ଦୀପାବଳୀ ହେଉଛି ଆଲୋକର ପର୍ବ l ଅନ୍ଧକାର ଉପରେ ଆଲୋକର ବିଜୟ, ଅନ୍ୟାୟ ଉପରେ ନ୍ୟାୟର ବିଜୟ, ଅଧର୍ମ ଉପରେ ଧର୍ମର ବିଜୟ ର ପର୍ବ l ଏହିଦିନ ଭଗବାନ ରାମଚନ୍ଦ୍ର ମା ସୀତା ଓ ସାନଭାଇ ଲକ୍ଷ୍ମଣ ଙ୍କ ସହିତ ଲଙ୍କାରୁ ବିଜୟ ଲାଭ କରି ଅଯୋଧ୍ୟାରେ ପ୍ରବେଶ କରିଥିଲେ l ଅମାବାସ୍ୟା ର ଅନ୍ଧକାର କୁ ଦୂର କରିବା ପାଇଁ ଓ ରାଜା ରାମଚନ୍ଦ୍ର ଙ୍କ ଆସିବା ଖୁସିରେ ଅଯୋଧ୍ୟା ବାସୀ ଦୀପ ପ୍ରଜ୍ବଳିତ କରିଥିଲେ l
ଦୀପାବଳୀ କୁ ଗୋଟିଏ ପବିତ୍ର ଦିନ ଭାବରେ ଗ୍ରହଣ କରାଯାଇ ଥାଏ, ଏହିଦିନ ଟି ସିଦ୍ଧି ଓ ସାଧନା ର ଦିନ ବୋଲି କୁହାଯାଏ l ତେଣୁ ଏହିଦିନ କିଛିଟା ଉପାୟ କରିବା ଦ୍ୱାରା ଜୀବନ ରେ ସୁଖସମୃଦ୍ଧି ର ଆଗମନ ହୋଇଥାଏ l ଆସନ୍ତୁ ଜାଣିବା ଉପାୟ ଗୁଡିକ କଣ l
* ଦୀପାବଳି ଦିନ ବରଗଛ କୁ ସନ୍ଧ୍ୟା ସମୟରେ ପୂଜା କରି ଦୀପ ଦାନ କରନ୍ତୁ l ଏହାପରେ ସେହି ସ୍ଥାନରେ ଲକ୍ଷ୍ମୀ ଙ୍କୁ ସନ୍ତୁଷ୍ଟ କରିବା ପାଇଁ କୌଣସି ଦୁଗ୍ଧ ଜାତୀୟ ଜିନିଷ ଅର୍ପଣ କରନ୍ତୁ l ଏହାପରେ କିଛି ତା ବରଗଛ ର ଜଟ କୁ ଆଣି ଗଣ୍ଠି ପକାଇ ଲକ୍ଷ୍ମୀଙ୍କ ନିକଟରେ ରଖନ୍ତୁ l
* ଧନ ପ୍ରାପ୍ତି ପାଇଁ ଓ ସମୃଦ୍ଧି ଲାଭ ପାଇଁ ଗୋଟା ବିରି ପକାଇ ଓସ୍ତ ବୃକ୍ଷ ମୂଳରେ ତେଲ ଦୀପ ଅର୍ପଣ କରନ୍ତୁ l ଏପରି କରିବା ଦ୍ୱାରା ମାତା ଲକ୍ଷ୍ମୀ ସନ୍ତୁଷ୍ଟ ହୋଇ ଥାଆନ୍ତି l
* ଦୀପାବଳୀ ଦିନ ଲକ୍ଷ୍ମୀଙ୍କୁ ପୂଜା କରିବା ସମୟରେ ଗୋମତୀ ଚକ୍ର ଗୋଟିଏ ଥାଳିରେ ଅର୍ପଣ କରନ୍ତୁ l ପୂଜା ସରିବା ପରେ ଉକ୍ତ ଗୋମତୀ ଚକ୍ର କୁ ନିଜ ଆଲମାରୀ ରେ ରଖନ୍ତୁ l ଏହାଦ୍ୱାରା ଧନ ବୃଦ୍ଧି ହୋଇଥାଏ l
* ପେଚା ହେଉଛି ମାତା ଲକ୍ଷ୍ମୀଙ୍କ ବାହନ ଅଟେ l ତେଣୁ ଦୀପାବଳୀ ଦିନ ଲକ୍ଷ୍ମୀଙ୍କ ଫଟୋ ନିକଟରେ ଗୋଟିଏ ପେଚା ନିହାତି ରଖନ୍ତୁ, ଏହାଦ୍ୱାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇ ଥାଆନ୍ତି ଓ ସଫଳତା ପାଇଁ ଆଶୀର୍ବାଦ ପ୍ରଦାନ କରି ଥାଆନ୍ତି l
* ଦୀପାବଳୀ ଅମାବାସ୍ୟା ଦିନ ଗୋଟିଏ ପିପଳ ଗଛର ପାତ୍ରରେ ସିନ୍ଦୁର ଲଗାଇ ସେଥିରେ ଲଡୁ ଅର୍ପଣ କରନ୍ତୁ l ଏହିଦିନ ମାତା ଲକ୍ଷ୍ମୀ ଓ ଗଣେଶଙ୍କ ସହିତ ହନୁମାନ ଙ୍କୁ ମଧ୍ୟ ପୂଜା କରାଯାଇ ଥାଏ l
* ଦୀପାବଳୀ ଦିନ ଲକ୍ଷ୍ମୀଙ୍କୁ କର୍ପୁର ଆଳତୀ କରନ୍ତୁ ଏହାଦ୍ୱାରା ଧନ ବୃଦ୍ଧି ହୋଇଥାଏ ଓ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପ୍ରାପ୍ତି ହୋଇଥାଏ l
* ଦୀପାବଳି ଦିନ ଲକ୍ଷ୍ମୀ ପୂଜା ସମୟରେ ୯ ଦୀପ ବିଶିଷ୍ଟ ଦୀପ ଅର୍ପଣ କରନ୍ତୁ l ଏହାଦ୍ୱାରା ନବଗ୍ରହ ସନ୍ତୁଷ୍ଟ ହୋଇ ଥାଆନ୍ତି ଓ ଜୀବନ ରେ ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ l
