Odisha news

ଧନତେରସ ରେ କରି ନିଅନ୍ତୁ ଏହି ୩ଟି କାର୍ଯ୍ୟ , ଦୂର ହେବ ସମସ୍ତ କଷ୍ଟ

0

ଧନତେରସ ପର୍ବ ପ୍ରତିବର୍ଷ କାର୍ତିକ ମାସ କୃଷ୍ଣ ପକ୍ଷରେ ତ୍ରୟୋଦଶୀ ତିଥିରେ ପାଳନ ହୋଇଥାଏ l ଏହି ଦିନ ଠାରୁ ଦୀପାବଳୀ ପର୍ବ ର ଆରମ୍ଭ ହୋଇଥାଏ l ଚଳିତ ବର୍ଷ ଅକ୍ଟୋବର ୨୩ ତାରିଖ ରବିବାର ଦିନ ଅନୁଷ୍ଠିତ ହେବ l କୁହାଯାଏ ଯେ ଧନତେରସ ରେ କୌଣସି ବସ୍ତୁ ଘରକୁ ଆଣିବା ଶୁଭ ହୋଇଥାଏ l ସେହିଭଳି ଧନତେରସ ରେ କିଛିଟା କାର୍ଯ୍ୟ କରିବା ଦ୍ୱାରା ଜୀବନ ସୁଖମୟ ହୋଇଥାଏ l

* ଧନତେରସ ରେ ଗୋଟା ଧଣିଆରେ ଉପାୟ କରିବା ଆବଶ୍ୟକ l ଧନତେରସ ଦିନ କିଛିଟା ଗୋଟା ଧନିଆ ମା ଲକ୍ଷ୍ମୀ ଓ ଭଗବାନ ଧନ୍ଵନ୍ତରୀ ଙ୍କୁ ଅର୍ପଣ କରିବା ଶୁଭ ଅଟେ l ଏହାପରେ କିଛି ଧଣିଆକୁ ନିଜ ଘର ବାହାରେ ମାଟି ରେ ପୋତି ଦିଅନ୍ତୁ l ଏହାଦ୍ୱାରା ଘରକୁ ସୁଖ ସମୃଦ୍ଧିର ଆଗମନ ହୋଇଥାଏ l

* ନିଜ ଜୀବନ ରେ ସଫଳତା ଲାଭ କରିବା ପାଇଁ ଧନ୍ଵନ୍ତରୀ ନିକଟରେ ଚିନିରେ ପ୍ରସ୍ତୁତ କିଛି ପ୍ରସାଦ ଅର୍ପଣ କରନ୍ତୁ l ଏହାଦ୍ୱାରା ପରିବାର କଳହ ଦୂର ହୋଇଥାଏ ଓ ଧାନ ପ୍ରାପ୍ତି ହୋଇଥାଏ l ସେହି ପ୍ରସାଦ ରୁ କିଛି ନେଇ ଗାଈକୁ ମଧ୍ୟ ଖାଇବାକୁ ଦିଅନ୍ତୁ l ଏହାଦ୍ୱାରା ଜୀବନ ମାଧୁର୍ଯ୍ୟ ଭରା ହେବ l

* ମାନ୍ୟତା ଅନୁସାରେ ଧନତେରସ ରେ ଦୀପ ଦାନ କରିବା ଦ୍ୱାରା ଆର୍ଥିକ ସ୍ଥିତି ରେ ସୁଧାର ହୋଇଥାଏ l ଏହିଦିନ ଘରର ମୁଖ୍ୟ ଦ୍ୱାରା ରେ ଓ ଚଉଁରା ମୂଳ ରେ ଦୀପ ଦାନ କରିବା ଦ୍ୱାରା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ l

Nalco
Leave A Reply