Odisha news

କୂଳ ଲଙ୍ଘିଲା ସୁବର୍ଣ୍ଣ ରେଖା , ମନ୍ତ୍ରୀଙ୍କ ଦ୍ୱାରା ବନ୍ୟା ପରିସ୍ଥିତିର ସମୀକ୍ଷା : ୪ଟି ବ୍ଲକର ୪ଲକ୍ଷ ଲୋକ ଜଳବନ୍ଦୀ

0

ଭୋଗରାଇ-୨୧/୦୮ : ସୁବର୍ଣ୍ଣରେଖା ନଦୀର ଉପରମୁଣ୍ଡରେ ଲଘୁ·ପ ଜନିତ ଭୀଷଣ ବର୍ଷା ହେବାରୁ ଚାନ୍ଦିଲି ଡ୍ୟାମ ସହିତ ବିଭିନ୍ନ ଜଳାଧାରରେ ବର୍ଷାପାଣି ଭରପୁର ହୋଇଛି । ଏଭଳି ସ୍ଥିତିରେ ଚାନ୍ଦିଲି ଡ୍ୟାମ ଓ ଗାଲୁଡିହୀ ଜଳାଧାରର୧୮ଟି ଗେଟ ଖୋଲାଯାଇ ପ୍ରତି ସେକେଣ୍ଡକୁ ୬ଲକ୍ଷ କୁ୍ୟମେକ୍ ଘନଫୁଟ ଉଦ୍ବୃତ ବର୍ଷାପାଣି ସୁବର୍ଣ୍ଣରେଖାକୁ ନିଷ୍କାସିତ ହେଉଥିବାରୁ ନିମ୍ନ ଅବବାହିକାରେ ବଡ଼ଧରଣର ବନ୍ୟା ଦେଖାଦେଇଛି । ରବିବାର ମଧ୍ୟାହ୍ନରେ ସୁବର୍ଣ୍ଣରେଖା ୨କୂଳ ଲଂଘି ବାଲେଶ୍ୱର ଜିଲ୍ଲାର ଭୋଗରାଇ, ବାଲିଆପାଳ,ଜଳେଶ୍ୱର, ବସ୍ତା ବ୍ଲକ ସମେତ ପୋଡ଼ଶୀ ମୟୁରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ବ୍ଲକ ଅଞ୍ଚଳରେ ବନ୍ୟାପାଣି ମାଡ଼ିଯାଇଛି । ମଧ୍ୟରାତ୍ରି ସୁଦ୍ଧା ବନ୍ୟାଜଳ ବୃଦ୍ଧିପାଇ ୧୧.୫୦ଉପରେ ପ୍ରବାହିତ ହେବବୋଲି ସେଚ ବିଭାଗ ସୂଚନା ଦେଇଛନ୍ତି ।

ସୁବର୍ଣ୍ଣରେଖାରେ ବଡ଼ବନ୍ୟା ଆସିଥିବାରୁ ନଦୀ ତଟବାସୀ ଭୟଭୀତ ହୋଇପଡ଼ିଛନ୍ତି । ୪ଟି ବ୍ଲକରେ ଜିଲ୍ଲା ପ୍ରଶାସନ ଅଧିକାରୀ, ଜନପ୍ରତିନିଧି ଓ ସରକାରୀ କର୍ମ·ରୀମାନେ ଘନଘନ ବୈଠକ କରି ବନ୍ୟାସ୍ଥିତିର ମୁକାବିଲା ପାଇଁ ସମସ୍ତଙ୍କୁ ସଜାଗ ରହିବାକୁ ପରାମର୍ଶ ଦେଇଛନ୍ତି । ଭୋଗରାଇ ବ୍ଲକର ୨୨ଟି ଗ୍ରା.ପ.ରେ ଥିବା ୧୨୨ଗ୍ରାମ,ଜଳେଶ୍ୱର ବ୍ଲକର ୨୦ଟି ଗ୍ରା.ପ.ରେ ଥିବା ୧୧୫ଟି ଗ୍ରାମ, ବାଲିଆପାଳ ବ୍ଲକର ୧୫ଟି ଗ୍ରା.ପ.ରେ ଥିବା ୬୦ଟି ଗ୍ରାମ, ବସ୍ତାବ୍ଲକର ୧୩ଟି ଗ୍ରା.ପ.ରେ ଥିବା ୫୦ଟି ଗ୍ରାମରେ ପ୍ରାୟ ୪ଲକ୍ଷ ଲୋକ ଜଳବନ୍ଦୀ ହୋଇଛନ୍ତି । ଭୋଗରାଇ ବ୍ଲକର ଆରୁହାବୃତ୍ତି,ଖରିଦପିପ୍ପଳ, କୁମ୍ଭୀରଗଡ଼ି ପଞ୍ଚାୟତର ୨ହଜାରରୁ ଉର୍ଦ୍ଧ ଲୋକଙ୍କୁ ଦକ୍ଷିଣ ଭୋଗରାଇରେ ଥିବା ସୁରକ୍ଷିତ ବାତ୍ୟା ଆଶ୍ରୟସ୍ଥଳ ଓ ସ୍କୁଲଘରମାନଙ୍କୁ ସ୍ଥାନାନ୍ତର କରାଯାଇଛି । ସୁବର୍ଣ୍ଣରେଖା ନଦୀର ଉଭୟ ଦୁର୍ବଳ ନଦୀତଟରେ ସେଚବିଭାଗ ଓ ପୁଲିସ କର୍ମ·ରୀମାନଙ୍କୁ ମୁତୟନ କରାଯାଇଛି ।

ଏଥିସହିତ ଏନ୍ଡିଆର୍ଏଫ୍, ଓଡ୍ରାଫ୍ ଟିମ୍ ସହିତ ଦେଶୀ ଡଙ୍ଗା ରଖାଯାଇଥିବା ବିଷୟ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ରବିବାରଦିନ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନେ୍ଧ, ଅତିରିକ୍ତ ଜିଲ୍ଲାପାଳ ନୀଲୁ ମହାପାତ୍ର,ଜିଲ୍ଲା ଯୋଜନାବୋର୍ଡ ଅଧ୍ୟକ୍ଷ ତଥା ଭୋଗରାଇ ବିଧାୟକ ଅନନ୍ତ ଦାସ,ମନ୍ତ୍ରୀ ଅଶ୍ୱିନୀପାତ୍ର, ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ,ସେଚବିଭାଗ ଅଧିକାରୀ ପ୍ରଭାସ ପ୍ରଧାନ ପ୍ରମୁଖ ବନ୍ୟା ପ୍ରଭାବିତ ଅଞ୍ଚଳକୁ ଆସି ପରିସ୍ଥିତିର ଅନୁଧ୍ୟାନ କରିବା ସହିତ ଯୁଦ୍ଧକାଳୀନ ଭିତ୍ତିରେ ଲୋକଙ୍କୁ ଉଦ୍ଧାର କରିବା ସହ ଖାଦ୍ୟ ସାମଗ୍ରୀ ଯୋଗାଇ ଦେବାକୁ ବ୍ଲକ ପ୍ରଶାସନକୁ ନିଦେ୍ର୍ଦଶ ଦେଇଛନ୍ତି । ଭୋଗରାଇ ଓ ବାଲିଆପାଳ ବନ୍ୟା ପ୍ରପୀଡ଼ିତ ଅଞ୍ଚଳରେ ବହୁ ରାସ୍ତା ବନ୍ୟାପାଣିରେ ବୁଡ଼ିଯିବା ଯୋଗୁଁ ଗମନାଗମନ ବିଚ୍ଛିନ୍ନ ହୋଇଛି । ଅନ୍ୟପକ୍ଷରେ ମନ୍ତ୍ରୀ ପ୍ରତାପ କେଶରୀ ଦେବ ବାଲେଶ୍ୱରଠାରେ ପହଞ୍ଚô ବନ୍ୟା ପରିସ୍ଥିତି ସମ୍ପର୍କରେ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନେ୍ଧଙ୍କୁ ଭେଟି କିଭଳିଭାବେ ସମ୍ଭାବ୍ୟ ବନ୍ୟାର ମୁକାବିଲା କରାଯାଇ ପାରିବ ସେବାବଦରେ ଆଲୋଚନା କରିଥିଲେ । ଅପରପକ୍ଷରୁ ବାଲେଶ୍ୱର ସର୍କିଟ ହାଉସଠାରେ ମନ୍ତ୍ରୀ ଶ୍ରୀ ଦେବ ବାଲେଶ୍ୱର ବିଧାୟକ ସ୍ୱରୂପ କୁମାର ଦାସ, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା, ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ, ସୋର ବିଧାୟକ ପର୍ଶୁରାମ ଧଡ଼ା ଏବଂ ବାଲେଶ୍ୱରର ଅନ୍ୟାନ୍ୟ ବରିଷ୍ଠ ବିଜେଡ଼ି ନେତାଙ୍କ ସହିତ ବନ୍ୟା ପରିସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ ।

Leave A Reply