Odisha news

୭୧ତମ ମାସିକ ଭଞ୍ଜ ସଂଗୀତ ଆସର

0
ଭଞ୍ଜନଗର,୧୫/୧୦ ;  ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ଓ ଭୁବନେଶ୍ବର ସଂସ୍କୃତି ବିକାଶ ସଂସଦ ସହାୟତା ରେ ସ୍ଥାନୀୟ ଆନନ୍ଦ ସଙ୍ଗୀତାୟନ ପକ୍ଷରୁ ୭୧ତମ ମାସିକ ଭଞ୍ଜ ସଂଗୀତ ଆସର ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ଇଙ୍ଗିନାଠୀ ଠାରେ ଆୟୋଜିତ ହୋଇଯାଇଛି। ଏଥିରେ ଆନନ୍ଦ ସଙ୍ଗୀତାୟନ ପକ୍ଷରୁ ଶିଳ୍ପୀ ଚିନ୍ମୟୀ ଗୈାଡ, ପ୍ରଭାସିନୀ ସାହୁ, ନିଶାରାଣୀ ଗୈାଡ, ଶୁଭ ସ୍ମିତା ପ୍ରଧାନ ପ୍ରମୁଖ ଭଞ୍ଜ ସଂଗୀତ ଗାନ କରିଥିଲେ। ଗୁରୁଶ୍ରୀ ଅଶୋକ ମହାପାତ୍ର ପ୍ରାରମ୍ଭରେ ଏକ କ୍ଷୁଦ୍ର ଅନୁଷ୍ଠାନ କିଭଳି ଭଞ୍ଜ ସଂଗୀତ ର ବହୁଳ ପ୍ରଚାର ପ୍ରସାର ପାଇଁ ତାର ଉଦ୍ୟମ ଜାରୀ ରହିଛି ସେ ସଂପର୍କରେ ପ୍ରାରମ୍ଭରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ। ମର୍ଦ୍ଦଳ ଓ ତବଲା ରେ ଦିବାକର ପ୍ରଧାନ, ଅଭିଷେକ ମହାପାତ୍ର ସଂଗତ କରିଥିବା ବେଳେ ମଞ୍ଚ ପରିଚାଳନା କରିଥିଲେ ଅଭିଳାଷ ମହାପାତ୍ର ଓ ଇଙ୍ଗିନାଠୀ ଗ୍ରାମର ପୂଜା କମିଟି। ଶେଷରେ ଅନୁରାଧା ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Nalco
Leave A Reply