ଛତ୍ରପୁର, ୧୭/୯ ; ସ୍ଥାନୀୟ ଗୌରୀ ଶଙ୍କର ମନ୍ଦିର କଲ୍ୟାଣ ମଣ୍ଡପ ଠାରେ ଶନିବାର ଜନ ଶିକ୍ଷଣ ସଂସ୍ଥାନ (ଗଞ୍ଜାମ) ଦ୍ୱାରା କୌଶଳ ଦିକ୍ଷ୍ୟାନ୍ତ ସମାରୋହ ମହା ଆଡମ୍ଭର ସହକାରେ ପାଳିତ ହୋଇଯାଇଛି । ଉକ୍ତ ସମାରୋହରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଛତ୍ରପୁର ଏନଏସି ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ୧୧ ନମ୍ବର ୱାର୍ଡ କାଉନସିଲର ସନ୍ତୋଷୀ ସେଠୀ, ଜିଲ୍ଲା ସମାଜିକ ସୁରକ୍ଷା ଅଧିକାରିଣୀ କଲ୍ୟାଣୀ ଦାସ, ଛତ୍ରପୁର ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରିଣୀ ପି. ପଦ୍ମା, ଛତ୍ରପୁର ଆଇଟିଆଇର ଅଧ୍ୟକ୍ଷ ପ୍ରିୟବ୍ରତ ପଣ୍ଡା, ଜନ ଶିକ୍ଷଣ ସଂସ୍ଥାନର ଅଧ୍ୟକ୍ଷ କଣ୍ଡୁରୀ ଚରଣ ଚମ୍ପତି ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ସକ୍ରିୟ ଅଂଶ ଗ୍ରହଣ କରିଥିବା ଏବଂ ବିଭିନ୍ନ ତାଲିମ ପ୍ରାପ୍ତ ଶେଷ କରିଥିବା ହିତାଧିକାରୀ ମାନେ ଭବିଷ୍ୟତରେ କିପରି ଆତ୍ମ ନିର୍ଭରଶୀଲ ହୋଇ ସମାଜରେ ଚଳିପାରିବେ ସେ ଉପରେ ବିଧାୟକ ଗୁରୁତ୍ୱାରୋପ କରିଥିଲେ । ପରେ ବିଧାୟକ ଓ ଅନ୍ୟାନ୍ୟ ଅତିଥି ମ ମାନଙ୍କ ଦ୍ୱାରା ସମସ୍ତ ହିତାଧିକାରୀ ମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ଜନ ଶିକ୍ଷଣ ସଂସ୍ଥାନ ର ନିର୍ଦ୍ଦେଶକ ବିଶ୍ୱକେସନ ଛାଟୋଇଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ପରିଚାଳନା କରିଥିଲେ ।