Odisha news

ପରାଲିସିସ ବା ପକ୍ଷାଘାତ ମାରିବାର ଲକ୍ଷଣ ଓ ସଂକେତ କଣ

0

ପରାଲିସିସ ହେବା ବିଷୟରେ ସମସ୍ତେ ଅଳ୍ପ ବହୁତେ ଜାଣିଛନ୍ତି l ଅଧିକାଂଶ କ୍ଷେତ୍ରରେ ବାର୍ଦ୍ଧକ୍ୟ ଅବସ୍ଥାରେ ମଣିଷ ରୋଗଗ୍ରସ୍ତ ହେବା ଦ୍ୱାରା ମଧ୍ୟ ପରାଲିସିସ  ରେ ଆକ୍ରାନ୍ତ ହୋଇଥାଏ l କିନ୍ତୁ ବର୍ତମାନ ସ୍ଥିତିରେ ଦେଖିବାକୁ ଗଲେ ଯୁବକମାନେ ମଧ୍ୟ ଏହି ସମସ୍ୟା ଦ୍ୱାରା ଆକ୍ରାନ୍ତ ହେଉଛନ୍ତି l ପରାଲିସିସ  ଦ୍ୱାରା ଶରୀରର ଗୋଟିଏ ଭାଗ କାମ କରିବା ବନ୍ଦ କରି ଦେଇଥାଏ l ଏହlକୁ ଅନ୍ୟପକ୍ଷରେ ପକ୍ଷାଘାତ ରୋଗ କୁହାଯାଇ ଥାଏ l

ପରାଲିସିସ ଦ୍ୱାରା ଶରୀରର ଗୋଟିଏ ଭାଗ କର୍ଯ୍ୟକରିବା ବନ୍ଦ କରିଦେଇ ଥାଏ l ଏହାଦ୍ୱାରା ଗୋଟିଏ ପାର୍ଶ୍ଵର ହାତ, ଗୋଡ଼, ମୁହଁ ଓ ଆଖି ପ୍ରଭାବିତ ହୋଇଥାଏ l ପରାଲିସିସ ମାତ୍ର କିଛି ମିନିଟ ମଧ୍ୟରେ ଶରୀରକୁ ପ୍ରଭାବିତ କରିଥାଏ l ଏପରି ସ୍ଥିତିରେ ପରାଲିସିସ କୁ ନେଇ ମନରେ ଅନେକ ପ୍ରଶ୍ନ ଉଠିଥାଏ l

ପରାଲିସିସ କଣ ? –
ପରାଲିସିସ କୁ ଅନ୍ୟପକ୍ଷରେ ବ୍ରେନ ଷ୍ଟ୍ରୋକ ମଧ୍ୟ କୁହାଯାଏ l ଏପରି ସ୍ଥିତିରେ ଅଚାନକ ଭାବରେ ବ୍ରେନ ର କୌଣସି ସ୍ଥାନ ଡ୍ୟାମେଜ ହୋଇ କିମ୍ବା ରକ୍ତ ସଂଚାଳନ ରେ ବାଧା ଉପୁଜି  ଗୋଟିଏ ପାର୍ଶ୍ଵର ଅଙ୍ଗ କାର୍ଯ୍ୟ କରିବାରେ ବନ୍ଦ କରି ଦେଇଥାଏ l ଏହାକୁ ପକ୍ଷାଘାତ ରୋଗ କୁହାଯାଇ ଥାଏ l

କାହିଁକି ହୋଇଥାଏ ପକ୍ଷାଘାତ ବା ପରାଲିସିସ –
ସାଧାରଣ ଭାବରେ ଦେଖିବାକୁ ଗଲେ ପରାଲିସିସ ହେବାର ଦୁଇଟି କାରଣ ରହିଛି l ଯେଉଁଥିରେ ଗୋଟିଏ ହେଉଛି ବ୍ରେନ ଡ୍ୟାମେଜ ଯାହାକି ମସ୍ତିଷ୍କକୁ ଯାଉଥିବା ରକ୍ତର ପାଇପ ଫାଟି ଯିବା l ଅନ୍ୟଟି ହେଉଛି ମସ୍ତିଷ୍କ କୁ ରକ୍ତ ସଂଚାଳ କରୁଥିବା ପାଇପ ରେ କୌଣସି ପ୍ରକାରର ବ୍ଳକେଜ ଆସିବା l ଅଧିକାଂଶ ମାମଲାରେ ପାଇପ ରେ ବ୍ଳକେଜ ଆସିବା ଦ୍ୱାରା ଏହି ସମସ୍ୟା ସୃଷ୍ଟି ହୋଇଥାଏ l ୮୫ ପ୍ରତିଶତ ମାମଲା ପାଇପ ବ୍ଳକେଜ ହେବାର କାରଣ ଅଟେ l

କେଉଁ ମାନଙ୍କୁ ପକ୍ଷାଘାତ ହେବାର ଅଧିକ ସମ୍ଭାବନା ରହିଥାଏ ?-
ଯଦି କୌଣସି ଉଚ୍ଚ ରକ୍ତଚାପ ରୋଗୀ, ମଧୁମେହ ରୋଗୀ, ଲିପିଡ଼ ପ୍ରୋଫାଇଲ ବଢିବା ଦ୍ୱାରା ପରାଲିସିସ ହେବାର ସମ୍ଭାବନା ଅଧିକ ରହିଥାଏ l ଯେଉଁ ଲୋକ ମାନଙ୍କର ହାର୍ଟ ସମ୍ବନ୍ଧୀୟ ଅସୁବିଧା ରହିଥାଏ ଓ ରକ୍ତ ଜମିବାର ଅସୁବିଧାର ସମୁଖୀନ ହୋଇ ଥାଆନ୍ତି ସେମାନଙ୍କୁ ଅଧିକ ପରାଲିସିସ ବା ପକ୍ଷାଘାତ ସମସ୍ୟା ର ସମୁଖୀନ ହେବାକୁ ପଡିଥାଏ l

ପରାଲିସିସ ବା ପକ୍ଷାଘାତ ର ଲକ୍ଷଣ –
ପକ୍ଷାଘାତ ଅଚାନକ ଭାବରେ ହୋଇଥାଏ, ଗବେଷକ ଙ୍କ ମତରେ ଉଚ୍ଚ ରକ୍ତଚାପ ରୋଗୀ ବିଶେଷ ଭାବରେ ଏଥିପ୍ରତି ସତର୍କ ରହିବା ଜରୁରୀ l

Nalco
Leave A Reply