ବାଲିପାଟଣା : ଦିନକୁ ଦିନ ବାଲିପାଟଣା ଅଞ୍ଚଳରେ ଛୋଟ ମୋଟ ଚୋରୀ, ବଢ଼ିବାରେ ଲାଗିଛି, ଘରୁ କବାଟ ଭାଙ୍ଗିରାତି ଅଧରେ ମେଣ୍ଢା, ଓ ଛେଳି,ଟେକିନେଇ ଯାଉଛନ୍ତି।ଦିନରେ ଧମକ ଦେଉଛନ୍ତି, ରାତିରେ କବାଟ ଭାଙ୍ଗି ଗୁହାଳରୁ ସବୁ ଛେଳି ଓ ମେଣ୍ଢା ଟେକିନେଇ ଗରିବ ଚାଷୀଙ୍କ ବଞ୍ଚିବାର ଆଶା ଛଡାଇ ନେଉଛନ୍ତି।ପ୍ରାପ୍ତ ସୂଚନାରୁ ପ୍ରକାଶ, ବିଗତ ଏକ ବର୍ଷ ତଳେ ଲଗାତ୍ତର ଅନେକ ଚାଷୀଙ୍କ ଗୁହାଳରୁ ହଜାରରୁ ଉର୍ଦ୍ଧ ଛେଳି ଓ ମେଣ୍ଢା ଚୋରୀ ହେଉଥିଲା।ଯାହାକୁ ନେଇ ପଶୁ ସମ୍ପଦ ଚାଷ କରୁଥିବା ଚାଷୀଙ୍କ ମଧ୍ୟରେ କୋକୁଆ ଭୟ ଖେଳିଯାଇଥିଲା।ବାଲିପାଟଣା ଥାନା ଆଇଆଇସି କୃପାସିନ୍ଧୁ ବରାଡ ଙ୍କ ଅର୍ତ୍ତର୍କିତ ଚଢ଼ାଉ ଓ କିଛି ଚାଷୀଙ୍କ ମେଣ୍ଢା ଓ ଛେଳିକୁ ଉଦ୍ଧାର କରି ସେମାନଙ୍କୁ ଫେରାଇ ,ସେମାନଙ୍କର ବିଶ୍ୱାସ ଭାଜନ ହୋଇ ପାରିଥିଲେ।କିନ୍ତୁ ଏକ ବର୍ଷ ପରେ ପୁଣି ମତିଛନ୍ତି ଛେଳି ମେଣ୍ଢା ଚୋର, ସେମାନଙ୍କର ତରିକା କିନ୍ତୁ ଭିନ୍ନ।ଦିନରେ ଧମକ, ରାତିରେ ଗୁହାଳ ଘର କବାଟ ଭାଙ୍ଗି ଛେଳି ମେଣ୍ଢା ଟେକି ନେଉଛନ୍ତି।ଏପରି ଘଟଣା ଘଟିଛି, କୁରୁଞ୍ଜିପୁର ଗ୍ରାମ ପଞ୍ଚାୟତର ଦଳକଷଟି ଗ୍ରାମର ଚକ୍ରଧର ଭୋଇଙ୍କ ଘରେ।ସେ କୁହନ୍ତି ଦୁଇଜଣ ବେପାରୀ ତାଙ୍କୁ ସବୁ ମେଣ୍ଢି ବିକ୍ରି କରିଦେବାକୁ କହିଥିଲା, ଚକ୍ରଧର ରାଜି ନ ହେବାରୁ ତାଙ୍କୁ ଧମକ ଦେଇଥିଲେ ଯେ,ଗୁହାଳ ଘରୁ ସବୁ ମେଣ୍ଢା ଟେକିନେବୁ। ତାହାହଁ ହେଲା ବିଳମ୍ବିତ ରାତିରେ ଗୁହାଳ କବାଟ ଭାଙ୍ଗି ୧୦ ଟି ମେଣ୍ଢା ଚୋରୀ କରି ନେଇଥିଲେ।ସେ ତାଙ୍କର ଅଭିଯୋଗରେ ଦୁଇ ବ୍ୟକ୍ତିଙ୍କ ନାମ ମଧ୍ୟ ଲେଖିଛନ୍ତି।ସେହିପରି ସେହି ଗ୍ରାମ ନିକଟ ନିଶ୍ଚିନ୍ଦିପୁର ଗ୍ରାମର କୁନା ବେହେରାଙ୍କ ଗୁହାଳରୁ ମଧ୍ୟ ୭ଟି ମେଣ୍ଢା ଚୋରି କରି ନେଇଛନ୍ତି। ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ଚୋର ମାନଙ୍କୁ ଧରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।