହିଦିନ ପ୍ରତ୍ୟେକ ହିନ୍ଦୁ ପରିବାର ରେ ବିଧିବଦ୍ଧ ଭାବରେ ମାତା ଲକ୍ଷ୍ମୀଙ୍କ ପୂଜା କରାଯାଇ ଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହିଦିନ ସୂର୍ଯ୍ୟ ଦେବଙ୍କ ସହ ମାତା ଲକ୍ଷ୍ମୀ ଙ୍କୁ ପୂଜା କରିବା ଦ୍ୱାରା ଧନ ଜନ ଗୋପ ଲକ୍ଷ୍ମୀ ପ୍ରାପ୍ତ ହୋଇଥାଏ । ମାନ୍ୟତା ରହିଛି ଯେ ଏହିଦିନ ୧୪ ଟି କଉଡ଼ି କିଣି ଆଣନ୍ତୁ ।
* ଏହି ୧୪ଟି କଉଡ଼ି କୁ ଦୁଗ୍ଧ ଓ କେଶର ରେ ପକେଇ ରଖନ୍ତୁ । ଏହାପରେ ଏହି କଉଡ଼ି କୁ ଗଙ୍ଗା ଜଳରେ ଧୋଇ ନିଅନ୍ତୁ ।
* ଏହିପରି କରିବା ପରେ କଉଡ଼ି ଗୁଡ଼ିକୁ ମାତା ଲକ୍ଷ୍ମୀଙ୍କ ନିକଟରେ ରଖି ଦିଅନ୍ତୁ । ମାତା ଲକ୍ଷ୍ମୀଙ୍କୁ ଘିଅ ଦୀପ ଜଳାଇ ଆଳତୀ କରିବା ସହ ଭୋଗ ଲଗାନ୍ତୁ ।
* ଏହି କଉଡ଼ି କୁ ଲକ୍ଷ୍ମୀ ନାରାୟଣ ଙ୍କୁ ଅର୍ପଣ କରନ୍ତୁ । ଏହାପରେ ଏହି କଉଡ଼ି କୁ ଘରର ଐଶାନ୍ୟା କୋଣରେ ଗୋଟିଏ ଟେବୁଲ୍ ଉପରେ ନାଲି କପଡ଼ା ପକାଇ ଓଁ ମା ଲକ୍ଷ୍ମୀ ନାରାୟଣ ନମଃ କହି ତା ଉପରେ ୩ଟି କଉଡ଼ି ରଖି ଦିଅନ୍ତୁ । ଦେଖିବେ ଆପଣଙ୍କ ଆର୍ଥିକ ଅନାଟନ ଦୂର ହେବ ।
* ଗୁରୁବାର ଦିନ ୭ଟି କଉଡ଼ି ନେଇ ୭ଟି ସଧବା ନାରୀ ଙ୍କୁ ଦିଅନ୍ତୁ । ଏହି କଉଡ଼ି ଦେବା ସମୟରେ ସିନ୍ଦୂର ଟୋପା ମସ୍ତକରେ ତାଙ୍କର ଲଗାଇ ଦେବେ । ଏହାଦ୍ବାରା ସ୍ବାମୀ ସ୍ତ୍ରୀ ଙ୍କ ସମ୍ପର୍କ ସୁନ୍ଦର୍ ହେବ ।
* ଗୁରୁବାର ଦିନ ସୂର୍ଯ୍ୟ ଦେବଙ୍କ ନିକଟରେ କଉଡ଼ି ଓ ରାଶି ଅର୍ପଣ କରନ୍ତୁ । ଏପରି କରିବା ସମୟରେ ୫ ଟି କଉଡ଼ି ଅର୍ପଣ କଲେ, ଧନ, ଜନ, ଗୋପ, ଲକ୍ଷ୍ମୀ ଓ ଆୟୁ ଏହି ୫ଟି ରତ୍ନ ପ୍ରାପ୍ତ ହୋଇଥାଏ ।
